ହାଇଦ୍ରାବାଦ: ଜାତୀୟ ରାଜପଥ ପ୍ରଶସ୍ତିକରଣ ପାଇଁ ଭଙ୍ଗାଯିବା ପରିବର୍ତ୍ତେ 8 ଫୁଟ ପଛକୁ ଘୁଞ୍ଚାଗଲା ହନୁମାନ ମନ୍ଦିର । ଉତ୍ତର ପ୍ରଦେଶ ଶାହାଜାହାନପୁରରେ ଲକ୍ଷ୍ନୌ-ଦିଲ୍ଲୀ ଜାତୀୟ ରାଜପଥରେ କାଞ୍ଚିଆନି ଖେଡା ନିକଟରେ ଥିବା ହନୁମାନ ମନ୍ଦିରକୁ ସ୍ଥାନାନ୍ତରଣ କାର୍ଯ୍ୟ ଆରମ୍ଭ ହୋଇଛି (Hanuman temple moved back 8 feet)। ମନ୍ଦିରକୁ ଭାଙ୍ଗିବା ପରିବର୍ତ୍ତେ ସ୍ବତନ୍ତ୍ର ଜ୍ଞାନକୌଶଳରେ ସୁରକ୍ଷିତ ଭାବେ ପଛକୁ ଘୁଞ୍ଚାଯାଉଛି । ଆଜି କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଜ୍ୟାକ୍ ସାହାଯ୍ୟରେ ମନ୍ଦିରକୁ 8ଫୁଟ ପଛକୁ ଘୁଞ୍ଚା ଯାଇଛି । ଏହି ମନ୍ଦିରକୁ ନିର୍ଦ୍ଧାରିତ ସ୍ଥାନରେ ସୁରକ୍ଷିତ ଅବସ୍ଥାପିତ କରିବା ପାଇଁ ପ୍ରାୟ ଏକ ମାସ ସମୟ ଲାଗିବା ନେଇ ଆକଳନ କରାଯାଉଛି ।
ଏହି ନୂଆ କୌଶଳରେ ହେଉଥିବା ସ୍ଥାନାନ୍ତରଣ କାର୍ଯ୍ୟକୁ ଦେଖିବା ପାଇଁ ବହୁ ସଂଖ୍ୟକ ସ୍ଥାନୀୟ ଲୋକଙ୍କ ଭିଡ ଦେଖିବାକୁ ମିଳିଥିଲା । ଜାତୀୟ ରାଜପଥର ସମ୍ପ୍ରସାରଣ ପାଇଁ ଏହି ମନ୍ଦିରର ଉଚ୍ଛେଦ ଜରୁରୀ ହୋଇପଡିଥଲା (Hanuman temple moved back 8 feet)। ହେଲେ ଉଚ୍ଛେଦ ପରିବର୍ତ୍ତେ ଏହାକୁ ସ୍ଥାନାନ୍ତରଣ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଥିଲା ସ୍ଥାନୀୟ ପ୍ରଶାସନ । ଏହି କାର୍ଯ୍ୟ ପାଇଁ ହରିୟାଣାର ଜୟ ଦୁର୍ଗେ ଲିଫ୍ଚିଂ ଏବଂ ସିଫ୍ଟିଂ କମ୍ପାନୀକୁ ଦାୟିତ୍ବ ଦିଆଯାଇଥିଲା ।