ଓଡିଶା

odisha

ETV Bharat / bharat

ଶୈକ୍ଷିକ ବାତବରଣ ସୃଷ୍ଟି ନେଇ ମହିଳାଙ୍କ ଅଭିନବ ପ୍ରୟାସ, ଖୋଲିଲେ Gyan Tapari - ଜ୍ଞାନ ଟପରୀ ଖବର

ଗାଁ ଗାଁରେ ଶୈକ୍ଷିକ ବାତବରଣ ସୃଷ୍ଟି କରିବା ଲାଗି ଏକ ନୂଆ ପ୍ରୟାସ ଆରମ୍ଭ କରିଛନ୍ତି ଜଣେ ମହିଳା । ମହାରାଷ୍ଟ୍ରର ଉମରଗା ସହର ଶୀତଲ ଚଭାନ(୩୫) ଆରମ୍ଭ କରିଛନ୍ତି ଏକ ଅଭିନବ ପ୍ରୟାସ । ସେ ପାନ ଟପରୀ ପରି ଜ୍ଞାନ ଟପରୀ(ପାଠାଗାର) ଆରମ୍ଭ କରିଛନ୍ତି । ଅଧିକ ପଢନ୍ତୁ

ଶୈକ୍ଷିକ ବାତବରଣ ସୃଷ୍ଟି ନେଇ ମହିଳାଙ୍କ ଅଭିନବ ପ୍ରୟାସ, ଖୋଲିଲେ Gyan Tapari
ଶୈକ୍ଷିକ ବାତବରଣ ସୃଷ୍ଟି ନେଇ ମହିଳାଙ୍କ ଅଭିନବ ପ୍ରୟାସ, ଖୋଲିଲେ Gyan Tapari

By

Published : Mar 30, 2022, 9:30 AM IST

ମୁମ୍ବାଇ:ଗାଁ ଗାଁରେ ଶୈକ୍ଷିକ ବାତାବରଣ ସୃଷ୍ଟି କରିବା ଲାଗି ଏକ ନୂଆ ପ୍ରୟାସ ଆରମ୍ଭ କରିଛନ୍ତି ଜଣେ ମହିଳା । ମହାରାଷ୍ଟ୍ରର ଉମରଗା ସହର ଶୀତଲ ଚଭାନ(୩୫) ଆରମ୍ଭ କରିଛନ୍ତି ଏକ ଅଭିନବ ପ୍ରୟାସ । ସେ ପାନ ଟପରୀ ପରି ଜ୍ଞାନ ଟପରୀ(ପାଠାଗାର) ଆରମ୍ଭ କରିଛନ୍ତି । ମହାରାଷ୍ଟ୍ରର ଉମରଗା ଓ ଲୋହରାରେ ଏହି ଜ୍ଞାନ ଟପରୀ ଆରମ୍ଭ କରିଥିବା ବେଳେ ଏଥିରେ ବହୁ ସଂଖ୍ୟାରେ ପାଠ ପଢା ବହି ସହ ବିଭିନ୍ନ ଖବର କାଗଜ ରହିଛି । ଏହାକୁ ନିଶୁଳ୍କ ଭାବରେ ଯେକୌଣସି ଲୋକ ଆସି ଏଠାରେ ପଢି ପାରିବେ ବୋଲି ଶୀତଲ କହିଛନ୍ତି । ଏହା ଦ୍ବାରା ଲୋକଙ୍କ ମଧ୍ୟରେ ଶୈକ୍ଷିକ ବାତାବରଣ ସୃଷ୍ଟି ହେବ ବୋଲି ସେ କହିଛନ୍ତି ।

ଶୈକ୍ଷିକ ବାତବରଣ ସୃଷ୍ଟି ନେଇ ମହିଳାଙ୍କ ଅଭିନବ ପ୍ରୟାସ, ଖୋଲିଲେ Gyan Tapari
ଶୈକ୍ଷିକ ବାତବରଣ ସୃଷ୍ଟି ନେଇ ମହିଳାଙ୍କ ଅଭିନବ ପ୍ରୟାସ, ଖୋଲିଲେ Gyan Tapari

ସେହିପରି ଶୀତଲ କହିବା ଅନୁସାରେ ଗାଁ ଗାଁରେ ଯେଉଁଭଳି ପାନ ଦୋକାନ ରହିଛି । ସେଠାରେ ଛୋଟ ଠାରୁ ବଡମାନେ ବସି ଖଟି କରିଥାନ୍ତି, ହେଲେ ଏହା ଦ୍ବାର ଲୋକଙ୍କର ଜ୍ଞାନ ବୃଦ୍ଧି ପରିବର୍ତ୍ତେ ଅବନତି ଘଟିଥାଏ । ଏହା ସହ ବିଭିନ୍ନ ମାଦକ ଦ୍ରବ୍ୟ ସେବନ ଦ୍ବାରା ସାଧାରଣ ଲୋକଙ୍କ ବିଭିନ୍ନ ରୋଗରେ ପୀଡିତ ହୋଇଥାନ୍ତି । ସେହିଭଳି ଏହାକୁ ପ୍ରତିହିତ କରିବା ଲାଗି ଶୀତଲ ଏହି ଜ୍ଞାନ ଟପରୀ(ପାଠାଗାର) ଖୋଲିଛନ୍ତି । ତେବେ ସେ ଉମରଗାରେ ଏବେ ଦୁଇଟି ଖୋଲିଥିବା ବେଳେ ଆଗମୀ ଦିନରେ ସମ୍ପର୍ଣ୍ଣ ଉମରଗାର ଗାଁ ଗାଁରେ ଖୋଲିବା ନେଇ ଲକ୍ଷ୍ୟ ରଖିଛନ୍ତି । ଏଥିସହ ଶୀତଲ ବର୍ତ୍ତମାନ ଆଇନ ପାଠ ଅଭ୍ୟାସ କରୁଛନ୍ତି ।

ଶୈକ୍ଷିକ ବାତବରଣ ସୃଷ୍ଟି ନେଇ ମହିଳାଙ୍କ ଅଭିନବ ପ୍ରୟାସ, ଖୋଲିଲେ Gyan Tapari

ଅନ୍ୟପଟେ ଶୀତଲଙ୍କ କହିବା ଅନୁଯାୟୀ, ତାଙ୍କୁ ପାଠ ପଢିବା ଲାଗି ବହୁତ ସଂଘର୍ଷ କରିବାକୁ ପଡିଥିଲା । ତେବେ ସାଧାରଣ ଗରିବ ଲୋକ ଓ ତାଙ୍କ ପିଲାମାନେ ଏଭଳି ଅସୁବିଧା ନହେବା ଲାଗି ସେ ଜ୍ଞାନ ଟପରୀ(ପାଠାଗାର) ଖୋଲିଛନ୍ତି । ଏଥିସହ ତାଙ୍କ ପିତାଙ୍କ ସ୍ମୃତିରେ ଶୀତଲ ଏହି ଜ୍ଞାନ ଟପରୀ(ପାଠାଗାର) ଖୋଲିବା ସହ ତାଙ୍କ ପିତାଙ୍କ ୨୦୧୮ ମୃତ୍ୟୁ ହେବା ପରେ ସେ ପିତାଙ୍କ ଶ୍ରାଦ୍ଧ ବାର୍ଷିକୀ ଖର୍ଚ୍ଚ ସଞ୍ଚୟ କରି ପ୍ରଥମ ଲାଇବ୍ରେରୀ ଆରମ୍ଭ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details