ଆବୁଜା: ନାଇଜେରିଆରେ ବନ୍ଧୁକଧାରୀଙ୍କ ଆତଙ୍କ । ଦେଶର ଉତ୍ତର-ପଶ୍ଚିମ ରାଜ୍ୟ କେବିଠାରେ ବଡ ଧରଣର ଆକ୍ରମଣ କରିଛନ୍ତି ବନ୍ଧୁକଧାରୀ । ଦୁର୍ବୃତ୍ତଙ୍କ ଗୁଳିରେ 88 ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନେକ ଆହତ । ଶନିବାର ଏନେଇ ପୋଲିସ ଅଧିକାରୀ ସୁନିଶ୍ଚିତ କରିଛନ୍ତି ।
ଏହି ବନ୍ଧୁକଧାରୀମାନେ ଗୁରୁବାର ଡାଙ୍କୋ-ୱାସାଗୁ ଅନ୍ତର୍ଗତ ସରକାରୀ ଅଞ୍ଚଳରେ ବସବାସ କରୁଥିବା 8ଟି ଭିନ୍ନ ଭିନ୍ନ ସମ୍ପ୍ରଦାୟ ଉପରେ ଆକ୍ରମଣ କରିଛନ୍ତି । ପ୍ରଦେଶ ପୋଲିସ ମୁଖପାତ୍ର ନାଫିଉ ଆବୁବାକର ରାଜ୍ୟ ରାଜଧାନୀ ବିର୍ନିନ କେବିରେ ଗଣାମଧ୍ୟମକୁ ଜଣାଇଛନ୍ତି ।