ଓଡିଶା

odisha

By

Published : Nov 3, 2021, 2:53 PM IST

ETV Bharat / bharat

ହରିୟାଣାର ୮ଟି ରାସ୍ତା ଉପରେ ନମାଜ ପାଠ ବନ୍ଦ

ହରିୟାଣାର ଏହିସବୁ ରାସ୍ତାରେ ନମାଜ ପାଠ ଉପରେ ରୋକ୍ ଲଗାଇରେ ରାଜ୍ୟ ସରକାର । ଅଧିକ ପଢନ୍ତୁ...

ହରିୟାଣାର ୮ଟି ରାସ୍ତା ଉପରେ ନମାଜ ପାଠ ବନ୍ଦ
ହରିୟାଣାର ୮ଟି ରାସ୍ତା ଉପରେ ନମାଜ ପାଠ ବନ୍ଦ

ଚଣ୍ଡିଗଡ: ରାସ୍ତାରେ ନମାଜ ପଢିବା ଉପରେ ଲାଗିଲା କଟକଣା । ହରିୟାଣା ସରକାର ଏହି କଟକଣା ଲଗାଇଛନ୍ତି । ରାଜ୍ୟର କେତୋଟି ମୁଖ୍ୟ ରାସ୍ତାରେ ନମାଜ ପଢାକୁ ବାରଣ କରିଛନ୍ତି ସରକାର । ରାଜ୍ୟର ୩୭ଟି ମୁଖ୍ୟ ସ୍ଥାନ ମଧ୍ୟରୁ ୮ଟି ସ୍ଥାନରେ ନମାଜ ପାଠ ଅନୁମତିକୁ ପ୍ରତ୍ୟାହାର କରିନେଇଛନ୍ତି ଗୁରୁଗ୍ରାମ ପ୍ରଶାସନ ।

ତେବେ ନମାଜ ପାଠରେ ରୋକ ଲଗାଯାଇଥିବା ସ୍ଥାନଗୁଡିକ ହେଉଛି ସେକ୍ଟର ୪୯ରେ ବଙ୍ଗାଳୀ ବସ୍ତି, ଡିଏଲ୍ଏଫ୍ ଫେଜ୍ -୩ର ଭି ବ୍ଲକ୍, ସୁରଟ ନଗର ଚରଣ -୧, ଖେରକି ମଜ୍ରା ଗାଁ, ଦ୍ୱାରକା ଏକ୍ସପ୍ରେସ ୱେ ନିକଟ ଦୌଲାତାବାଦ ଭିଲେଜ, ସେକ୍ଟର ୬ର ରାମଗଡ ଗ୍ରାମ, DLF ସ୍କୋୟାର ଟାୱାର ଏବଂ ରାମପୁର ଗାଁର ନାଖ୍ରୋଲା ରୋଡ୍ । ଏହିସବୁ ସ୍ଥାନରେ ନମାଜ ପାଠ ପାଇଁ ପ୍ରଶାସନର ସହମତି ଆବଶ୍ୟକ ବୋଲି ଘୋଷଣା କରାଯାଇଛି ।

ଏଥିସହ କୌଣସି ମସଜିଦ, ଇଦଗାହ କିମ୍ବା ଘରୋଇ ଜାଗାରେ ନମାଜ ପାଠ କରିହେବ ବୋଲି କୁହାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details