ଓଡିଶା

odisha

ETV Bharat / bharat

ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଗାୟିକା ଅଭିଲିପ୍ସା ପଣ୍ଡା - ହର ହର ଶମ୍ଭୁ

ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କୁ ଭେଟିଲେ ହର ହର ଶମ୍ଭୁ ଗାୟିକା ଅଭିଲିପ୍ସା ପଣ୍ଡା । ଅଧିକ ପଢନ୍ତୁ

ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଗାୟିକା ଅଭିଲିପ୍ସା ପଣ୍ଡା
ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଗାୟିକା ଅଭିଲିପ୍ସା ପଣ୍ଡା

By

Published : Apr 23, 2023, 12:12 PM IST

ଡେରାଡୁନ: ହର ହର ଶମ୍ଭୁ ଭଜନ ଗାଇ ଚର୍ଚ୍ଚାରେ ଥିବା ଓଡି଼ଆ ଝିଅ ଅଭିଲିପ୍ସା ପଣ୍ଡା ବର୍ତ୍ତମାନ ଉତ୍ତରାଖଣ୍ଡ ଗସ୍ତରେ ଅଛନ୍ତି । ଏହି ଅବସରରେ ଅଭିଲିପ୍ସା ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କୁ ସାକ୍ଷାତ କରିଛନ୍ତି । ଗତ ଶୁକ୍ରବାର ଦିନ ଡେରାଡୁନସ୍ଥିତ ମୁଖ୍ୟମନ୍ତ୍ରୀ କ୍ୟାମ୍ପ କାର୍ଯ୍ୟାଳୟରେ ଧାମିଙ୍କୁ ଭେଟିଛନ୍ତି ଅଭିଲିପ୍ସା । ଏହି ସମୟରେ ମୁଖ୍ୟମନ୍ତ୍ରୀ ଗାୟିକାଙ୍କୁ ଶୁଭକାମନା ଜଣାଇବା ସହ ଯୁବପିଢିଙ୍କ ପାଇଁ ସେ ପ୍ରେରଣାଦାୟୀ ବୋଲି କହିଛନ୍ତି ।

ମୁଖ୍ୟମନ୍ତ୍ରୀ ଧାମି କହିଛନ୍ତି, ଗାୟିକା ଅଭିଲିପ୍ସା ପଣ୍ଡା ନିଜର ଗୀତର ଯାଦୁରେ ସଙ୍ଗୀତ ଜଗତରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଯାହାକି ଯୁବବର୍ଗଙ୍କ ପାଇଁ ଖୁବ୍ ପ୍ରେରଣାଦାୟୀ । ଏଥିପାଇଁ ଧାମି ଅଭିଲିପ୍ସାଙ୍କୁ ଶୁଭକାମନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ଏନେଇ ଟ୍ବିଟ୍ କରାଯାଇଛି ।

ଶିବ ଭଜନ ହର ହର ଶମ୍ଭୁ ଗାଇ କେନ୍ଦୁଝରର ଅଭିଲିପ୍ସା ପଣ୍ଡାଙ୍କୁ ସାରା ଦେଶରେ ଲୋକପ୍ରିୟତା ହାସଲ କରିଛନ୍ତି । ଖୁବ୍ କମ ସମୟରେ ଏହି ଗୀତ ମାର୍କେଟରେ ଚହଳ ପକାଇଥିଲା । ଶ୍ରାବଣ ମାସରେ ସବୁଠି ଗୁଞ୍ଜରିତ ହୋଇଥିଲା ହର ହର ଶମ୍ଭୁ । ଏହି ଗୀତରେ ସୋସିଆଲ ମିଡିଆରେ ମାଳ ମାଳ ରିଲ୍ସ ତିଆରି ହୋଇଥିଲା । ତେବେ ଏହି ଗୀତକୁ ନେଇ ସେତେବେଳେ ଚର୍ଚ୍ଚା ବଢିଲା ଯେତେବେଳେ ୟୁଟ୍ୟୁବର ତଥା ମୁସଲିମ ଗାୟିକା ଫରମାନି ନାଜି ହର ହର ଶମ୍ଭୁକୁ ସମାନ ଢଙ୍ଗରେ ଗାଇଲେ । ଏପରିକି ଗୀତର କପିରାଇଟ୍ସକୁ ନେଇ ମଧ୍ୟ ଦାବି କରିଥିଲେ ଫରମାନି ।

ଏହାମଧ୍ୟ ପଢନ୍ତୁ: Same-sex marriage: ୨ ବିଚାରପତି ଅସୁସ୍ଥ, ସୋମବାର ସମଲିଙ୍ଗୀ ବିବାହ ଶୁଣାଣି ସ୍ଥଗିତ

ତେଣୁ ଲୋକମାନେ ଦ୍ବନ୍ଦରେ ପଡିଯାଇଥିଲେ ଯେ ଏହି ଗୀତ ଫରମାନି ଗାଇଛନ୍ତି ନା ଆଉ କିଏ । ଯେତେବେଳେ କି ଅସଲରେ ଅଭିଲିପ୍ସା ଏହାକୁ ଗାଇଥିଲେ । ଏହି ଗୀତକୁ ନେଇ ଚାରିଆଡେ ଚର୍ଚ୍ଚା ଜୋର ଧରିଥିଲା । ଗୀତର ଅସଲ ଗାୟକ ଜିତୁ ଶର୍ମା ଓ ଗାୟିକା ଅଭିଲିପ୍ସା ପଣ୍ଡା ମଧ୍ୟ ୟୁଟ୍ୟୁବରଙ୍କ ଉପରେ କ୍ଷୁବ୍ଧ ହୋଇଥିଲା । ଏନେଇ ବିବାଦ ବଢିବା ପରେ ଅଭିଲିପ୍ସା ମଧ୍ୟ ଚର୍ଚ୍ଚାକୁ ଆସିଥିଲେ । ପରେ ଫରମାନି ନାଜି କ୍ଷମା ମାଗିବା ସହ ନିଜର ୟୁଟ୍ୟୁବ ଆକାଉଣ୍ଟରୁ ହର ହର ଶମ୍ଭୁ ଗୀତକୁ ହଟାଇ ଦେଇଥିଲେ ।

ଏହାମଧ୍ୟ ପଢନ୍ତୁ: ରଙ୍ଗୋଲିରେ ୫୦ ଫୁଟର ହକି ବିଶ୍ୱକପ ଟ୍ରଫି, ଇଣ୍ଡିଆ ବୁକ ଅଫ ରେକର୍ଡରେ ମିଶନ ରାଉରକେଲା

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details