ଓଡିଶା

odisha

ETV Bharat / bharat

BJP ପ୍ରାର୍ଥୀଙ୍କ ଠାରୁ ହାରିଗଲେ ହରିଶ ରାଓ୍ବତ

ପରାଜୟର ସ୍ବାଦ ଚାଖିଲେ ବରିଷ୍ଠ କଂଗ୍ରେସ ନେତା ତଥା ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାଓ୍ବତ । 14 ହଜାରରୁ ଅଧିକ ଭୋଟରେ ବିଜେପି ପ୍ରାର୍ଥୀ ମୋହନ ସିଂ ବିଷ୍ଟଙ୍କ ଠାରୁୁ ପରାଜୟ । ଅଧିକ ପଢନ୍ତୁ

By

Published : Mar 10, 2022, 2:10 PM IST

Updated : Mar 10, 2022, 2:16 PM IST

BJP ପ୍ରାର୍ଥୀଙ୍କ ଠାରୁ ହାରିଗଲେ ହରିଶ ରାଓ୍ବତ
BJP ପ୍ରାର୍ଥୀଙ୍କ ଠାରୁ ହାରିଗଲେ ହରିଶ ରାଓ୍ବତ

ଡେରାଡୁନ:ଭେଟେରାନ କଂଗ୍ରେସ ନେତା ତଥା ଉତ୍ତରାଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତ ବିଧାନସଭା ନିର୍ବାଚନ ପରାଜିତ ହୋଇଛନ୍ତି । ନୈନିତାଲ ଜିଲ୍ଲାର ଲାଲକୁଆନ ବିଧାନସଭା ଆସନରୁ ପ୍ରତିଦ୍ବନ୍ଦିତା କରୁଥିବା ହରିଶ ରାୱତଙ୍କୁ ବିଜେପି ପ୍ରାର୍ଥୀ ମୋହନ ସିଂ ବିଷ୍ଟଙ୍କ ଠାରୁୁ ପ୍ରାୟ 14 ହଜାରରୁ ଅଧିକ ଭୋଟ ବ୍ୟବଧାନରେ ପରାଜୟର ସାମ୍ନା କରିବାକୁ ପଡିଛି ।

୧୪ ଫେବୃଆରୀରେ ହୋଇଥିବା ମତଦାନ ପରେ ସେ ଉତ୍ତରାଖଣ୍ଡରେ କଂଗ୍ରେସ ସତ୍ତାକୁ ଆସିବା ନେଇ ଦୃଢୋକ୍ତି ପ୍ରକାଶ କରିବା ସହ ନିଜକୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ମଧ୍ୟ ପରୋକ୍ଷରେ ଦର୍ଶାଇଥିଲେ । ଏପରିକି ଗତକାଲି ମଧ୍ୟ କଂଗ୍ରେସ ପ୍ରାୟ ୪୮ ରୁ ଉର୍ଦ୍ଧ୍ବ ଆସନରେ ବିଜୟ ଲାଭ କରିବାକୁ ଯାଉଥିବା ନେଇ ସେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଥିଲେ ।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, 2017 ବିଧାନସଭା ନିର୍ବାଚନରେ ​​ମଧ୍ୟ ହରିଶ ରାୱତ ମୁଖ୍ୟମନ୍ତ୍ରୀ ଥାଇ ମଧ୍ୟ ଦୁଇଟି ଆସନରୁ ପ୍ରତିଦ୍ବନ୍ଦିତା କରି ହାରିଥିଲେ । 2017 ରେ ହରିଶ ଉଧମ ସିଂ ନଗରର କିଚା ବିଧାନସଭା ଆସନ ଏବଂ ହରିଦ୍ୱାର ଜିଲ୍ଲାର ଗ୍ରାମାଞ୍ଚଳ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ । କିନ୍ତୁ ତାଙ୍କୁ ଉଭୟ ସିଟରେ ପରାଜୟର ସାମ୍ନା କରିବାକୁ ପଡିଥିଲା । ତେବେ ଚଳିତଥର ମଧ୍ୟ ତାଙ୍କୁ ପରାଜୟର ସାମ୍ନା କରିବାକୁ ପଡିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Mar 10, 2022, 2:16 PM IST

ABOUT THE AUTHOR

...view details