ଓଡିଶା

odisha

ETV Bharat / bharat

Gyanvapi Row: ASI ସର୍ଭେ ଉପରେ ସୁପ୍ରିମକୋର୍ଟଙ୍କ ରୋକ, ହାଇକୋର୍ଟ ଯିବ ମୁସଲିମ କମିଟି - ଜ୍ଞ୍ୟାନବ୍ୟାପୀ ସର୍ଭେ ଉପରେ ରୋକ

ଜ୍ଞାନବ୍ୟାପୀ ମସଜିଦ ଏଏସଆଇ ସର୍ଭେ ଉପରେ ସାମୟିକ ରୋକ । ଜୁଲାଇ 26 ଅପରାହ୍ନ 5ଟା ଯାଏ ସର୍ଭେ ଉପରେ ରୋକ ଲଗାଇଛନ୍ତି ସୁପ୍ରିମକୋର୍ଟ । ଅଧିକ ପଢନ୍ତୁ

Gyanvapi row
ASI ସର୍ଭେ ଉପରେ ସୁପ୍ରିମକୋର୍ଟଙ୍କ ରୋକ

By

Published : Jul 24, 2023, 1:56 PM IST

ନୂଆଦିଲ୍ଲୀ:ଜ୍ଞାନବ୍ୟାପୀ ମସଜିଦ ଏଏସଆଇ ସର୍ଭେ ନେଇ ନିର୍ଦ୍ଦେଶ ପ୍ରସଙ୍ଗ ଉପରେ ସୁପ୍ରିମକୋର୍ଟ ରୋକ ଲଗାଇଛନ୍ତି । ଆଜି (ସୋମବାର) ସକାଳୁ ଜ୍ଞାନବ୍ୟାପୀ ମସଜିଦ ପରିସରରେ କରାଯାଇଥିବା ଏଏସଆଇ ସାଇଣ୍ଟିଫିକ ସର୍ଭେ ଉପରେ ସାମୟିକ ରୋକ ଲଗାଇଛନ୍ତି ସୁପ୍ରିକକୋର୍ଟ । ଜୁଲାଇ 26 ଅପରାହ୍ନ 5ଟା ଯାଏ ସର୍ଭେ ଉପରେ ରୋକ ଲାଗିଛି । ଏହି ସମୟ ମଧ୍ୟରେ ମୁସଲିମ ପକ୍ଷଙ୍କୁ ଆବେଦନ ପାଇଁ ପରାମର୍ଶ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଏହି ଅବଧି ମଧ୍ୟରେ ମୁସଲିମ ପକ୍ଷ ହାଇକୋର୍ଟ ଯାଇପାରିବେ ବୋଲି କହିଛନ୍ତି ସୁପ୍ରିମକୋର୍ଟ ।

ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୂଡଙ୍କ ନେତୃତ୍ବରେ ଗଠିତ ଖଣ୍ଡପୀଠରେ ଜଷ୍ଟିସ ଜେ ବି ପାରଡିୱାଲା ଏବଂ ମନୋଜ ମିଶ୍ରା କହିଛନ୍ତି,'' ମୁସଲିମ ପକ୍ଷଙ୍କୁ ଆବେଦନ କରିବାକୁ କିଛି ସମୟ ଦେବାକୁ ସ୍ଥିର କରିଛୁ । ଜୁଲାଇ 26 ମଧ୍ୟରେ ମୁସଲିମ ପକ୍ଷ ଆହ୍ଲାବାଦ ହାଇକୋର୍ଟ ଯାଇପାରିବେ । ଜୁଲାଇ 26 ଅପରାହ୍ନ 5ଟା ଯାଏ ଜ୍ଞାନବ୍ୟାପୀ ମସଜିଦ ଏଏସଆଇ ସର୍ଭେ ନେଇ ନିର୍ଦ୍ଦେଶ ଜିଲ୍ଲା କୋର୍ଟ କରିଥିବା ନିର୍ଦ୍ଦେଶ କାର୍ଯ୍ୟକାରୀ ହେବ ନାହିଁ ।''

ବାରଣାସୀ କୋର୍ଟ ଜଜ ଏକେ ବିଶ୍ବାସ ଜ୍ଞାନବ୍ୟାପୀ ପରିସରରେ ଏଏସଆଇ ବୈଜ୍ଞାନିକ ସର୍ଭେ ନେଇ ଗତ 21 ତାରିଖରେ ଆଦେଶ ଦେଇଥିଲେ । ସୁପ୍ରିମକୋର୍ଟରେ ଏହି ମାମଲା ବିଚାରଧୀନ ଥିବାବେଳେ ଏଏସଆଇ ସର୍ଭେକୁ ମୁସଲିମ ପକ୍ଷ ବିରୋଧ କରି ଏହା ଉପରେ ରୋକ ଲଗାଇବାକୁ ଦାବି କରିଥିଲେ ।

ଏହା ବି ପଢନ୍ତୁ... ଜ୍ଞାନବ୍ୟାପୀରେ ASI ଟିମ୍‌ର ସର୍ଭେ ଆରମ୍ଭ, ସୁରକ୍ଷା କଡାକଡି

ପ୍ରକାଶଥାଉ କି, ଆଜି (ସୋମବାର) ସକାଳୁ ଜ୍ଞାନବ୍ୟାପୀ ମସଜିଦ ପରିସରରେ ସର୍ଭେ କରାଯାଇଥିଲା । 40 ଜଣିଆ ଏଏସଆଇ ଦଳ ଜ୍ଞାନବ୍ୟାପୀ ମସଜିଦ ପରିସରରେ ସାଇଣ୍ଟିଫିକ ସର୍ଭେ କରଥିଲେ । ସର୍ଭେ ପାଇଁ ଗତ 21 ତାରିଖରେ ନିର୍ଦ୍ଦେଶ ଦେଇଥିଲେ ବାରଣାସୀ କୋର୍ଟ । ମନ୍ଦିର ଉପରେ ମସଜିଦ ନିର୍ମାଣ ହୋଇଛି କି ନାହିଁ ତାହା ଜାଣିବାକୁ ସର୍ଭେ ଆରମ୍ଭ ହୋଇଥିଲା । କାଶୀ ବିଶ୍ବନାଥ ମନ୍ଦିର ପାଖରେ ଜ୍ଞାନବ୍ୟାପୀ ମସଜିଦ ରହିଛି । ସର୍ଭେ ନେଇ ଉତ୍ତରପ୍ରଦେଶ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା । ସର୍ଭେରେ ଉଭୟ ହିନ୍ଦୁ ଓ ମୁସଲିମ ପକ୍ଷ ଉପସ୍ଥିତ ରହିଥିଲେ । ଆସନ୍ତା ଅଗଷ୍ଟ 4 ତାରିଖରେ ବାରଣାସୀ କୋର୍ଟରେ ଏଏସଆଇ ସର୍ଭେ ରିପୋର୍ଟ ଦାଖଲ କରିବ ।

କଣ ମାମଲା: 2021 ଅଗଷ୍ଟରେ 5 ଜଣ ମହିଳା ବାରଣାସୀର ସିଭିଲ ଜଜଙ୍କ ଆଗରେ ଏକ ଅନୁରୋଧ ରଖିଥିଲେ । ଜ୍ଞାନବ୍ୟାପୀ ମସଜିଦ ପାଖରେ ନିର୍ମାଣ ଶ୍ରୀକୃଷ୍ଣ ଗୌରୀ ମନ୍ଦିରରେ ପୂଜା ଓ ଦର୍ଶନ କରିବାକୁ ଅନୁମତି ଦେବାକୁ ଅନୁରୋଧ କରିଥିଲେ । ଜ୍ଞାନବାପୀ ମସଜିଦ ବାହ୍ୟ ପ୍ରାଚୀରରେ ଥିବା ହିନ୍ଦୁ ଦେବଦେବୀଙ୍କ ମୂର୍ତ୍ତି ଗୁଡିକୁ ପ୍ରତ୍ୟହ ପୂଜାର୍ଚ୍ଚନା କରିବାକୁ ମହିଳା ଗୋଷ୍ଠୀ ଅଦାଲତଙ୍କ ଦ୍ବାରସ୍ଥ ହୋଇଥିଲେ ।

ABOUT THE AUTHOR

...view details