ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସରେ ଦିଲ୍ଲୀର କୃଷକଙ୍କ ଟ୍ରାକ୍ଟର ପରେଡ ଘୋଷଣା କରିଥିଲେ। ଏହି ସମୟରେ ଦିଲ୍ଲୀରେ ଜୋରଦାର ହିଂସା ପରିସ୍ଥିତି ସୃଷ୍ଟି ହୋଇଥିଲା। ଏଥିସହ ଆନ୍ଦୋଳନକାରୀ କୃଷକମାନେ ଲାଲକିଲ୍ଲାରେ ପହଞ୍ଚି ସାଂଗଠନିକ ପତାକା ଲଗାଇଥିଲେ । ଏହି ଘଟଣାରେ କୃଷକ ନେତା ଗୁରୁନାମ ସିଂ ଚଢୁନି କହିଛନ୍ତି ଯେ ଲାଲକିଲ୍ଲାରେ ଘଟିଥିବା ଘଟଣାକୁ ଧାର୍ମିକ ରଙ୍ଗ ଦେବା ନିନ୍ଦନୀୟ। ଏହି ଆନ୍ଦୋଳନ କେବଳ କୃଷକମାନଙ୍କର ଅଟେ । ଏହା ଏକ ଜନ ଆନ୍ଦୋଳନ, ଧାର୍ମିକ ଆନ୍ଦୋଳନ ନୁହେଁ ବୋଲି ସେ କହିଛନ୍ତି ।
ସେ କହିଛନ୍ତି, ଦୀପ ସିଦ୍ଧୁ ଯାହା କରିଛନ୍ତି ତାହାକୁ ଆମେ ଗଭୀର ନିନ୍ଦା କରୁଛୁ । ଆମେ ଭାବୁଛୁ ସେ ସରକାରଙ୍କ ଜଣେ ଏଜେଣ୍ଟ। ପ୍ରତ୍ୟେକ ଥର ସେ କୃଷକ ନେତାଙ୍କ ବିରୋଧରେ କୁହନ୍ତି । ଲାଲକିଲ୍ଲା ଯିବାର ଆମର କୌଣସି କାର୍ଯ୍ୟକ୍ରମ ନଥିଲା । ଆନ୍ଦୋଳନକାରୀ ଜାଣି ନଥିଲେ ଯେ ସେମାନେ ଲାଲକିଲ୍ଲାକୁ ଯାଉଛନ୍ତି ।