ଓଡିଶା

odisha

ETV Bharat / bharat

ଜ୍ଞାନବାପୀ ମାମଲାରେ ମୁସଲିମ ପକ୍ଷକୁ ଆହ୍ଲାବାଦ ହାଇକୋର୍ଟଙ୍କ ଝଟ୍‌କା: 5 ପିଟିସନ୍ ଖାରଜ, 6 ମାସରେ ଚୂଡା଼ନ୍ତ ଫୈସଲା - ବାରାଣସୀ

Gyanvapi-Kashi dispute: ଜ୍ଞାନବାପୀ ମାମଲାରେ ମୁସଲିମ ପକ୍ଷକୁ ଶକ୍ତ ଝଟ୍‌କା । ମୁସଲିମ ସଂପ୍ରଦାୟର 5ଟି ଯାକ ପିଟିସନ ଆହ୍ଲାବାଦ ହାଇକୋର୍ଟରେ ଖାରଜ । 6 ମାସରେ ଚୂଡା଼ନ୍ତ ଫୈସଲା ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ଅଧିକ ପଢ଼ନ୍ତୁ,

ଜ୍ଞାନବାପୀ ମାମଲାରେ ମୁସଲିମ ପକ୍ଷକୁ ଆହ୍ଲାବାଦ ହାଇକୋର୍ଟଙ୍କ ଝଟ୍‌କା
ଜ୍ଞାନବାପୀ ମାମଲାରେ ମୁସଲିମ ପକ୍ଷକୁ ଆହ୍ଲାବାଦ ହାଇକୋର୍ଟଙ୍କ ଝଟ୍‌କା

By ETV Bharat Odisha Team

Published : Dec 19, 2023, 12:18 PM IST

Updated : Dec 19, 2023, 2:15 PM IST

ବାରାଣସୀ (ଉତ୍ତରପ୍ରଦେଶ): ବହୁ ଚର୍ଚ୍ଚିତ ଜ୍ଞାନବାପୀ ମସଜିଦ ବିବାଦ ମାମଲାରେ ମୁସଲିମ ପକ୍ଷକୁ ଶକ୍ତ ଝଟ୍‌କା ଲାଗିଛି । ଆହ୍ଲାବାଦ ହାଇକୋର୍ଟ ମୁସଲିମ ସଂପ୍ରଦାୟର 5ଟି ଯାକ ପିଟିସନକୁ ଖାରଜ କରି ଦେଇଛନ୍ତି । ଅନ୍ୟ ପକ୍ଷରେ ହିନ୍ଦୁ ପକ୍ଷଙ୍କ ଦ୍ବାରା ଦାଏର ପିଟିସନଗୁଡ଼ିକୁ ଶୁଣାଣି କରି 6 ମାସ ମଧ୍ୟରେ ଚୂଡା଼ନ୍ତ ଫୈସଲା କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଜାରି କରିଛନ୍ତି । ଆହ୍ଲାବାଦ ହାଇକୋର୍ଟ ପୂର୍ବରୁ ଜ୍ଞାନବ୍ୟାପୀ ମସଜିଦ ଓ ବି‌ଶେଶ୍ବର ମନ୍ଦିର ବିବାଦ ମାମଲାର ବିଚାର କରି ଡିସେମ୍ବର ୮ ତାରିଖରେ ରାୟ ସଂରକ୍ଷିତ ରଖିଥିଲେ।

ଉତ୍ତରପ୍ରଦେଶର ସୁନ୍ନି ସେଣ୍ଟ୍ରାଲ ୱାକଫ ବୋର୍ଡ ଏବଂ ଅଞ୍ଜୁମାନ ଇନ୍ତେଜାମିଆ ମସଜିଦ କମିଟି (ଏଆଇଏମସି) ଜ୍ଞାନବାୀପ ମାମଲାରେ ବାରାଣସୀ କୋର୍ଟଙ୍କ ଆଦେଶକୁ ଆହ୍ଲାବାଦ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ବାରାଣସୀ କୋର୍ଟ 2021 ଏପ୍ରିଲ 8 ତାରିଖରେ ଜ୍ଞାନବାପୀ ମସଜିଦର ବିସ୍ତୃତ ସର୍ଭେ ପାଇଁ ନିର୍ଦ୍ଦେଶ ଦେଇଥିବା ବେଳେ, ଏହାକୁ ଉପରକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ମୁସଲିମ ପକ୍ଷ । ଆହ୍ଲାବାଦ ହାଇକୋର୍ଟ ମୁସଲିମ ପକ୍ଷଙ୍କ ଆବେଦନକୁ ଅଗ୍ରାହ୍ୟ କରି ଦେଇଛନ୍ତି । ଏହାସହ 1991 ଜ୍ଞାନବାପୀ-କାଶୀ ଟାଇଟଲ୍ ବିବାଦ ମାମଲାର ଶୁଣାଣି ପାଇଁ ହାଇକୋର୍ଟ ଅନୁମୋଦନ ପ୍ରଦାନ କରିଛନ୍ତି।

ଏହା ମଧ୍ଯ ପଢ଼ନ୍ତୁ : Gyanavapi Case: ହିନ୍ଦୁ ପକ୍ଷର ବିଜୟ, ସାଇଣ୍ଟିଫିକ ସର୍ଭେ ଆବେଦନକୁ ମିଳିଲା ମଞ୍ଜୁରୀ

ସୂନଚାଯୋଗ୍ୟ ଯେ, ଜ୍ଞାନବାପୀ ମସଜିଦ ବିବାଦ ମାମଲାରେ ପୂର୍ବରୁ ପରିସରରେ ସର୍ଭେ ଓ ଭିଡିଓଗ୍ରାଫି ହୋଇଥିଲା। ଭିଡିଓଗ୍ରାଫି ସମୟରେ ଜ୍ଞାନବାପୀ ଶୃଙ୍ଗାରଗୌରୀ ପରିସରରେ ଥିବା ଜ୍ଞାନବାପୀ ମସଜିଦରେ ଦୁଇଟି ଅସ୍ପଷ୍ଟ ହୋଇଆସୁଥିବା ପ୍ରାଚୀନ ଶ୍ବସ୍ତିକ ଚିହ୍ନ ନଜରକୁ ଆସିଥିଲା । ପରେ ମୁସଲିମ ପକ୍ଷଙ୍କ ବିରୋଧ ପରେ ପ୍ରଶାସନ ସର୍ଭେ ଏବଂ ଭିଡିଓଗ୍ରାଫିକୁ ସ୍ଥଗିତ ରଖିଥିଲା । ତେବେ ପରେ ବାରାଣସୀ କୋର୍ଟ, ସର୍ଭେ ଏବଂ ଭିଡିଓଗ୍ରାଫି ପାଇଁ ନିର୍ଦ୍ଦେଶ ଦେଇଥିଲେ । ସେ ଅନୁସାରେ ସର୍ଭେ ପ୍ରକ୍ରିୟା ସଂପୂର୍ଣ୍ଣ ହୋଇଥିଲା।

ହିନ୍ଦୁ ପକ୍ଷ ବାରାଣସୀ କୋର୍ଟରେ ପିଟିସନ ଦାଖଲ କରିଥିଲେ ଯେ, ଜ୍ଞାନବାପୀ ମସଜିଦ ଯେଉଁଠି ରହିଛି, ସେହି ସ୍ଥାନରେ ଅତୀତରେ ଏକ ମନ୍ଦିର ଥିଲା । ଯହାର ପୁନରୁଦ୍ଧାର ପାଇଁ ଆବେଦନ କରାଯାାଇଥିଲା। ମାତ୍ର ଏହାକୁ ବିରୋଧ କରିଥିଲା AIMC। ହିନ୍ଦୁ ପକ୍ଷଙ୍କ ଦାବିର ଯାଞ୍ଚ ପାଇଁ ଏଏସଆଇ ସର୍ଭେ କରି ରିପୋର୍ଟ ଦାଖଲ କରିବାକୁ ବାରାଣସୀ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଗତ ଡିସେମ୍ବର 18ରେ ଏଏସଆଇ ସର୍ଭେ ରିପୋର୍ଟ କୋର୍ଟରେ ଦାଖଲ କରିଥିଲେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 19, 2023, 2:15 PM IST

ABOUT THE AUTHOR

...view details