ଓଡିଶା

odisha

ETV Bharat / bharat

Har Ghar Tiranga Campaign, ଆଜିଠୁ ଘରେ ଘରେ ଉଡିବ ତ୍ରିରଙ୍ଗା - ହର ଘର ତ୍ରିରଙ୍ଗା ଅଭିଯାନ

ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ କ୍ରମେ ଆଜିଠାରୁ ଦେଶରେ ଆରମ୍ଭ ହୋଇଛି ହର ଘର ତ୍ରିରଙ୍ଗା (Har Ghar Tiranga) ଅଭିଯାନ । ଆଜିଠାରୁ ଆସନ୍ତା ଅଗଷ୍ଟ ୧୫ ତାରିଖ ପର୍ଯ୍ୟନ୍ତ ଏହି ଅଭିଯାନ ଜାରି ରହିବ । ଅଧିକ ପଢନ୍ତୁ

Har Ghar Tiranga Campaign, ଆଜିଠୁ ଘରେ ଘରେ ଉଡିବ ତ୍ରିରଙ୍ଗା
Har Ghar Tiranga Campaign, ଆଜିଠୁ ଘରେ ଘରେ ଉଡିବ ତ୍ରିରଙ୍ଗା

By

Published : Aug 13, 2022, 7:14 AM IST

ନୂଆଦିଲ୍ଲୀ: ଦେଶ ପାଳିବାକୁ ଯାଉଛି 75ତମ ସ୍ବାଧୀନତା ଦିବସ । ଏହା ପୂର୍ବରୁ ସ୍ବାଧୀନତାକୁ ୭୫ ବର୍ଷ ପୂର୍ତ୍ତି ଅବସରରେ ଦେଶରେ 'ଆଜାଦିକା ଅମୃତ ମହୋତ୍ସବ' (Azadi Ka Amrit Mahotsav) ପାଳନ କରାଯାଉଛି । ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ କ୍ରମେ ଆଜିଠାରୁ ଦେଶରେ ଆରମ୍ଭ ହୋଇଛି 'ହର ଘର ତ୍ରିରଙ୍ଗା' (Har Ghar Tiranga) ଅଭିଯାନ । ଆଜିଠାରୁ ଆସନ୍ତା ଅଗଷ୍ଟ ୧୫ ତାରିଖ ପର୍ଯ୍ୟନ୍ତ ଏହି ଅଭିଯାନ ଜାରି ରହିବ । ଏହି ତିନି ଦିନ ପ୍ରତିଟି ଭାରତୀୟଙ୍କ ଘରେ ଘରେ ତ୍ରିରଙ୍ଗା ଉଡାଇବାକୁ ଆହ୍ବାନ ଦେଇଥିଲେ ପ୍ରଧାନମନ୍ତ୍ରୀ । ଦେଶରେ ପ୍ରାୟ ୨୦ କୋଟିରୁ ଅଧିକ ଘର ଉପରେ ତ୍ରିରଙ୍ଗା ଉଡ଼ିବା ନେଇ ‘ମନ କି ବାତ’ରେ କହିଥିଲେ ମୋଦି ।

ଏହି ଅଭିଯାନରେ ଉଭୟ ସରକାରୀ ଓ ବେସରକାରୀ ପ୍ରତିଷ୍ଠାନ ସାମିଲ ହୋଇଥିବା ବେଳେ ପ୍ରତିଟି ସ୍ଥାନରେ ଆଜି ତ୍ରିରଙ୍ଗା ଉଡିବ । ପ୍ରଧାନମନ୍ତ୍ରୀଙ୍କ 'ହର ଘର ତ୍ରିରଙ୍ଗା' ଅଭିଯାନ ଘୋଷଣା ପରେ ପ୍ରଶାସନ ପକ୍ଷରୁ ଏନେଇ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଥିଲା । ଏହି ଅଭିଯାନରେ ସାମିଲ ହେବା ପାଇଁ ଭାରତୀୟ ଡାକ ବିଭାଗ ପକ୍ଷରୁ ଅନଲାଇନ ଓ ଅଫଲାଇନରେ ଜାତୀୟ ପତାକା (National flags) ବିକ୍ରି ଆରମ୍ଭ ହୋଇଥିଲା । ପ୍ରାୟ ୧୦ ଦିନ ମଧ୍ୟରେ ଏକ କୋଟିରୁ ଉର୍ଦ୍ଧ୍ବ ଜାତୀୟ ପତାକା ବିକ୍ରି ହୋଇଥିବା ନେଇ ରାଷ୍ଟ୍ରୀୟ ଡାକ ବିଭାଗ ତରଫରୁ ସୂଚନା ପ୍ରଦାନ କରାଯାଇଛି ।

ଏହି ଅଭିଯାନରେ ସାରା ଦେଶରେ ୪.୨ ଲକ୍ଷ ଡାକ କର୍ମଚାରୀ ସାମିଲ୍‌ ହୋଇ ନିଜର ଦାୟିତ୍ବ ତୁଲାଉଛନ୍ତି । ଗାଁ, ସହର, ସୀମାରୁ ନେଇ ଆଦିବାସୀ ଆଦି ସମସ୍ତ ଅଞ୍ଚଳରେ ପତାକା ପହଞ୍ଚାଉଛି ଭାରତୀୟ ଡାକ । ପ୍ରତିଟି ନାଗରିକଙ୍କ ହୃଦୟରେ ଦେଶଭକ୍ତି ଜାଗୃତ କରିବା ଏହି ଅଭିଯାନର ଲକ୍ଷ୍ୟ । ପ୍ରତିଟି ଭାରତୀୟଙ୍କୁ ନିଜ ଘରେ ତ୍ରିରଙ୍ଗା ପତାକା ଉଡ଼ାଇବା ଲାଗି ଅଧିକରୁ ଅଧିକ ପ୍ରୋତ୍ସାହିତ କରିବା ଲାଗି ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ।

ABOUT THE AUTHOR

...view details