ଓଡିଶା

odisha

ETV Bharat / bharat

ପ୍ରପୋଜ ଡେ': ଭାଲେଣ୍ଟାଇନ ସପ୍ତାହର ଦ୍ବିତୀୟ ଦିନ - ପ୍ରପୋଜ ଡେ

ଭାଲେଣ୍ଟାଇନ ସପ୍ତାହର ଆଜି ହେଉଛି ଦ୍ବିତୀୟ ଦିନ । ଗତକାଲି ରୋଜ ଡେ ଥିବାବେଳେ ଫେବୃଆରୀ 8 ହେଉଛି ପ୍ରପୋଜ ଡେ । ଯଦି ଆପଣ କାହାକୁ ଭଲ ପାଉଛନ୍ତି ତେବେ ଏହି ଦିନ ଆପଣଙ୍କ ମନକଥା ଜଣାଇବା ପାଇଁ ଏକ ବଡ ସୁଯୋଗ । ସେଥିପାଇଁ ତ ଏହି ଦିନକୁ ପ୍ରପୋଜ ଡେ କୁହାଯାଏ ।

ଭାଲେଣ୍ଟାଇନ ସପ୍ତାହର ଦ୍ବିତୀୟ ଦିନ; ମନର ମଣିଷକୁ ମନ କଥା କହିବେ ପ୍ରେମୀ...
ଭାଲେଣ୍ଟାଇନ ସପ୍ତାହର ଦ୍ବିତୀୟ ଦିନ; ମନର ମଣିଷକୁ ମନ କଥା କହିବେ ପ୍ରେମୀ...

By

Published : Feb 8, 2021, 7:06 AM IST

ହାଇଦ୍ରାବାଦ: ଭାଲେଣ୍ଟାଇନ ସପ୍ତାହର ଆଜି ହେଉଛି ଦ୍ବିତୀୟ ଦିନ । ଗତକାଲି ରୋଜ ଡେ ଥିବାବେଳେ ଆଜି ଅର୍ଥାତ ଫେବୃଆରୀ 8 ହେଉଛି ପ୍ରପୋଜ ଡେ । ଯଦି ଆପଣ କାହାକୁ ଭଲ ପାଉଛନ୍ତି ତେବେ ଏହି ଦିନ ଆପଣଙ୍କ ମନକଥା ଜଣାଇବା ପାଇଁ ଏକ ବଡ ସୁଯୋଗ । ସେଥିପାଇଁ ଏହି ଦିନକୁ ପ୍ରପୋଜ ଡେ କୁହାଯାଏ ।

ପ୍ରେମୀ ଯୁଗଳ ଏହି ଦିନକୁ କିଛି ଅଲଗା ବା କିଛି ନୂଆ କରି ନିଜ ମନ କଥା କହିବା ପାଇଁ ଭିନ୍ନ ଭିନ୍ନ ଉପାୟ ଆପଣାଇଥାନ୍ତି । ଯାହା ତାଙ୍କ ପ୍ରିୟଜନଙ୍କୁ ସ୍ପେସିଆଲ ଅନୁଭବ ଦେଇଥାଏ । ପ୍ରପୋଜ କରିବା ମାନେ ମନର ମଣିଷକୁ ପ୍ରେମ ନିବେଦନ କରିବା ।

ପ୍ରପୋଜ ଶବ୍ଦଟି ପ୍ରପୋଜାଲରୁ ଆସିଛି । ପ୍ରପୋଜ କରିବା ବେଳେ ବିଶ୍ବାସ ବି ଦେଇପାରୁଥିବା ନିତାନ୍ତ ଜରୁରୀ । ସମ୍ପର୍କର ମୁଳଦୂଆ ହିଁ ବିଶ୍ବାସ । ତେଣୁ ବିଶ୍ବାସ ଦେଇ କୁହନ୍ତୁ ମନର କଥା । ଯାହା ତାଙ୍କୁ ସ୍ବତନ୍ତ୍ର ଅନୁଭବ କରାଇବା ସହ ଆପଣଙ୍କ ପ୍ରତି ସମ୍ମାନ ବଢାଇବାରେ ସାହାଯ୍ୟ କରିପାରିବ । ଏହା ଦ୍ବାରା ଏକ ନୂଆ ସମ୍ପର୍କ ତିଆରି ହୋଇପାରେ ।

ABOUT THE AUTHOR

...view details