ଓଡିଶା

odisha

ଗୁଜୁରାଟ ନୂଆ ମନ୍ତ୍ରୀମଣ୍ଡଳର ଶପଥଗ୍ରହଣ ଆଜି

ଆଜି ଶପଥ ନେବେ ଗୁଜୁରାଟ ନୂଆ ମନ୍ତ୍ରୀ ମଣ୍ଡଳର ସମସ୍ତ ନେତା । ଅପରାହ୍ନ ୧.୩୦ ରେ ଗାନ୍ଧୀନଗର ସ୍ଥିତ ରାଜଭବନରେ ନୂଆ ମନ୍ତ୍ରୀମାନେ ଶପଥ ନେବେ । ଅଧିକ ପଢନ୍ତୁ...

By

Published : Sep 16, 2021, 7:39 AM IST

Published : Sep 16, 2021, 7:39 AM IST

gujurat-new-ministers-take-oath-today
ଗୁଜୁରାଟ ନୂଆ ମନ୍ତ୍ରୀମଣ୍ଡଳର ଶପଥଗ୍ରହଣ ଆଜି

ଗାନ୍ଧୀନଗର: ଆଜି(ଗୁରୁବାର) ଗୁଜୁରାଟ ନୂଆ ମନ୍ତ୍ରୀମଣ୍ଡଳର ଶପଥ ଗ୍ରହଣ ସମାରୋହ । ଶପଥ ନେବେ ୨୭ ନୂଆ ମନ୍ତ୍ରୀ । ଗତ ୧୩ ତାରିଖରେ ଭୂପେନ୍ଦ୍ର ପଟେଲ ଗୁଜୁରାଟରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ଆଜି ନୂଆ ମନ୍ତ୍ରୀମାନେ ଶପଥ ନେବା ନେଇ ସିଏମଓ ପକ୍ଷରୁ ଟ୍ବିଟ ଯୋଗେ ସୂଚନା ଦିଆଯାଇଛି ।

ଗତକାଲି(ବୁଧବାର) ମଧ୍ୟାହ୍ନ ୨ ଟାରେ ଶପଥ ପାଇଁ ସ୍ଥିର ହୋଇଥିଲା । ଏପରିକି ରାଜଭବନରେ ପୋଷ୍ଟର ମଧ୍ୟ ଲଗାଯାଇଥିଲା । ହେଲେ ଶେଷ ମୁହୂର୍ତ୍ତରେ ଶପଥ ଗ୍ରହଣ ଉତ୍ସବ ସ୍ଥଗିତ ରଖାଯାଇଥିଲା । ପରବର୍ତ୍ତୀ ସମୟରେ ଆଜି ଅପରାହ୍ନ ୧.୩୦ ରେ ଗାନ୍ଧୀନଗର ସ୍ଥିତ ରାଜଭବନରେ ନୂଆ ମନ୍ତ୍ରୀମାନେ ଶପଥ ନେବେ ବୋଲି ସିଏମଓ ପକ୍ଷରୁ ଟ୍ବିଟ ଯୋଗେ ସୂଚନା ଦେଇଛନ୍ତି । ତେବେ ଶପଥ ଗ୍ରହଣ ଉତ୍ସବକୁ କେଉଁ କାରଣରୁ ସ୍ଥଗିତ କରାଯାଇଥିଲା ସେନେଇ ବିଜେପି କିମ୍ବା ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି କାରଣ ଦର୍ଶାଯାଇ ନାହିଁ ।

ଏହା ମଧ୍ୟ ପଢନ୍ତୁ:-ଶପଥ ନେଲେ ଗୁଜୁରାଟ ନୂଆ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ

ମନ୍ତ୍ରୀପଦକୁ ନେଇ କିଛି ମତଭେଦ ଥିବାରୁ ଏପରି ନିଷ୍ପତ୍ତି ନିଆ ଯାଇଥିବା ନେଇ ଚର୍ଚ୍ଚା ହେଉଛି । ଅନ୍ୟପଟେ ଗତ ୨ ଦିନ ଧରି ଗୁଜୁରାଟ ବିଜେପି ପ୍ରଭାରି ଭୂପେନ୍ଦ୍ର ଯାଦବ ମାରାଥନ ବୈଠକ କରିଛନ୍ତି । ନୂଆ କ୍ୟାବିନେଟରେ କେଉଁମାନେ ସ୍ଥାନ ପାଇବେ ସେନେଇ ମାନସମନ୍ଥନ ଜାରି ରହିଛି । ସେପଟେ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ତାଙ୍କ ମନ୍ତ୍ରୀମଣ୍ଡଳରେ ସମସ୍ତ ନୂଆ ଚେହେରାଙ୍କୁ ସ୍ଥାନ ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଯାହାକୁ ନେଇ ଅଡୁଆ ସୃଷ୍ଟି ହୋଇଛି । ଏଥିପାଇଁ ଇସ୍ତଫା ଦେଇଥିବା ପୂର୍ବତନ ମନ୍ତ୍ରୀ ବିଜୟ ରୂପାଣିଙ୍କ ଘରେ କିଛି ନେତା ପହଞ୍ଚିଥିଲେ ।

ଫଳରେ ରୂପାଣୀ ଏବଂ ଉପମୁଖ୍ୟମନ୍ତ୍ରୀ ନୀତିନ ପଟେଲ ଏନେଇ ଅସନ୍ତୋଷ ଜାହିର କରିଥିଲେ । ରୂପାଣିଙ୍କ ଘନିଷ୍ଠ ନେତାମାନେ ମନ୍ତ୍ରୀ ପଦ ହରାଉଥିବାରୁ ସେ ଆପତ୍ତି କରିବା ପରେ ଶପଥ ଗ୍ରହଣ ଉତ୍ସବ ଘୁଞ୍ଚା ଯାଇଥିବା କୁହାଯାଉଛି । ତେବେ ଆଜି ଶପଥ ଗ୍ରହଣ ସମାରୋହ ପରେ କିଏ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାଉଛନ୍ତି ଏବଂ କେଉଁମାନେ ବାଦ୍ ତାହା ପଡୁଛନ୍ତି ସ୍ପଷ୍ଟ ହୋଇଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details