ଗୌହାଟୀ: ବିପୁଳ ପରିମାଣର ଡ୍ରଗ୍ସ ଜବତ କଲା ଗୌହାଟୀ ପୋଲିସ । ଏନେଇ ଶନିବାର ବିଳମ୍ବିତ ରାତ୍ରିରେ ଗୌହାଟୀ ପୋଲିସ ସାହାର୍ଯ୍ୟରେ ଆସାମର ଦୁଇଟି ଭିନ୍ନ ଭିନ୍ନ ସ୍ଥାନରୁ 1.75 କିଲୋଗ୍ରାମର ଡ୍ରଗ୍ସ ଜବତ କରିବା ସହ ୬ ଜଣକୁ ଗିରଫ କରିଛି । ଯାହାର ଆନୁମାନିକ ମୂଲ୍ୟ 14 କୋଟି ଟଙ୍କାରୁ ଉର୍ଦ୍ଧ୍ବ ହେବା ନେଇ ପୋଲିସ ଆକଳନ କରିଛି ।
ଏହି ଘଟଣାରେ ଗୌହାଟୀ ପୋଲିସ କମିସନର ହରମିତ ସିଂ କହିଛନ୍ତି କି ଶନିବାର ବିଶେଷ ସୂତ୍ରରୁ ଖବର ପାଇ ପୋଲିସ ସହରର ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଥିଲା । ତେବେ ପୋଲିସ ଦୁଇଟି ଭିନ୍ନ ଭିନ୍ନ ସ୍ଥାନରେ ଚଢାଉ କରି ପ୍ରଥମ ମାମଲାରେ 1.3 କିଲୋଗ୍ରାମ ଡ୍ରଗ୍ସ ଜବତ ହୋଇଥିବା ବେଳେ ଦ୍ବିତୀୟ ଅପରେସନରେ 450 ଗ୍ରାମ ଓଜନର ହେରୋଇନ ଜବତ କରାଯାଇଛି ।