ଓଡିଶା

odisha

ETV Bharat / bharat

୭୫ବର୍ଷ ପରେ ଭଉଣୀକୁ ଭେଟିବ ଭାଇ, ପାକିସ୍ତାନ ଯିବେ ଗୁରମେଲ ସିଂହ - ପାକିସ୍ତାନ ଯିବେ ଗୁରମେଲ ସିଂହ

ଭାରତ ପାକିସ୍ତାନ ବିଭାଜନ ହେବାପରେ ପ୍ରଥମ ଥର ପାଇଁ ସେ ନିଜ ଭଉଣୀଙ୍କୁ ଭେଟିବେ ଗୁରମେଲ ସିଂହ । ଏଥିପାଇଁ ସେ ଅକ୍ଟୋବର ୨୫ ତାରିଖରେ ପାକିସ୍ତାନ ଗସ୍ତ କରିବେ । ଅଧିକ ପଢ଼ନ୍ତୁ

Gurmail Singh of Ludhiana will visit his sister Sakina in Pakistan after 75 years
୭୫ ବର୍ଷ ପରେ ଭଉଣୀକୁ ଭେଟିବ ଭାଇ, ପାକିସ୍ତାନ ଯିବେ ଗୁରମେଲ ସିଂହ

By

Published : Oct 12, 2022, 10:29 PM IST

ଲୁଧିଆନା: ଭାଇଭଉଣୀଙ୍କ ସମ୍ପର୍କ ସବୁବେଳେ ଅତୁଟ, ମମତାମୟ । ଭଉଣୀଟିଏ ଯେତେ ଦୂରରେ ଥାଉନା କାହିଁକି ତାପ୍ରତି ଭାଇର ସ୍ନେହ କେବେ କମ୍‌ ହୁଏନି । ଯେତେ ଦୂରେ ଥିଲେ ବି ଭଉଣୀକୁ ସବୁବେଳେ ଖୋଜିଥାଏ ଭାଇ । ଏହାର ଏକ ଉଦାହରଣ ପଞ୍ଜାବର ଲୁଧିଆନାରେ ଦେଖିବାକୁ ମିଳିଛି । ଭାରତ ପାକିସ୍ତାନ ବିଭାଜନ ହେବାପରେ ପ୍ରଥମ ଥର ପାଇଁ ସେ ନିଜ ଭଉଣୀଙ୍କୁ ଭେଟିବେ ଗୁରମେଲ ସିଂହ । ଏଥିପାଇଁ ସେ ଅକ୍ଟୋବର ୨୫ ତାରିଖରେ ପାକିସ୍ତାନ ଗସ୍ତ କରିବେ ।

ଭାରତ ପାକିସ୍ତାନ ବିଭାଜନ ସମୟରେ ଗୁରମେଲଙ୍କ ଭଉଣୀ ସକିନା ତାଙ୍କ ମାଆଙ୍କ ସହ ପାକିସ୍ତାନ ଚାଲି ଯାଇଥିଲେ । ତେବେ ଗୁରମେଲ୍‌ ପଞ୍ଜାବରେ ହିଁ ରହିଥିଲେ । ପରିଣତ ବୟସରେ ବି ଯେତେବେଳେ ଗୁରମେଲ ନିଜ ଭଉଣୀଙ୍କ କଥା କୁହନ୍ତି ତାଙ୍କ ଆଖି ଛଳଛଳ ହୋଇଉଠେ । ପାକିସ୍ତାନର ଜଣେ ସାମ୍ବାଦିକଙ୍କ ସହାୟତାରେ ପାକିସ୍ତାନର ଶ୍ରୀ କର୍‌ତାର ସାହିବ ଗୁରୁଦ୍ବାର ଯିବେ ଗୁରମେଲ । ଯେଉଁଠି ସେ ନିଜ ଗେହ୍ଲା ଭଉଣୀ ସକିନାଙ୍କୁ ଭେଟିବେ ।

ପାକିସ୍ତାନରେ ଥିବା ସକିନାଙ୍କ ସହ ଏବେ କେବଳ ଭିଡିଓ କଲ୍‌ରେ କଥା ହୋଇଛନ୍ତି ଗୁରମେଲ । ଭିଡିଓ କଲ୍‌ରେ ଏବେ ପ୍ରାୟ ୧୦ ମିନିଟ ଧରି କଥା ହୋଇଥିଲେ ଦୁଇ ଭାଇଭଉଣୀ । ଏହି ସମୟରେ ଉଭୟ ଉଭୟଙ୍କୁ ଭେଟିବାକୁ ବ୍ୟାଗ୍ର ଥିବା ଦେଖାଯାଇଥିଲା । ଶ୍ରୀ କର୍‌ତାର ସାହିବ ଗୁରୁଦ୍ବାର ଭାରତ-ପାକିସ୍ତାନ ସୀମା ନିକଟରେ ରହିଛି । ବିଭାଜନ ପରେ ଗୁରମେଲ ନିଜ ପିତାଙ୍କ ସହ ଯାଶୱାଲ ଗ୍ରାମରେ ରହିଯାଇଥିଲେ ଯେତେବେଳେ ସକିନା ତାଙ୍କ ମାଆଙ୍କ ସହ ପାକିସ୍ତାନ ଯାଇଥିଲେ । ସେତେବେଳେ ସକିନାଙ୍କୁ ମାତ୍ର ଦୁଇ ବର୍ଷ ହୋଇଥିଲା । ସେହି ସମୟକୁ ନେଇ ଗୁରମେଲ୍‌ଙ୍କ ବିଶେଷ କିଛି ମନେ ପକାଇ ପାରୁନାହାନ୍ତି ।

ସକିନାଙ୍କୁ ଭେଟି ତାଙ୍କୁ ଉପହାର ଦେବାକୁ ଚିନ୍ତା କରିଛନ୍ତି ଗୁରମେଲ । ଭଉଣୀ ପାଇଁ ବିସ୍କୁଟ୍‌, ଲଡ୍ଡୁ ନେବାକୁ ଚିନ୍ତା କରିଛନ୍ତି ଗୁରମେଲ । ସେ ଫଳ ମଧ୍ୟ ନେବାକୁ ଚାହୁଁଛନ୍ତି, କିନ୍ତୁ ଯେହେତୁ ସେ ମାର୍କେଟ ଯାଇପାରିବେ ନାହିଁ ଖାଲି ବିସ୍କୁଟ୍‌ ଓ ୫ରୁ ୭ କେଜି ଲଡ୍ଡୁ ନେବେ ବୋଲି କହିଛନ୍ତି । କିଛି ଦିନ ପୂର୍ବରୁ ହିଁ ଗୁରମେଲ ଜାଣିବାକୁ ପାଇଥିଲେ ଯେ, ତାଙ୍କର ଜଣେ ଭଉଣୀ ପାକିସ୍ତାନରେ ରହୁଛନ୍ତି । ଏହାପରେ ଦୁହେଁ ଦୁହିଁଙ୍କୁ ଭେଟିବାକୁ ଜଗି ବସିଛନ୍ତି । ଗୁରମେଲଙ୍କୁ ତାଙ୍କ ଭଉଣୀ ସହ ଭେଟ କରାଇବା ପାଇଁ ଗ୍ରାମବାସୀ ଭରପୁର ଚେଷ୍ଟା କରୁଛନ୍ତି । ଗୁରମେଲ ସକିନାଙ୍କୁ ଲୁଧିଆନା ବୁଲିବାକୁ ନିମନ୍ତ୍ରଣ ଦେବେ ବୋଲି କହିଛନ୍ତି ।

ABOUT THE AUTHOR

...view details