ହାଇଦ୍ରାବାଦ:ଚାଲିଛି ପ୍ରେମ ସପ୍ତାହ । ପ୍ରେମରେ ମତୁବାଲା ପ୍ରେମୀ ଯୁଗଳ । ଭାଲେଣ୍ଟାଇନ୍ ସପ୍ତାହରେ ଆଜି ହେଉଛି କିସ୍ ଡେ ବା ଚୁମ୍ବନ ଦିବସ । ଏହି ଦିନକୁ ପ୍ରେମୀଯୁଗଳ ନିଜ ନିଜ ପସନ୍ଦ ମୁତାବକ ପାଳନ କରିଥାନ୍ତି । ଚୁମ୍ବନ ହେଉଛି ପ୍ରେମର ଏକ ଅନ୍ତରଙ୍ଗ ରୂପ ଯାହାକି ଗଭୀର ପ୍ରେମ, ସ୍ନେହର ଅଭିବ୍ୟକ୍ତିକୁ ସୂଚିତ କରେ । ଚୁମ୍ବନ ପ୍ରତି ଲୋକଙ୍କ ଧାରଣା ନକରାତ୍ମକ ହୋଇ ଯାଇଥିଲେ ବି ବାସ୍ତବରେ ଏହା ଏକ ଶାଶ୍ୱତ କ୍ରିୟା।
ଭଲ ପାଉଥିବା ପ୍ରେମିକ ଓ ପ୍ରେମିକା ଏହି ସପ୍ତାହକୁ ଖାସ୍ ଓ ତାଜା ରଖିବାକୁ ବିଭିନ୍ନ ପ୍ରକାର ପନ୍ଥା ଆପଣାଇଥାନ୍ତି । ଚୁମ୍ବନ କେବଳ ପ୍ରେମିକ ପ୍ରେମିକାଙ୍କ ପାଇଁ ନୁହେଁ, ଏହା ସବୁ ପ୍ରକାର ସମ୍ପର୍କକୁ ଅଧିକ ମଜ୍ଭୁତ୍ କରିଥାଏ । କୁହାଯାଏ କିସ୍ ବା ଚୁମ୍ବନ ଦୁଇଟି ମଣିଷଙ୍କ ସଂପର୍କରେ ଥିବା ଦୂରତାକୁ ଦୂର କରିଦିଏ । ପ୍ରେମୀଯୁଗଳ ପରସ୍ପର ସହ ଅଧିକ ଘନିଷ୍ଠ ହୋଇଥାନ୍ତି । ଏହା ସଂପର୍କକୁ ଆହୁରି ମଜବୁତ କରିଥାଏ । ସେଥିପାଇଁ କିସ୍ ଡେରେ ପରସ୍ପରକୁ ଚୁମ୍ବନ ଦେଇ ନିଜ ପ୍ରେମକୁ ଜାହିର କରିଥାନ୍ତି ପ୍ରେମୀଯୁଗଳ ।
ରୋମାନମାନେ ଭିନ୍ନ ଧରଣର ଚୁମ୍ବନ ବାହାର କରିଥିବାରୁ ଧୀରେ ଧୀରେ ଚୁମ୍ବନ କିମ୍ବା ପ୍ରେମ ଯଚାଇବାର କୌଣସି କ୍ରିୟାକୁ ରୋମାନ୍ସ ନାମ ଦିଆଗଲା । ବୈଜ୍ଞାନିକମାନଙ୍କ କହିବାନୁଯାୟୀ ଚୁମ୍ବନ ଉଭୟ ମାନସିକ ଓ ଶାରୀରିକ ସ୍ତରରେ ବ୍ୟକ୍ତିକୁ ସୁସ୍ଥ ମଧ୍ୟ ରଖିଥାଏ । ଚୁମ୍ବନ ଦ୍ବାରା ଅକ୍ସିଟୋସିନ୍, ଡୋପାମାଇନ୍ ଏବଂ ସେରୋଟୋନିନ୍ ନାମକ ହରମୋନ କ୍ଷରିତ ହୋଇଥାଏ । ଯାହାକି ମନକୁ ଖୁସି ରଖିବାରେ ବେଶ ସହାୟକ ହୋଇଥାଏ ।
ଜାଣନ୍ତୁ ଚୁମ୍ବନର ଉପକାରିତା
- ମୁଖମଣ୍ଡଳ ଉଜ୍ବଳ ଦିଶେ
- ଉଭୟଙ୍କ ମଧ୍ୟରେ ପ୍ରେମ ବଢେ
- ଆତ୍ମବିଶ୍ବାସ ବୃଦ୍ଧି କରିବା ସହ ମୁଣ୍ଡବିନ୍ଧା ଦୂର କରେ
- ଉଚ୍ଚ ରକ୍ତଚାପକୁ ହ୍ରାସ କରେ
ତେବେ ଜାଣନ୍ତୁ ଚୁମ୍ବନ କେତେ ପ୍ରକାର