ଲକ୍ଷ୍ନୌ:ବହୁଚର୍ଚ୍ଚିତ ବାରଣାସୀ ଜ୍ଞାନବ୍ୟାପୀ ମସଜିଦରେ ସର୍ଭେ ଜାରି ରଖିବା ଲାଗି ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା (ASI)କୁ ମିଳିଲା ଅତିରିକ୍ତ ସମୟ । ଆଉ ୮ ସପ୍ତାହ ଅତିରିକ୍ତ ସମୟ ଦେଲେ ବାରଣାସୀ କୋର୍ଟ । ଏହି ୮ ସପ୍ତାହ ପରେ ମସଜିଦରେ ସର୍ଭେ ପରେ କୋର୍ଟଙ୍କ ନିକଟରେ ରିପୋର୍ଟ ଦାଖଲ କରିବ ଏଏସ୍ଆଇ । ଜିଲ୍ଲା ଜଜ୍ ଏକେ ବିଶବେଶ ମସଜିଦ ପରିଚାଳନା କମିଟିର ଆବେଦନକୁ ଖାରଜ କରି ଏଏସଆଇକୁ ଏହି ଅତିରିକ୍ତ ସମୟ ପ୍ରଦାନ କରିଥିବା ସରକାରୀ ଓକିଲ ରାଜେଶ ମିଶ୍ରା ଶୁକ୍ରବାର ସୂଚନା ଦେଇଛନ୍ତି ।
କାଶୀ ବିଶ୍ବନାଥ ମନ୍ଦିର ନିକଟରେ ଥିବା ଜ୍ଞାନବ୍ୟାପୀ ମସଜିଦରେ ସର୍ଭେ କରୁଛି ଏଏସଆଇ । ଏହି ମସଜିଦଟି ସପ୍ତଦଶ ଶତାବ୍ଦୀରେ ହିନ୍ଦୁ ମନ୍ଦିରକୁ ଭାଙ୍ଗି ଏହା ଉପରେ ମସୁଲିମ ଧର୍ମାବଲମ୍ବୀଙ୍କ ଆରାଧନା ସ୍ଥଳୀ ନିର୍ମିତ ହୋଇଥିବା ଚର୍ଚ୍ଚା ହୋଇଥିଲା । ଏହା ଭିତରେ ଶିବଲିଙ୍ଗ ମଧ୍ୟ ମିଳିଥିଲା । ହେଲେ ମୁସଲିମ ପକ୍ଷ ଏହାକୁ ଏକ ଫାଉଣ୍ଟେନ ପଥର ବୋଲି କହିଥିଲେ । ଆହ୍ଲାବାଦ କୋର୍ଟ ସର୍ଭେ ନେଇ ଅନୁମତି ଦେବା ପରେ ଏଏସଆଇ ପକ୍ଷରୁ ମସଜିଦରେ ସର୍ଭେ ଆରମ୍ଭ ହୋଇଥିଲା ।
ଏହା ବି ପଢନ୍ତୁ- Gyanvapi survey: କାଲି ରିପୋର୍ଟ ଦାଖଲର ଶେଷ ତାରିଖ, ଅତିରିକ୍ତ ସମୟ ଲୋଡିବ ASI !