ଓଡିଶା

odisha

ETV Bharat / bharat

Gujarat Riots: ନରେନ୍ଦ୍ର ମୋଦିଙ୍କ ବିରୋଧରେ ହୋଇଥିଲା ବଡ ଷଡଯନ୍ତ୍ର, କଂଗ୍ରେସଠୁ ନିଆଯାଇଥିଲା ଟଙ୍କା - ଗୁଜୁରାଟ ଦଙ୍ଗା ନେଇ SITର ଖୁଲାସା

2002 ଗୁଜୁରାଟ ଦଙ୍ଗାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମ୍ପୃକ୍ତ ଦର୍ଶାଇବା ପାଇଁ କଂଗ୍ରେସ ନେତାଙ୍କ ଠାରୁ ଟଙ୍କା ନେଇଥିଲେ ସାମାଜିକ କର୍ମୀ ତିସ୍ତା, ପୂର୍ବତନ ପୋଲିସ ଅଧିକାରୀ ଶ୍ରୀକୁମାର ଏବଂ ସଞ୍ଜୀବ ଭଟ୍ଟ । ସୋନିଆ ଗାନ୍ଧୀଙ୍କ ସହଯୋଗୀ ଅହମ୍ମଦ ପଟେଲଙ୍କଠାରୁ ଏମାନେ ଟଙ୍କା ନେଇଥିବା କହିଲା SIT । ଅଧିକ ପଢନ୍ତୁ

Gujarat riots: ନରେନ୍ଦ୍ର ମୋଦିଙ୍କ ବିରୋଧରେ ହୋଇଥିଲା ବଡ ଷଡଯନ୍ତ୍ର
Gujarat riots: ନରେନ୍ଦ୍ର ମୋଦିଙ୍କ ବିରୋଧରେ ହୋଇଥିଲା ବଡ ଷଡଯନ୍ତ୍ର

By

Published : Jul 16, 2022, 10:58 PM IST

ଗାନ୍ଧୀନଗର: 2002 ମସିହାରେ ଗୁଜୁରାଟ ଗୋଧ୍ରାରେ ଟ୍ରେନ ପୋଡି ପରେ ହୋଇଥିବା ଦଙ୍ଗାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫସାଇବା ପାଇଁ ହୋଇଥିଲା ବଡ ଷଡଯନ୍ତ୍ର । ଏଥିରେ ସାମାଜିକ କାର୍ଯ୍ୟକର୍ତ୍ତା ତିସ୍ତା ସେତେଲବାଡ, ପୂର୍ବତନ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଆର.ବି ଶ୍ରୀକୁମାର ଏବଂ ପୂର୍ବତନ ଆଇପିଏସ୍ ଅଧିକାରୀ ସଞ୍ଜୀବ ଭଟ୍ଟ ପ୍ରମୁଖ ନରେନ୍ଦ୍ର ମୋଦିଙ୍କୁ ଏହି ଘଟଣାରେ ଫସାଇବା ପାଇଁ ରାଜନୈତିକ ଉଦ୍ଦେଶ୍ୟରେ ବ୍ୟବହାର ହେବା ସହ ମୋଟା ଅଙ୍କର ଲାଞ୍ଚ ମଧ୍ୟ ନେଇଥିଲେ । ଏପରି ଏକ ଖୁଲାସା କରିଛି ଘଟଣାର ତଦନ୍ତ କରୁଥିବା ସ୍ବତନ୍ତ୍ର ତଦନ୍ତକାରୀ ସଂସ୍ଥା (SIT)।

SIT ନିଜ ସତ୍ୟପାଠରେ କହିଛି, ତତ୍କାଳୀନ କଂଗ୍ରେସ ସଭାନେତ୍ରୀ ସୋନିଆ ଗାନ୍ଧୀଙ୍କ ରାଜନୈତିକ ପରାମର୍ଶଦାତା ଅହମ୍ମଦ ପଟେଲଙ୍କ ଠାରୁ ଏହି ଅଭିଯୁକ୍ତମାନେ ମୋଟା ଅଙ୍କର ଲାଞ୍ଚ ଗ୍ରହଣ କରିଥିଲେ । ଏହି ଲାଞ୍ଚରାଶି ପ୍ରାୟ 30 ଲକ୍ଷ ଟଙ୍କା ହେବ । 2002 ଗୁଜରାଟ ଦଙ୍ଗା ପରେ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଘଟଣାରେ ସମ୍ପୃକ୍ତ ବୋଲି ଦର୍ଶାଇବା ସହ ତାଙ୍କ ସରକାରରେ ଅସ୍ଥିରତା ସୃଷ୍ଟି କରିବା ନେଇ ଏହି ଅଧିକାରୀ ଓ ସାମାଜିକ କର୍ମକର୍ତ୍ତା ଚେଷ୍ଟା କରିଥିଲେ ।

ଅଭିଯୁକ୍ତମାନେ ଦାଖଲ କରିଥିବା ଜାମିନ ଆବେଦନକୁ ଖାରଜ କରିବା ପାଇଁ ସ୍ୱତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ମିତେଶ ଅମିନ ଏବଂ ଅମିତ ପଟେଲ, ଏସଆଇଟିର ଏସି.ପି ବି.ସି ସୋଲାଙ୍କୀ ଗତକାଲି (ଶୁକ୍ରବାର) ସେସନ କୋର୍ଟରେ ଏକ ସତ୍ୟପାଠ ଦାଖଲ କରିଥିଲେ । ଅଭିଯୁକ୍ତ ତିସ୍ତା ଓ ଶ୍ରୀକୁମାର ଏହି ଷଡଯନ୍ତ୍ରରେ ସାମିଲ ଓ ସେମାନେ ଏଥିପାଇଁ କଂଗ୍ରେସ ଠାରୁ ପ୍ରଲୋଭନ ଆକାରରେ ଟଙ୍କା ମଧ୍ୟ ଗ୍ରହଣ କରିଥିବା ଦର୍ଶାଇଥିଲେ ସରକାରୀ ଓକିଲ ଓ SIT ଅଧିକାରୀ । ଜୁଲାଇ 2 ତାରିଖରେ ଉଭୟଙ୍କୁ 14 ଦିନିଆ ରିମାଣ୍ଡରେ ପଠାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details