ପାଟନା: ଜମ୍ମୁ କାଶ୍ମୀରରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ବିହାର ଶ୍ରମିକଙ୍କ ମୃତ୍ୟୁକୁ ନେଇ ସରଗରମ ହୋଇଉଠିଛି ରାଜନୀତି । ଘଟଣାକୁ ନେଇ ବିହାର ମୁଖ୍ୟମନ୍ତ୍ରୀ ନୀତିଶ ସରକାରଙ୍କୁ ଦାୟୀ କରିଛନ୍ତି ଆରଜେଡି ନେତା ତେଜସ୍ବୀ ଯାଦବ । ଅନ୍ୟପକ୍ଷେ କାଶ୍ମୀରରୁ ଆତଙ୍କୀଙ୍କ ନିପାତ ପାଇଁ ପ୍ରଧାନମନ୍ତ୍ରୀ ମୋଦି ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଏକ ଭିନ୍ନ ପ୍ରକାରର ଦାବି କରିଛନ୍ତି ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନ ରାମ ମାଞ୍ଝୀ ।
‘ବିହାରୀଙ୍କୁ ଦିଅ କାଶ୍ମୀର, 15 ଦିନରେ ନିପାତ ହେବେ ଆତଙ୍କୀ’
କାଶ୍ମୀରରୁ ଆତଙ୍କୀଙ୍କ ନିପାତ ପାଇଁ ପ୍ରଧାନମନ୍ତ୍ରୀ ମୋଦି ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଏକ ଭିନ୍ନ ପ୍ରକାରର ଦାବି କରିଛନ୍ତି ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନ ରାମ ମାଞ୍ଝୀ । ଅଧିକ ପଢନ୍ତୁ...
ମୋଦିଙ୍କୁ ମାଞ୍ଝୀଙ୍କ ଅପିଲ; ବିହାରୀଙ୍କୁ ଦିଅ କାଶ୍ମୀର, 15 ଦିନରେ ନିପାତ ହେବେ ଆତଙ୍କୀ
ଜିତନ ରାମ ମାଞ୍ଝୀ ଟ୍ବିଟ କରି କହିଛନ୍ତି, କାଶ୍ମୀରରେ କ୍ରମାଗତ ଆମ ନିରୀହ ବିହାରୀ ଭାଇଙ୍କୁ ହତ୍ୟା କରାଯାଉଛି । ଯଦି ପରିସ୍ଥିତି ବଦଳୁନି ତେବେ କାଶ୍ମୀରକୁ ସମ୍ଭାଳିବାର ଦାୟିତ୍ବ ବିହାରବାସୀଙ୍କ ଉପରେ ଛାଡି ଦିଆଯାଉ । 15 ଦିନ ମଧ୍ୟରେ କାଶ୍ମୀରରୁ ଆତଙ୍କୀଙ୍କୁ ନିପାତ କରିଦିଆଯିବ ବୋଲି ଜୋର ଦେଇ କହିଛନ୍ତି ଜିତନ ରାମ ।
ରବିବାର କୁଲଗାମରେ ଆତଙ୍କୀ ଆକ୍ରମଣରେ ୨ ବିହାର ବାସିନ୍ଦାଙ୍କ ମୃତ୍ୟୁ ହୋଇଥିଲା । ଦକ୍ଷିଣ କାଶ୍ମୀରର କୁଲଗାମ ଜିଲ୍ଲାରେ ଆତଙ୍କବାଦୀମାନେ ବିହାରର ୨ ଶ୍ରମିକଙ୍କୁ ଆତଙ୍କବାଦୀମାନେ ଗୁଳି କରି ହତ୍ୟା କରିଥିଲେ ।