ଓଡିଶା

odisha

ETV Bharat / bharat

Gyanvapi Masjid Case: ସୁରକ୍ଷା ଚିନ୍ତାରେ ବିଚାରପତିଙ୍କ ପରିବାର - ବିଚାରପତିଙ୍କ ଜୀବନ ପ୍ରତି ବିପଦ

ଉତ୍ତରପ୍ରଦେଶ ବାରଣାସୀ ସ୍ଥିତ ଜ୍ଞାନବାପି ମସଜିଦ ଜମି ବିବାଦ ରାୟ ଗୁରୁବାର ଆସିଛି । ଏହା ପରେ ବିଚାରପତିଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି ଯାହାକୁ ନେଇ ସେ ଚିନ୍ତା ପ୍ରକଟ କରିଛନ୍ତି । ଅଧିକ ପଢନ୍ତୁ

Gyanvapi Masjid Case
Gyanvapi Masjid Case

By

Published : May 13, 2022, 2:28 PM IST

ଲକ୍ଷ୍ନୌ:ଉତ୍ତରପ୍ରଦେଶ ବାରଣାସୀ ସ୍ଥିତ ଜ୍ଞାନବାପି ମସଜିଦ ଜମି ବିବାଦ ରାୟ ଗୁରୁବାର ଆସିଛି । ଜ୍ଞାନବାପି ଶୃଙ୍ଗାର ଗୌରୀ ସର୍ଭେ ଜାରି ରିଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ସିଭିଲ ଜଜ ରବି କୁମାର ଦିବାକର । ଏହା ପରେ ତାଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି ଯାହାକୁ ନେଇ ସେ ଚିନ୍ତା ପ୍ରକଟ କରିଛନ୍ତି । ସେ କହିଛନ୍ତି, ଏକ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି । ଭୟ ଏଭଳି ଯେ, ମୋ ପରିବାର ଲୋକ ନିଜ ତଥା ମୋର ସୁରକ୍ଷା ପାଇଁ ଚିନ୍ତିତ ହୋଇପଡିଛନ୍ତି । ବହୁଚର୍ଚ୍ଚିତ ଜ୍ଞାନବାପି ମସଜିଦ ସର୍ଭେ କରାଯିବ ସପକ୍ଷରେ ରାୟ ଦେଇ ଏହା ଉଲ୍ଲେଖ୍ୟ କରିଛନ୍ତି ।

ସେ ଆହୁରି କହିଛନ୍ତି, "ମାମିଲି ଦେୱାନି ମାମାଲାକୁ ଆସାଧାରଣ ପ୍ରସଙ୍ଗରେ ପରିବର୍ତ୍ତନ କରାଯାଇଛି । ଏଥରେ ମୋ ପରିବାର ଲୋକ ଅତଙ୍କିତ । ମୁଁ ଯେତେବେଳେ ବାହାରକୁ ଯାଉଛି, ମୋ ପତ୍ନୀ ଚିନ୍ତାରେ ପଡି ଯାଉଛନ୍ତି । ସର୍ବେକ୍ଷଣ ସ୍ଥଳକୁ ମୁଁ ପରିଦର୍ଶନରେ ଯିବି ବୋଲି କେତେକ ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ମୋ ମା ଏହା ଜାଣିବା ପରେ ନ ସେଠାକୁ ଯିବାକୁ ବାରଣ କରିଥିଲେ ।"

କଣ ଜ୍ଞାନବାପି ମସଜିଦ ମାମଲା...

1991ରେ ସମ୍ପୂର୍ଣ୍ଣ ମସଜିଦକୁ କାଶୀ ମନ୍ଦିର ସହ ମିଶାଇବାକୁ ବିଶ୍ବେଶ୍ବର ବାରଣାସୀ କୋର୍ଟରେ ପିଟିସନ ଦାଖଲ ହୋଇଥିଲା । ଜ୍ଞାନବାପି ମସଜିଦ ବାହ୍ୟ ପ୍ରାଚୀରରେ ଥିବା ହିନ୍ଦୁ ଦେବଦେବୀଙ୍କ ମୂର୍ତ୍ତିଗୁଡିକୁ ପ୍ରତ୍ୟହ ପୂଜାର୍ଚ୍ଚନା କରିବାକୁ ଅନୁମତି ପାଇଁ ଦିଲ୍ଲୀର ଏକ ମହିଳା ଗୋଷ୍ଠୀ 2011 ଏପ୍ରିଲ 18ରେ ଅଦାଲତଙ୍କ ଦ୍ବାରସ୍ଥ ହୋଇଥିଲେ । ସିଭିଲ ଜଜ ସିନିୟର ଡିଭିଜନ ବିଚାରପତି ରବି କୁମାର ଦିବାକର କାଶୀ ବିଶ୍ବନାଥ ଜ୍ଞାନବାପି ମସଜିଦ କମ୍ପ୍ଲେକ୍ସରେ ସର୍ବେକ୍ଷଣ ପାଇଁ ଭାରତର ପ୍ରତ୍ନତତ୍ତ୍ବ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ ।ଏହା ସର୍ଭେର ଭିଡିଓଗ୍ରାଫି କରି ମେ 10 ସୁଦ୍ଧା ରିପୋର୍ଟ ଦାଖଲ ପାଇଁ କହିଥିଲେ । ସର୍ଭେ ଟିମକୁ ମୁସଲମାନ ସମ୍ପ୍ରଦାୟ ବିରୋଧ କରିଥିଲେ । ସେମାନେ ଫେରି ଆସିଥିଲେ । ଏହାପରେ ପୁଣି 17 ତାରିଖ ସୁଦ୍ଧା ସର୍ଭେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details