ଓଡିଶା

odisha

Gyanvapi survey: କୋର୍ଟ ବାହାରେ ବୁଝାମଣା ପ୍ରସ୍ତାବରେ ହିନ୍ଦୁପକ୍ଷ ଦୁଇ ଭାଗ !

By

Published : Aug 17, 2023, 10:57 PM IST

ଜ୍ଞାନବ୍ୟାପୀ ମସଜିଦ ମାମଲାରେ କୋର୍ଟ ବାହାରେ ବୁଝାମଣା ପ୍ରସ୍ତାବ ଦେଇଥିଲା ଏକ ହିନ୍ଦୁ ସଂଗଠନ । ଏହାକୁ ନେଇ ହିନ୍ଦୁପକ୍ଷ ଦୁଇ ଭାଗ । ଆଇନଜୀବୀ ବିଷ୍ଣୁ ଶଙ୍କର ଜୈନ କହିଲେ, ବୁଝାମଣା ସମ୍ଭବ ନୁହେଁ । ଅଧିକ ପଢନ୍ତୁ

Gyanvapi survey: କୋର୍ଟ ବାହାରେ ବୁଝାମଣା ପ୍ରସ୍ତାବରେ ହିନ୍ଦୁପକ୍ଷ ଦୁଇ ଭାଗ !
Gyanvapi survey: କୋର୍ଟ ବାହାରେ ବୁଝାମଣା ପ୍ରସ୍ତାବରେ ହିନ୍ଦୁପକ୍ଷ ଦୁଇ ଭାଗ !

ଲକ୍ଷ୍ନୌ:ବହୁଚର୍ଚ୍ଚିତ ବାରାଣାସୀ ଜ୍ଞାନବ୍ୟାପୀ ମସଜିଦ କ୍ୟାମ୍ପସରେ ବିଜ୍ଞାନଭିତ୍ତିକ ସର୍ଭେ ଜାରି ରହିଛି । ଏହାରି ମଧ୍ୟରେ ମୁସଲିମ ପକ୍ଷକୁ ବିଶ୍ୱ ବୈଦିକ ସନାତନ ସଂଗଠନ ଏକ ଖୋଲା ଚିଠି ଲେଖି ସମାଧାନ ପାଇଁ କୋର୍ଟ ବାହାରେ ଆଲୋଚନା କରିବାକୁ ନିମନ୍ତ୍ରଣ କରିଥିଲା । ଏହା ଉପରେ ମସଜିଦ କମିଟି ମଧ୍ୟ ବିଚାର କରିବାକୁ ସହମତି ପ୍ରକାଶ କରିଥିଲା । କିନ୍ତୁ ଏହି ପ୍ରସଙ୍ଗରେ ଏବେ ତୀବ୍ର ବିବାଦ ଆରମ୍ଭ ହୋଇଛି । ହିନ୍ଦୁପକ୍ଷ ଦୁଇ ଗୋଷ୍ଠୀରେ ଭାଗ ହୋଇଯାଇଛି । ଏହି ବୁଝାମଣା କିମ୍ବା ଆଲୋଚନା ପ୍ରସ୍ତାବକୁ କୋର୍ଟରେ ମାମଲା ଲଢୁଥିବା ହିନ୍ଦୁପକ୍ଷ ତୀବ୍ର ବିରୋଧ କରିଛି । ଏହା କଦାପି ସମ୍ଭବପର ନୁହେଁ, ସେମାନେ କେବେ ହେଲେ ଏହି ପ୍ରସ୍ତାବକୁ ଗ୍ରହଣ କରିବେ ନାହିଁ ବୋଲି କହିଛନ୍ତି ହିନ୍ଦୁ ପକ୍ଷକୁ ପ୍ରତିନିଧିତ୍ବ କରି ଆସୁଥିବା ଆଇନଜୀବୀ ବିଷ୍ଣୁ ଶଙ୍କର ଜୈନ ।

Gyanvapi survey: କୋର୍ଟ ବାହାରେ ବୁଝାମଣା ପ୍ରସ୍ତାବରେ ହିନ୍ଦୁପକ୍ଷ ଦୁଇ ଭାଗ !

ଆଇନଜୀବୀ ବିଷ୍ଣୁ ଶଙ୍କର ଜୈନ ଏହି ପ୍ରସ୍ତାବକୁ ବିରୋଧ କରିଛନ୍ତି । କହିଛନ୍ତି, ଏହା ସମ୍ଭବପର ପ୍ରସ୍ତାବ ନୁହେଁ । ସେମାନେ ଏହାକୁ ଗ୍ରହଣ କରିବେ ନାହିଁ । ଉକ୍ତ ସ୍ଥାନରେ କିଛି ଶହ ବର୍ଷ ପୂର୍ବେ ମନ୍ଦିରକୁ ଭଙ୍ଗାଯାଇ ମସଜିଦ କରାଯାଇଛି । ସେମାନେ ଯଦି ଏହି ସ୍ଥାନକୁ ହସ୍ତାନ୍ତର କରିବା ପାଇଁ ପ୍ରସ୍ତୁତ ଓ ତାହା ସହ କରିଥିବା ଭୁଲ ପାଇଁ କ୍ଷମା ପ୍ରାର୍ଥନା କରିବାକୁ ଇଚ୍ଛୁକ, ତାହାଲେ କିଛି ଚିନ୍ତା କରାଯାଇପାରେ । ନଚେତ କୋର୍ଟ ବାହାରେ କୌଣସି ଆଲୋଚନା କିମ୍ବା ବୁଝାମଣାର ପ୍ରଶ୍ନ ଉଠୁନାହିଁ ।

ଏହା ମଧ୍ୟ ପଢନ୍ତୁ:-Gyanvapi Row: ‘ଐତିହାସିକ ଭୁଲର ସମାଧାନ ପାଇଁ ପ୍ରସ୍ତାବ ରଖୁ ମୁସଲିମ ପକ୍ଷ, ମସଜିଦ୍‌ କହିଲେ ବିବାଦ ହେବ’

ଏହି ପ୍ରସଙ୍ଗରେ ଏବେ ଆହ୍ଲାବାଦ ହାଇକୋର୍ଟଙ୍କ ରାୟ ଆସିବା ପରେ, ଜ୍ଞାନବ୍ୟାପୀ ମସଜିଦ ପରିସରରେ ଭାରତୀୟ ପ୍ରତ୍ନତାତ୍ବିକ ବିଭାଗ ସର୍ଭେ କାର୍ଯ୍ୟ ଜାରି ରଖିଛି । ଏହାକୁ ସର୍ବୋଚ୍ଚ କୋର୍ଟ ପର୍ଯ୍ୟନ୍ତ ଯାଇ ରୋକିବାକୁ ଉଦ୍ୟମ କରିଥିଲା ଇନ୍ତିଜାମିଆ କମିଟି । ହେଲେ ଏଥିରେ ସମାନେ ସେ ବିଫଳ ହେବା ସହ କୋର୍ଟ ସର୍ଭେକୁ ଅନୁମତି ଦେଇଥିଲେ । ଅନ୍ୟପଟେ ଏହି ସର୍ଭେ ରାୟ ଆସିବା ପୂର୍ବରୁ ଏକ ଜାତୀୟ ଗଣମାଧ୍ୟରେ ମୁଖ୍ଯମନ୍ତ୍ରୀ ଯୋଗୀ ଏହି ପ୍ରସଙ୍ଗରେ ବଡ ବୟାନ ଦେଇଥିଲେ । ମୁସଲିମ ପକ୍ଷ ଐତିହାସିକ ଭୁଲକୁ ସ୍ବୀକାର କରିବା ଆବଶ୍ୟକ । ନିଜେ ଏହି ଭୁଲର ସମାଧାନ କରିବା ପାଇଁ ସେମାନଙ୍କ ପକ୍ଷରୁ ପ୍ରସ୍ତାବ ଆସିବା ଆବଶ୍ୟକ । ଯଦି ଏହାକୁ ମସଜିଦ ବୋଲି କୁହାଯିବ, ତେବେ ବିବାଦ ହେବ ବୋଲି ମୁଖ୍ୟମନ୍ତ୍ରୀ ଯୋଗୀ କହିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details