ଓଡିଶା

odisha

By

Published : Sep 12, 2021, 12:40 PM IST

ETV Bharat / bharat

ରଜୌରୀରେ ଏନକାଉଣ୍ଟର, ସର୍ଚ୍ଚ ଅପରେସନ ଜାରି

ପୁଣି ଆଶାନ୍ତ ସୀମା । ଘାଟିରେ ଫୁଟିଲା ଗୁଳି । ରଜୌରୀ ଜିଲ୍ଲାର ବରୋଟି ଗାଁରେ ଏନକାଉଣ୍ଟର ଜାରି । ଅଧିକ ପଢନ୍ତୁ...

ରୋଜରୀ ଏନକାଉଣ୍ଟର; କୁମ୍ବିଂ ଜାରି
ରୋଜରୀ ଏନକାଉଣ୍ଟର; କୁମ୍ବିଂ ଜାରି

ଶ୍ରୀନଗର :ପୁଣି ଆଶାନ୍ତ ସୀମା । ଘାଟିରେ ଫୁଟିଲା ଗୁଳି । ରଜୌରୀ ଜିଲ୍ଲାର ବରୋଟି ଗାଁରେ ଆତଙ୍କବଦୀଙ୍କୁ ନିପାତ କରିବା ପାଇଁ ସେନା ଆରମ୍ଭ କରିଛି ଅପରେସନ । ସେନା ଓ ଆତଙ୍କୀଙ୍କ ମଧ୍ୟରେ ଆରମ୍ଭ ହୋଇଛି ଗୁଳିବର୍ଷଣ । ଏନେଇ ଜମ୍ମୁ କାଶ୍ମୀର ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନା ଅନୁସାରେ, ଥାନା ମଣ୍ତି ଅଞ୍ଚଳରେ ଆତଙ୍କବାଦୀ ଲୁଚି ରହିଥିବା ନେଇ ସେନାକୁ ଖବର ମିଳିଥିଲା । ପରେ ସୁରକ୍ଷା ବାହିନୀ ପକ୍ଷରୁ ଆରମ୍ଭ ହୋଇଥିଲା ଅପରେସନ । ପ୍ରଥମେ ପୁରା ଅଞ୍ଚଳକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ ସୁରକ୍ଷାବାହିନୀ । ଆତଙ୍କୀମାନେ ଗୁଳି ବର୍ଷଣ କରୁଥିବା ବେଳେ ସେନା ମଧ୍ୟ ଏହାର ପ୍ରତି ଜବାବ ଦେଉଛି । ଏବେବି ଆତଙ୍କୀଙ୍କୁ ସଫା କରିବା ପାଇଁ ଅପରେସନ ଜାରି ରହିଛି । ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ସୀମାରେ ଆରମ୍ଭ ହୋଇଛି ଏନକାଉଣ୍ଟର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details