ଓଡିଶା

odisha

ETV Bharat / bharat

ହଣ୍ଡୱାରାରେ ଏନକାଉଣ୍ଟର, ଜଣେ ଆତଙ୍କୀ ନିପାତ - ଆତଙ୍କୀ

ହାଣ୍ଡୱାରା ଦକ୍ଷିଣ କାଶ୍ମୀର କୁପୱାରା ଜିଲ୍ଲା ରେହାନ ଅଞ୍ଚଳରେ ସୁରକ୍ଷାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏଥିରେ ଏକ ଟପ କମାଣ୍ଡର ହିଜାବୁଲ ମୁଜାହିଦ୍ଦିନ ନାମକ ଆତଙ୍କୀକୁ ନିପାତ କରିଛି ସୁରକ୍ଷା ବାହିନୀ । ଅଧିକ ପଢନ୍ତୁ...

ହଣ୍ଡୱାରା ଏନକାଉଣ୍ଟର
ହଣ୍ଡୱାରା ଏନକାଉଣ୍ଟର

By

Published : Jul 7, 2021, 8:01 AM IST

ଶ୍ରୀନଗର: ଜାମ୍ମୁ କାଶ୍ମୀର ପୋଲିସକୁ ବଡ ସଫଳତା । ହାଣ୍ଡୱାରା ଦକ୍ଷିଣ କାଶ୍ମୀର କୁପୱାରା ଜିଲ୍ଲା ରେହାନ ଅଞ୍ଚଳରେ ସୁରକ୍ଷାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏଥିରେ ଏକ ଟପ କମାଣ୍ଡର ହିଜାବୁଲ ମୁଜାହିଦ୍ଦିନ ନାମକ ଆତଙ୍କୀକୁ ନିପାତ କରିଛି ସୁରକ୍ଷା ବାହିନୀ । ହିଜାବୁଲ ଏନେକ ଆତଙ୍କୀ ଘଟଣାରେ ସାମିଲ ଥିଲା । ଏହା ଏକ ବଡ ସଫଳତା ବୋଲି କହିଛନ୍ତି କାଶ୍ମୀର ଆଇଜିପି ।

ସୂଚନାଅନୁସାରେ, ଏସଓଜି ଆର୍ମିର 32 ଆରଆର, ସିଆରପିଏଫ, ପୋଲିତ ଟିମଙ୍କ ମିଳିତ ଉଦ୍ୟମରେ ରେହାନ ଅଞ୍ଚଳରେ କର୍ଡନ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା । ସେହି ଅଞ୍ଚଳରେ ଲୁଚି ରହିଥିବା ଆତଙ୍କବାଦୀଙ୍କ ଉପରେ ଗୁଳି ଚଳାଇଥିଲା ସୁରକ୍ଷାବାହିନୀ । ଏଥିରେ ହିଜାବୁଲ ମୁଜାହିଦ୍ଦିନ ନାମକ ଆତଙ୍କୀ ନିପାତ ହୋଇଛି । ଏହି ରିପୋର୍ଟ ମିଳିବା ଯାଏଁ ସେଠାରେ ଗୁଳିବିନିମୟ ଜାରି ରହିଥିଲା । ଆଉ ଦୁଇରୁ ତିନିଜଣ ଆତଙ୍କୀ ସେଠାରେ ଲୁଚି ରହିଥିବା ଅନୁମାନ କରାଯାଉଛି । ଏବେ ବି ସର୍ଚ୍ଚ ଅପରେସନ ଜାରି ରହିଥିବା କଶ୍ମୀର ପୋଲିସ ପକ୍ଷରୁ ସୂଚନା ମିଳିଛି ।

ପ୍ରକାଶ ଥାଉ କି,ପୁଲୱାମା ଜିଲ୍ଲା ହାନଜିନ ରାଜପୁରା ଅଞ୍ଚଳରେ ଜୁନ 1 ତାରଖ ବିଳମ୍ବିତ ରାତିରୁ ଆତଙ୍କବାଦୀ ଓ ସୁରକ୍ଷାବାହିନୀଙ୍କ ମଧ୍ୟରେ ଚାଲିଥିବା ଗୁଳିବନିମୟ ହୋଇଥିଲେ । ଏହା ସହିତ ଏନକାଉଣ୍ଟରରେ ଜଣେ ଯବାନ ଶହୀଦ ହୋଇଥିଲେ । ଶହୀଦ ଯବାନ ହେଲେ 44 ଆରଆରର ହାବିଲଦାର କାଶୀ କୁମାର । ଏହା ସହିତ ଲସ୍କର-ଏ -ତୋଏବାର 5 ଆତଙ୍କବାଦୀ ନିପାତ ହୋଇଥିଲେ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ABOUT THE AUTHOR

...view details