ଓଡିଶା

odisha

ଶ୍ମଶାନ କର୍ମଚାରୀଙ୍କୁ କୋଭିଡ ଯୋଦ୍ଧା ଘୋଷଣା କଲେ ଗୁଜୁରାଟ ସରକାର

By

Published : May 13, 2021, 1:07 PM IST

ଶ୍ମଶାନରେ କର୍ମଚାରୀଙ୍କୁ ଗୁଜୁରାଟ ମୁଖ୍ୟମନ୍ତ୍ରୀ କୋରୋନା ଯୋଦ୍ଧା ଭାବେ ଘୋଷଣା କରିଛନ୍ତି । ଅଧିକ ପଢନ୍ତୁ...

ଶ୍ମଶାନ କର୍ମଚାରୀଙ୍କୁ କୋରୋନା ଯୋଦ୍ଧା ଘୋଷଣା କଲେ ଗୁଜୁରାଟ ସରକାର
ଶ୍ମଶାନ କର୍ମଚାରୀଙ୍କୁ କୋରୋନା ଯୋଦ୍ଧା ଘୋଷଣା କଲେ ଗୁଜୁରାଟ ସରକାର

ଗାନ୍ଧୀନଗର: ଗୁଜୁରାଟରେ ଅନ୍ତିମ ସଂସ୍କାର କରୁଥିବା କର୍ମଚାରୀଙ୍କୁ କୋରୋନା ଯୋଦ୍ଧା ଭାବେ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ । ଅନ୍ୟ କୋଭିଡ଼ ଯୋଦ୍ଧାଙ୍କ ଭଳି ସେମାନଙ୍କୁ ସମସ୍ତ ସୁବିଧା ଯୋଗାଇ ଦିଆଯିବ । ତେବେ ଏପ୍ରିଲ 1 ତାରିଖ ପରଠାରୁ ସେମାନେ ସମସ୍ତ ସୁବିଧା ପାଇପାରିବେ ।

କୋରୋନା ମହାମାରୀ ସମୟରେ କାର୍ଯ୍ୟରତ ଶ୍ମଶାନ କର୍ମଚାରୀଙ୍କ ଯଦି ମୃତ୍ୟୁ ହୁଏ ତେବେ ତାଙ୍କ ପରିବାରକୁ 25 ଲକ୍ଷ ଟଙ୍କା ସହାୟତା ରାଶି ଯୋଗାଇ ଦିଆଯିବ । ଏହି ସୁବିଧାକୁ ଆସନ୍ତା ଏପ୍ରିଲ 1 ତାରିଖଠାରୁ କାର୍ଯ୍ୟକାରୀ କରାଯିବ । ଏ ନେଇ ବୁଧବାର ଗୁଜୁରାଟ ମୁଖ୍ୟମମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି । ଏହାସହିତ ମଧ୍ୟମ ଶ୍ରେଣୀର ପରିବାର ମଧ୍ୟ ସରକାରଙ୍କ କଲ୍ୟାଣ ନୀତି ଦ୍ବାରା କୋରୋନା ମହାମାରୀ ଚିକିତ୍ସା ପାଇଁ ସୁବିଧା ପାଇପାରିବେ । ସେମାନେ 'ମା କାର୍ଡ' ଓ 'ବାତ୍ସଲ୍ୟ କାର୍ଡ' ଦ୍ବାରା ଘରୋଇ ହସ୍ପିଟାଲରେ ଏହି ସୁବିଧା ପାଇପାରିବେ ।

ତେବେ ସୂଚନା ଥାଉ କି ବୁଧବାର ରାଜ୍ୟରେ 11 ହଜାର 17 ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ 102 ଜଣଙ୍କର ମୃତ୍ୟୁ ଘଟିଥିଲା । ନୂଆ ଆକ୍ରାନ୍ତଙ୍କୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 7 ଲକ୍ଷ 14 ହଜାର 611ରେ ପହଞ୍ଚିଛି । ସେପଟେ 15 ହଜାର 264 ଜଣ ସୁସ୍ଥ ହୋଇଥିବା ବେଳେ ମୋଟ ସୁସ୍ଥଙ୍କ ସଂଖ୍ୟା 5 ଲକ୍ଷ 78 ହଜାର 483ରେ ପହଞ୍ଚିଛି ।

@ANI

ABOUT THE AUTHOR

...view details