ନୂଆଦିଲ୍ଲୀ:ପୂର୍ବତନ ଉପରାଷ୍ଟ୍ରପତି ହମିଦ ଅନସାରୀଙ୍କୁ ନେଇ ଜଣେ ପାକିସ୍ତାନୀ ସାମ୍ବାଦିକ ଗମ୍ଭୀର ଅଭିଯୋଗ ଆଣିଛନ୍ତି । ପାକ ସାମ୍ବାଦିକ ଜଣଙ୍କ କହିଛନ୍ତି, ଯେ ତାଙ୍କୁ ତତ୍କାଳୀନ ସମୟର ଅନେକ ଗୋପନୀୟ ତଥ୍ୟ ପ୍ରଦାନ କରାଯାଇଥିଲା । ପାକିସ୍ତାନୀ ସାମ୍ବାଦିକଙ୍କ ଏପରି ଦାବି ପ୍ରଘଟ ହେବା ପରେ ଅନସାରୀଙ୍କ ଅଡୁଆ ବଢିଥିଲା । ବିଜେପି ଉଭୟ ଅନସାରୀ ଓ କଂଗ୍ରେସକୁ ସମାଲୋଚନା କରିବା ସହ ଘଟଣାରେ ସ୍ପଷ୍ଟୀକରଣ ରଖିବାକୁ ଦାବି କରିଥିଲା । ତେବେ ଅଭିଯୋଗ ନେଇ ମୁହଁ ଖୋଲିଛନ୍ତି ଅନସାରୀ । ତାଙ୍କ ବିରୋଧରେ ପାକିସ୍ତାନ ସାମ୍ବାଦିକ ଆଣିଥିବା ଅଭିଯୋଗ ମିଥ୍ୟା ଓ ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି ସେ ପ୍ରତିକ୍ରିୟା ରଖିଛନ୍ତି ।
ପ୍ରତିକ୍ରିୟାରେ ଅନସାରୀ କହିଛନ୍ତି, ଗଣମାଧ୍ୟମ ଓ ବିଜେପିର ଦଳୀୟ ପ୍ରବକ୍ତାଙ୍କ ମାଧ୍ୟମରେ ତାଙ୍କ ନାମରେ ଏହି ମିଥ୍ୟା ପ୍ରଚାର କରାଯାଉଛି । ଉପରାଷ୍ଟ୍ରପତିଙ୍କ ଦ୍ବାରା ଯେଉଁ କାର୍ଯ୍ୟକ୍ରମ ପାଇଁ ବିଦେଶର ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ନିମନ୍ତ୍ରଣ କରାଯାଏ, ତାହା ମୁଖ୍ୟତଃ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ସୁପାରିଶ ଆଧାରରେ କରାଯାଇଥାଏ । ସେହି ଧାରାରେ, 2010 ମସିହା 11 ଡିସେମ୍ବରରେ ସେ ଆତଙ୍କବାଦ ଉପରେ ଏକ ଆଲୋଚନାଚକ୍ରର ଉଦଘାଟନ କରିଥିଲେ । କିନ୍ତୁ ଏପରି ଅଭିଯୋଗ ଆଣିଥିବା ପାକିସ୍ତାନର ଉକ୍ତ ସମ୍ବାଦିକଙ୍କୁ ସେ ନିମନ୍ତ୍ରଣ କରିନାହାନ୍ତି, କିମ୍ବା ତାଙ୍କ ସହ ସାକ୍ଷାତ ମଧ୍ୟ କରିନାହାନ୍ତି ବୋଲି ଅନସାରୀ କହିଛନ୍ତି ।
କ’ଣ ଅଭିଯୋଗ କରିଥିଲେ ପାକିସ୍ତାନ ସାମ୍ବାଦିକ:-