ଓଡିଶା

odisha

ETV Bharat / bharat

Gyanvapi Mosque case: ASI ସର୍ଭେ ପ୍ରସଙ୍ଗରେ ଅଗଷ୍ଟ 3ରେ ରାୟ ଦେବେ ଆହ୍ଲାବାଦ ହାଇକୋର୍ଟ - ଜ୍ଞାନବ୍ୟାପୀ ମସଜିଦରେ ଏଏସଆଇ ସର୍ଭେ ମାମଲା

ଜ୍ଞାନବ୍ୟାପୀ ମସଜିଦ କମ୍ପଲେକ୍ସରେ ASI ସର୍ଭେ ପ୍ରସଙ୍ଗରେ ଅଗଷ୍ଟ 3 ତାରିଖରେ ରାୟ ଶୁଣାଇବେ ଆହ୍ଲାବାଦ ହାଇକୋର୍ଟ । ସେ ପର୍ଯ୍ୟନ୍ତ ବଳବତ୍ତର ରହିବ ଅନ୍ତରୀଣ ନିର୍ଦ୍ଦେଶ । ଅଧିକ ପଢନ୍ତୁ

Gyanvapi Mosque case: ASI ସର୍ଭେ ପ୍ରସଙ୍ଗରେ ଅଗଷ୍ଟ 3 ତାରିଖରେ ରାୟ ଶୁଣାଇବେ ଆହ୍ଲାବାଦ ହାଇକୋର୍ଟ
Gyanvapi Mosque case: ASI ସର୍ଭେ ପ୍ରସଙ୍ଗରେ ଅଗଷ୍ଟ 3 ତାରିଖରେ ରାୟ ଶୁଣାଇବେ ଆହ୍ଲାବାଦ ହାଇକୋର୍ଟ

By

Published : Jul 27, 2023, 6:34 PM IST

ନୂଆଦିଲ୍ଲୀ/ଲକ୍ଷ୍ନୌ:ଜ୍ଞାନବ୍ଯାପୀ ମସଜିଦ କମ୍ପ୍ଲେକ୍ସରେ ଭାରତୀୟ ପ୍ରତ୍ନତାତ୍ବିକ ବିଭାଗ (ASI) ଦ୍ବାରା ସର୍ଭେ ହେବା ପ୍ରସଙ୍ଗରେ ଆସନ୍ତ ମାସ (ଅଗଷ୍ଟ) 3 ତାରିଖରେ ଆହ୍ଲାବାଦ ହାଇକୋର୍ଟ ରାୟ ପ୍ରକାଶ କରିବେ । ଆଜି ଏହି ମାମଲାରେ ଶୁଣାଣି କରି କୋର୍ଟ କହିଛନ୍ତି, ଅଗଷ୍ଟ 3 ତାରିଖରେ ପରବର୍ତ୍ତୀ ରାୟ ଆସିବା ପର୍ଯ୍ୟନ୍ତ ଅନ୍ତରୀଣ ନିର୍ଦ୍ଦେଶ ବଳବତ୍ତର ରହିବ । ଆଜିର ଶୁଣାଣିରେ ରାୟ ପ୍ରକାଶ କରିବା ପାଇଁ କୋର୍ଟ ତାରିଖ ଧାର୍ଯ୍ୟ କରିଥିବା ହିନ୍ଦୁପକ୍ଷର ଓକିଲ ବିଷ୍ଣୁ ଶଙ୍କର ଜୈନ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି ।

ଗତକାଲି ଏହି ମାମଲାରେ ଆହ୍ଲାବାଦ କୋର୍ଟ ଶୁଣାଣି କରି ଶୁଣାଣି ପ୍ରକ୍ରିୟା ଜାରି ରହିଥିବା ମଧ୍ୟରେ ଏଏସଆଇକୁ ସର୍ଭେ କାର୍ଯ୍ୟ ଆରମ୍ଭ ନକରିବାକୁ କହିଥିଲେ । ଜିଲ୍ଲା କୋର୍ଟ ଏହି ମାମଲାରେ ମସଜିଦ କମ୍ପ୍ଲେକ୍ସ ପରିସରରେ ପ୍ରତ୍ନତାତ୍ବିକ ବିଭାଗକୁ ସର୍ଭେ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲା କୋର୍ଟଙ୍କ ଏହି ରାୟ ବିରୋଧରେ ସର୍ବୋଚ୍ଚ କୋର୍ଟରେ ଦ୍ବାରସ୍ଥ ହୋଇଥିଲା ପ୍ରତିପକ୍ଷ ଇନ୍ତିଜାମିଆ କମିଟି ।

ଗତ 24 ତାରିଖରେ ସର୍ବୋଚ୍ଚ କୋର୍ଟ ଏହି ମାମଲାରେ ଶୁଣାଣି କରି ଏଏସଆଇ ସର୍ଭେ ଉପରେ 26 ତାରିଖ ସଂଧ୍ୟା ପର୍ଯ୍ୟନ୍ତ ରୋକ୍‌ ଲଗାଇବା ସହ ମାମଲାର ଶୁଣାଣି ଅହ୍ଲାବାଦ ହାଇକୋର୍ଟଙ୍କୁ ହସ୍ତାନ୍ତର କରିଥିଲେ । ଗତକାଲି ଆହ୍ଲାବାଦ ହାଇକୋର୍ଟ ଆଜି ପର୍ଯ୍ୟନ୍ତ ଏହି ରହିତାଦେଶକୁ କାର୍ଯ୍ୟକାରୀ କରିଥିଲେ । ହାଇକୋର୍ଟ ଆଜି ମାମଲାର ଶୁଣାଣି କରି ଅଗଷ୍ଟ 3 ତାରିଖରେ ରାୟ ପ୍ରକାଶ କରିବାକୁ ତାରିଖ ଧାର୍ଯ୍ୟ କରିଛନ୍ତି । ଆସନ୍ତାମାସ ଅଗଷ୍ଟ 3 ତାରିଖରେ ରାୟ ଆସିବା ପର୍ଯ୍ୟନ୍ତ ଅନ୍ତରୀଣ ନିର୍ଦ୍ଦେଶ ବଲବତ୍ତର ରହିବ, ଅର୍ଥାତ ଭାରତୀୟ ପ୍ରତ୍ନତାତ୍ବିକ ସଂସ୍ଥା ସର୍ଭେ ଆରମ୍ଭ କରିପାରିବ ନାହିଁ ।

ଏହା ମଧ୍ୟ ପଢନ୍ତୁ:- Gyanavapi Case: ହିନ୍ଦୁ ପକ୍ଷର ବିଜୟ, ସାଇଣ୍ଟିଫିକ ସର୍ଭେ ଆବେଦନକୁ ମିଳିଲା ମଞ୍ଜୁରୀ

ଚଳିତବର୍ଷ ମେ’ 16 ତାରିଖରେ ହିନ୍ଦୁ ପକ୍ଷର କିଛି ମହିଳାଙ୍କ ଦ୍ବାରା ହୋଇଥିବା ଆବେଦନର ଶୁଣାଣି କରି ଚଳିତ ମାସ 21 ତାରିଖରେ ବାରାଣାସୀ ଜିଲ୍ଲା କୋର୍ଟ ମସଜିଦ ପରିସରରେ ସର୍ଭେ କରିବା ପାଇଁ ଏଏସଆଇକୁ ଅନୁମତି ଦେଇଥିଲେ । ହେଲେ ଏହି ସର୍ଭେ ହେବା ଫଳରେ ମସଜିଦ କମ୍ପ୍ଲେକ୍ସ କ୍ଷତିଗ୍ରସ୍ତ ହେବାର ଆଶଙ୍କା ଦର୍ଶାଇ ସର୍ବୋଚ୍ଚ କୋର୍ଟରେ ଦ୍ବାରସ୍ଥ ହୋଇଥିଲା ମୁସଲିମ ପକ୍ଷ । ସର୍ବୋଚ୍ଚ କୋର୍ଟ 24 ତାରିଖରେ ଏଏସଆଇ ସର୍ଭେ ଉପରେ 26 ତାରିଖ (ଗତକାଲି) ସଂଧ୍ୟା ପର୍ଯ୍ୟନ୍ତ ରୋକ ଲଗାଇବା ସହ ଆହ୍ଲାବାଦ ହାଇକୋର୍ଟଙ୍କୁ ଏହି ମାମଲାର ଶୁଣାଣି କରିବା ପାଇଁ କହିଥିଲେ । କୋର୍ଟ ଆଜି ପର୍ଯ୍ୟନ୍ତ ଏହି ରହିତାଦେଶ ବଳବତ୍ତର ରଖିବା ସହ ଆସନ୍ତାମାସ ଅଗଷ୍ଟ 3 ତାରିଖରେ ଏହି ମାମଲାର ରାୟ ପ୍ରକାଶ ପାଇବା ନେଇ ତାରିଖ ଧାର୍ଯ୍ୟ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details