ଓଡିଶା

odisha

ETV Bharat / bharat

ଲଣ୍ଡନରେ ଭାରତୀୟ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲା ପରିବାର - ଲଣ୍ଡନରେ ଗୁଜୁରାଟୀ ଛାତ୍ରର ମୃତଟ

ଉଚ୍ଚଶିକ୍ଷା ପାଇଁ ଲଣ୍ଡନ ଯାଇଥିବା ଗୁଜୁରାଟୀ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ । ଗତ ସପ୍ତାହରେ ପ୍ରତାଡିତ ହେଉଥିବା ନେଇ ପରିବାର ଲୋକଙ୍କୁ ପଠାଇଥିଲେ ଅଡିଓ । ହତ୍ୟା ଅଭିଯୋଗ ସହ ମୃତଦେହ ଫେରାଇ ଆଣିବାକୁ ନିବେଦନ କଲା ପରିବାର । ଅଧିକ ପଢନ୍ତୁ

ଉଚ୍ଚଶିକ୍ଷା ପାଇଁ ଲଣ୍ଡନ ଯାଇଥିବା ଭାରତୀୟ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲା ପରିବାର
ଉଚ୍ଚଶିକ୍ଷା ପାଇଁ ଲଣ୍ଡନ ଯାଇଥିବା ଭାରତୀୟ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲା ପରିବାର

By ETV Bharat Odisha Team

Published : Nov 23, 2023, 8:18 PM IST

ଅହମ୍ମଦାବାଦ:ଉଚ୍ଚଶିକ୍ଷା ପାଇଁ ଲଣ୍ଡନ ଯାଇଥିବା ଜଣେ ଗୁଜୁରାଟୀ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ଏହା ହତ୍ୟା ନା ଆତ୍ମହତ୍ୟା ସ୍ପଷ୍ଟ ହୋଇନଥିବା ବେଳେ ପରିବାର ସଦସ୍ୟ ଏହାକୁ ହତ୍ୟା ବୋଲି ଅଭିଯୋଗ କରିଛନ୍ତି । ଏହି ଛାତ୍ରଜଣକର ଗୁଜୁରାଟ ପଟନ ଅଞ୍ଚଳର 23 ବର୍ଷୀୟ ମିତ ପଟେଲ । ସେ ଗତ ଦୁଇ ମାସ ପୂର୍ବରୁ ଉଚ୍ଚଶିକ୍ଷା ପାଇଁ ଷ୍ଟଡି ଭିସାରେ ଲଣ୍ଡନ ଯାଇଥିଲେ । ପ୍ରାୟ ଏକ ସପ୍ତାହ ହେବ ତାଙ୍କ ସହ ପରିବାର ସଦସ୍ୟଙ୍କ ଯୋଗାଯୋଗ ହେଇପାରି ନଥିଲା । 19 ତାରିଖରେ ତାଙ୍କର ସନ୍ଦେହଜନକ ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର ହୋଇଥିବା ଜଣାପଡିଛି । ସେ ସେଠାରେ ପ୍ରତାଡିତ ହେଉଥିବା ପରିବାର ସଦସ୍ୟଙ୍କୁ ଅଡିଓ କ୍ଲିପ ପଠାଇଥିଲେ ଏହି ଛାତ୍ର ।

ମୃତ ଛାତ୍ର ମିତଙ୍କ ପିତା ପ୍ରବୀଣ ଭାଇ ପେଶାରେ ଜଣେ କୃଷକ । 23 ବର୍ଷୀୟ ମିତ ଷ୍ଟଡି ଭିସାରେ ସପ୍ଟେମ୍ବର 11 ତାରିଖରେ ଅହମ୍ମଦାବାଦ ବିମାନ ବନ୍ଦରରୁ ଲଣ୍ଡନ ଅଭିମୁଖେ ବାହାରିଥିଲେ । ତେବେ 17 ତାରିଖରୁ ତାଙ୍କ ଫୋନ ବନ୍ଦ ଥିଲା । ପରିବାର ସଦସ୍ୟ ତାଙ୍କ ସହ ବାରମ୍ବାର ଯୋଗାଯୋଗ କରିଥିଲେ ମଧ୍ୟ ଏହା ସମ୍ଭବ ହୋଇନଥିଲା । ତେବେ ଫୋନ ବନ୍ଦ ହେବା ପୂର୍ବରୁ ସେ ଘରକୁ ଏକ ଅଡିଓ ମେସେଜ ମଧ୍ୟ ପଠାଇଥିଲେ । ତାଙ୍କୁ ସେଠାରେ ପ୍ରତାଡିତ କରାଯାଉଥିବା ଏହି ଅଡିଓ କଲରେ ସେ କହୁଥିବା ମଧ୍ୟ ଚର୍ଚ୍ଚା ହେଉଛି । କେହି ଜଣେ ତାଙ୍କୁ ନିର୍ଯାତନା ଦେଉଥିବା ସେ ଅଡିଓ କ୍ଲିପରେ କହିଥିଲେ । ଏହା ପରେ ଗତ ଶୁକ୍ରବାରଠାରୁ ତାଙ୍କ ଫୋନ ବନ୍ଦ ରହିଥିଲା । ଏବେ ତାଙ୍କ ମୃତଦେହ ଉଦ୍ଧାର ହୋଇଥିବା ସୂଚନା ମିଳିଛି । ସେଠାରେ ରାଗିଂର ଶିକାର ହୋଇ ସେ ଜୀବନ ହାରିଥିବା ମଧ୍ୟ ସନ୍ଦେହ କରାଯାଉଥିଲେ ସୁଦ୍ଧା ତାହା ସ୍ପଷ୍ଟ ହୋଇନି । ପରିବାର ଲୋକେ କିନ୍ତୁ ଜୀବନ ହାରିଥିବା କଥାକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହନ୍ତି ।

ଏହା ମଧ୍ୟ ପଢନ୍ତୁ :- ରାହୁଲଙ୍କଠୁ ବଳିଗଲେ ଦିଦି: କହିଲେ ‘ପାପୀ’ଙ୍କ ପାଇଁ ଫାଇନାଲରେ ହାରିଲା ଭାରତ

ମିତଙ୍କ ମୃତ୍ୟୁ 19 ତାରିଖରେ ହୋଇଥିବା ବେଳେ ଏବେ ପର୍ଯ୍ୟନ୍ତ ମୃତଦେହ ଭାରତ ଆସିବା ନେଇ କୌଣସି ବ୍ୟବସ୍ଥା ହୋଇପାରିନି । ମୃତଦେହ ଫେରାଇ ଆଣିବା ପାଇଁ ପରିବାର ସଦସ୍ୟ ସ୍ଥାନୀୟ ପ୍ରଶାସନ ମାଧ୍ୟମରେ ସରକାରଙ୍କୁ ନିବେଦନ କରିଛନ୍ତି । ଗ୍ରାମର ସରପଞ୍ଚ ମଧ୍ୟ ସ୍ଥାନୀୟ ସାଂସଦ ଭରତ ଡାବିଙ୍କ ମାଧ୍ୟମରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ମୃତଦେହ ଫେରାଇ ଆଣିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ନିବେଦନ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details