ନୂଆଦିଲ୍ଲୀ:ବହୁଚର୍ଚ୍ଚିତ ଜ୍ଞାନବ୍ୟାପୀ ମସଜିଦ ମାମଲାରେ ଅକ୍ଟୋବର ପ୍ରଥମ ସପ୍ତାହକୁ ଘୁଞ୍ଚିଲା ଶୁଣାଣୀ । ସର୍ବୋଚ୍ଚ କୋର୍ଟ ଏହି ମାମଲାରେ ଆଜି ଏହି ମାମଲାର ଶୁଣାଣୀ ସ୍ଥଗିତ ରଖିବା ସହ ପରବର୍ତ୍ତୀ ତାରିଖ ଅକ୍ଟୋବର ପ୍ରଥମ ସପ୍ତାହରେ ହେବାକୁ ସ୍ଥିର କରାଯାଇଛି । ମାମଲା ବର୍ତ୍ତମାନ ବାରାଣାସୀ କୋର୍ଟରେ ବିଚାରାଧୀନ ରହିଛି । ତେଣୁ ବାରାଣାସୀ କୋର୍ଟଙ୍କ ରାୟକୁ ସର୍ବୋଚ୍ଚ କୋର୍ଟ ଅପେକ୍ଷା କରିଥିବା କହିଛନ୍ତି । ବାରାଣାସୀ କୋର୍ଟର ରାୟ ପ୍ରକାଶ ପାଇବା ପରେ ସର୍ବୋଚ୍ଚ କୋର୍ଟ ଏହି ମାମଲାର ଶୁଣାଣୀ ଆରମ୍ଭ କରିପାରନ୍ତି ।
Gyanvapi Mosque case: ଅକ୍ଟୋବରରେ ପରବର୍ତ୍ତୀ ଶୁଣାଣୀ ! - ସର୍ବୋଚ୍ଚ କୋର୍ଟରେ ଜ୍ଞାନବ୍ୟାପୀ ମସଜିଦ ମାମଲା
ଅକ୍ଟୋବର ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ସ୍ଥଗିତ ରହିଲା ଜ୍ଞାନବ୍ୟାପୀ ମସଜିଦ ମାମଲାର ଶୁଣାଣୀ । ବାରାଣାସୀ କୋର୍ଟଙ୍କ ରାୟକୁ ଅପେକ୍ଷା କଲେ ସର୍ବୋଚ୍ଚ କୋର୍ଟ । ହିନ୍ଦୁ ପକ୍ଷର ଜଳଲାଗି ଆବେଦନ ଖାରଜ । ଅଧିକ ପଢନ୍ତୁ
Gyanvapi Mosque case: ଅକ୍ଟୋବରରେ ପରବର୍ତ୍ତୀ ଶୁଣାଣି, ବାରାଣାସୀ କୋର୍ଟଙ୍କ ରାୟକୁ ସର୍ବୋଚ୍ଚ କୋର୍ଟଙ୍କ ଅପେକ୍ଷା
ଆଜି ଏହି ମାମଲାର ଶୁଣାଣୀ ଜଷ୍ଟିସ ଡି.ଓ୍ବାଇ ଚନ୍ଦ୍ରଚୂଡ, ଜଷ୍ଟିସ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ ପି.ଏସ ନରସିହ୍ମାଙ୍କୁ ନେଇ ଗଠିତ ତିନିଜଣିଆ ଖଣ୍ଡପୀଠ ଦ୍ବାରା କରାଯାଇଥିଲା । ମାମଲାର ପରବର୍ତ୍ତୀ ଶୁଣାଣୀ ଅକ୍ଟୋବର ପ୍ରଥମ ସପ୍ତାହରେ ହେବା ସହ ହିନ୍ଦୁ ପକ୍ଷ କରିଥିବା ନୂତନ ମାମଲକୁ ମଧ୍ୟ ଖାରଜ କରି ଦେଇଛନ୍ତି କୋର୍ଟ । ବର୍ତ୍ତମାନ ଶ୍ରାବଣ ମାସ ଚାଲିଥିବା ବେଳେ ମସଜିଦରେ ମିଳିଥିବା ଶିବଲିଙ୍ଗ ଉପରେ ଜଳଲାଗି କରିବା ପାଇଁ ପ୍ରବେଶ ଅନୁମତି ଦେବାକୁ ପିଟିସନ ଦାଖଲ କରିଥିଲା ହିନ୍ଦୁ ପକ୍ଷ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ