ଓଡିଶା

odisha

By

Published : Feb 15, 2022, 6:14 PM IST

ETV Bharat / bharat

Uttarakhand poll: ହରିଶ ରାଓ୍ବତଙ୍କ ଦୃଢୋକ୍ତି, କଂଗ୍ରେସ ହାତେଇବ ୪୮ ସିଟ୍

ଇଟିଭି ଭାରତକୁ ଉତ୍ତରାଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାଓ୍ବତଙ୍କ ପ୍ରତିକ୍ରିୟା । କହିଲେ ରାଜ୍ୟରେ ୪୮ ଆସନ ଜିତିବ କଂଗ୍ରେସ । ମୁଖ୍ୟମନ୍ତ୍ରୀ ନେଇ ନିଷ୍ପତ୍ତି ନେବେ ହାଇକମାଣ୍ଡ । ଅଧିକ ପଢନ୍ତୁ

Uttarakhand poll: ହରିଶ ରାଓ୍ବତଙ୍କ ଦୃଢୋକ୍ତି, କଂଗ୍ରେସ ହାତେଇବ ୪୮ ସିଟ
Uttarakhand poll: ହରିଶ ରାଓ୍ବତଙ୍କ ଦୃଢୋକ୍ତି, କଂଗ୍ରେସ ହାତେଇବ ୪୮ ସିଟ

ଡେରାଡୁନ: ଗତକାଲି ଗୋଟିଏ ପର୍ଯ୍ୟାୟରେ ଉତ୍ତରାଖଣ୍ଡରେ ସମସ୍ତ ୭୦ ଆସନ ପାଇଁ ମତଦାନ ଶେଷ ହୋଇଛି । ତେବେ ଚଳିତ ଥର କଂଗ୍ରେସ ଭଲ ପ୍ରଦର୍ଶନ କରିବା ସହ ୪୮ ଆସନରେ ବିଜୟୀ ହେବା ନେଇ ଦୃଢୋକ୍ତି ପ୍ରକାଶ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାଓ୍ବତ । ଇଟିଭି ଭାରତ ସହ ସ୍ବତନ୍ତ୍ର ସାକ୍ଷାତକାରରେ ରାଓ୍ବତ ଏପରି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ।

ହରିଶ କହିଛନ୍ତି, ଚଳିତ ନିର୍ବାଚନରେ କଂଗ୍ରସ ପକ୍ଷରୁ ରାଜ୍ୟବାସୀଙ୍କୁ ବଡ ପ୍ରତିଶ୍ରୁତି ଦିଆଯାଇଥିଲା । ତାହା ପୂରଣ କରିବା ଦିଗରେ ଦଳ ମଧ୍ୟ କାର୍ଯ୍ୟ ଜାରି ରଖିଛି । ଚଳିତ ନିର୍ବାଚନରେ ରାଜ୍ୟରେ କଂଗ୍ରେସ କର୍ମୀମାନେ ମଧ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି । ତେଣୁ ରାଜ୍ୟରେ ଦଳ ୪୮ ଆସନରେ ବିଜୟୀ ହେବାନେଇ ସେ ଆଶା ରଖିଛନ୍ତି । ସେହିପରି ରାଜ୍ୟରେ ୬ ରୁ ୭ ଆସନରେ କଡା ପ୍ରତିଦ୍ବନ୍ଦିତା ଦେଖିବାକୁ ମିଳିଥିବା ବେଳେ ସେଥିମଧ୍ୟରୁ ୩ ରୁ ୪ ଆସନରେ କଂଗ୍ରେସ ପ୍ରାର୍ଥୀ ଭଲ ପ୍ରଦର୍ଶନ କରିଥିବା କହିଛନ୍ତି ରାଓ୍ବତ ।

ସେହିପରି ରାଜ୍ୟରେ ଦଳ କ୍ଷମତାକୁ ଆସିଲେ ତାଙ୍କୁ ପୁଣି ଥରେ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ମିଳିବ କି ପ୍ରଶ୍ନରେ ରାଓ୍ବତ ସିଧାସଳଖ କୌଣସି ଉତ୍ତର ନରଖି ଏହା ଦଳୀୟ ହାଇକମାଣ୍ଡଙ୍କ ନିଷ୍ପତ୍ତି ବୋଲି କହି ଓହରି ଯାଇଥିଲେ । ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ପରିବର୍ତ୍ତେ ରାଜ୍ୟରେ ଦଳର ବିଜୟ ହିଁ ପ୍ରାଥମିକତା ବୋଲି ମଧ୍ୟ ସେ ମତ ଦେଇଛନ୍ତି । ତେବେ ଗତକାଲି ଗୋଟିଏ ପର୍ଯ୍ୟାୟରେ ଉତ୍ତରାଖଣ୍ଡର ସମସ୍ତ ୭୦ ଆସନ ପାଇଁ ମତାଦନ ଶେଷ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details