ଗାନ୍ଧୀନଗର:ଆସୁଛି ପବିତ୍ର ରାକ୍ଷୀ ପୂର୍ଣ୍ଣମୀ । ଭଉଣୀ ଭାଇର ପବିତ୍ର ବନ୍ଧନକୁ ବାନ୍ଧି ରଖିବ ରେଶମୀ ସୂତା । ଚଳିତ ମାସ ୧୧ ତାରିଖରେ ଭଉଣୀଟିଏ ଭାଇ ହାତରେ ରାକ୍ଷୀ ବାନ୍ଧି ତାର ଶୁଭ ମନାସିବା ସହ ନିଜର ସୁରକ୍ଷା ପାଇଁ ଭାଇ ପାଖରେ ଦାବି ରଖିବ । ସୂତା ଖିଅଟିଏ ହାତରେ ବାନ୍ଧିବା ପରେ ଭାଇ ଭଉଣୀଙ୍କ ଭିତରେ ଥିବା ସେ ଅନାବିଳ ସ୍ନେହ ମମତା ଆହୁରି ଦୃଢ଼ ହୋଇଯିବ । ଏହି ଅବସରରେ କିଛିଦିନ ଆଗରୁ ବଜାରରେ ରାକ୍ଷୀ ଦୋକାନର ପସରା ମେଲିଯାଏ ।
ଫ୍ୟାନ୍ସି ରାକ୍ଷୀଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାରର ରାକ୍ଷୀ ଆଖିକୁ ବେଶ ଆକର୍ଷିତ କରିଥାଏ । ମାତ୍ର ଚଳିତ ଥର ଗୁଜୁରାଟର ହୀରା ବ୍ୟବସାୟୀ ରଜନୀକାନ୍ତ ଚାନ୍ଦ ତିଆରି କରିଛନ୍ତି ସୁନା ଓ ହୀରା ମିଶ୍ରଣ ରାକ୍ଷୀ । ଯାହା ସମ୍ପୂର୍ଣ୍ଣ ଭାବେ ଇକୋ ଫ୍ରେଣ୍ଡଲି ରାକ୍ଷୀ । ତେବେ ଏହି ଡାଇମଣ୍ଡ ଇକୋ ଫ୍ରେଣ୍ଡଲି ରାକ୍ଷୀର ମୂଲ୍ୟ ୩ ହଜାରରୁ ଆରମ୍ଭ ହୋଇ ୮ ହଜାର ଟଙ୍କା ଯାଏଁ ରହିଛି ।