ହ୍ରାଇଦ୍ରାବାଦ: ସେ ସମ୍ପର୍କ ଗଢା ହୋଇନଥାଏ ରକ୍ତର କିନ୍ତୁ ଭାବ ଆଦାନ ପ୍ରଦାନର ପାଲଟେ ସ୍ବର୍ଗୀୟ ଅନୁଭବ । ଆଖିର ଲୁହକୁ ନିମିଷକେ ଖୁସିରେ ପରିଣତ କରିବାର ଯାଦୁ ଥାଏ ତା ପାଖରେ । ସେ ଆଉ କେହି ନୁହେଁ ସେ ହେଉଛି ବନ୍ଧୁ.... ବନ୍ଧୁ ଏକ ଶବ୍ଦ ନୁହେଁ ଏକ ଗ୍ରନ୍ଥ କହିଲେ ଅତ୍ୟୁକ୍ତି ହେବ ନାହିଁ । ଜୀବନରେ ହସଖୁସି ଭରି ଦିଏ ବନ୍ଧୁ । ସଫଳତାରେ ଖୁସି ହୁଏ ବିପଦରେ ଛିଡା ହୋଇ ଦମ୍ଭ ଦିଏ । ବୋଧହୁଏ ବନ୍ଧୁଟିଏ ବିନା ଜୀବନ ପରିକଳ୍ପନା କରିବା ଅସମ୍ଭବ । ସବୁଦିନତ ସାଙ୍ଗର । କିନ୍ତୁ ଆଜିର ଦିନ ସାଙ୍ଗଟିଏ ପାଇଁ ବେଶ ସ୍ବତନ୍ତ୍ର । ଆଜି ହେଉଛିହାପି ଫ୍ରେଣ୍ଡସିପ୍ ଡେ ବା ବନ୍ଧୁତ୍ବ ଦିବସ ।
ପ୍ରତିବର୍ଷ ଅଗଷ୍ଟ ମାସର ପ୍ରଥମ ରବିବାରକୁ ସମସ୍ତେ ବନ୍ଧୁତ୍ବର ଦିନ ଭାବେ ପାଳନ କରିଥାନ୍ତି । ଆଜିର ଦିନକୁ ସ୍ପେଶାଲ କରିବାକୁ କିଏ ଫ୍ରେଣ୍ଡସିପ ବ୍ୟାଣ୍ଡ ବାନ୍ଧେ, ତ କେକ କାଟି ତ ଆଉ କିଏ ସାଙ୍ଗକୁ ଚକୋଲେଟ ଦେଇ ପାଳନ କରନ୍ତି । ସାଙ୍ଗ ହେଉଛି ଛାତି ତଳର ଏକ ସାଇତା ସ୍ମୃତି ଓ ନିଃସ୍ବାର୍ଥପର ଭଲପାଇବାର ଏକ ଅଭୁଲା ଠିକଣା । ଏହା କେବଳ ଏକ ଶବ୍ଦ ନୁହେଁ ବରଂ ଏକ ସ୍ବତନ୍ତ୍ର ଅନୁଭୂତି । ଜନ୍ମ ହେବା ଠାରୁ ସ୍କୁଲ, କଲେଜ, ଏବଂ ଶ୍ମଶାନ ପର୍ଯ୍ୟନ୍ତ ସାଥିରେ ରହିଥାଏ ସାଙ୍ଗଟିଏ । ସାଙ୍ଗ ସିଏ ଯିଏ ବର୍ଷା ଭିଜା ଆଖିର ଲୁହକୁ ଦେଖି ବୁଝିପାରିଥାଏ ସାଙ୍ଗର ବେଦନା । କିଛି ନକହିବା ପୂର୍ବରୁ ସେ ଜାଣି ପାରେ ମନର କଥା । ଯାହାର ଭଲପାଇବାରେ ଟିକିଏବି ସ୍ବାର୍ଥ ନଥାଏ ।