ଓଡିଶା

odisha

ETV Bharat / bharat

କୋରୋନା ସଂକ୍ରମିତ ନବଜାତ ଜାଆଁଳା ଶିଶୁ - corona infected twin baby

ଭଦୋଦରାର ଦୁଇ ଜଣ ଯାଆଁନ୍ତି ଶିଶୁ ପଜିଟିଭ୍ ଆସିଛନ୍ତି। ସେମାନେ ଜନ୍ମ ହେବାର ପ୍ରାୟ 15 ଦିନ ପରେ ପଜିଟିଭି ଆସିଥିବା ଜଣାପଡିଛି। ପ୍ରଥମେ ଡାଇରିଆ ଓ ଡିହାଇଡ୍ରେସନ ପାଇଁ ଉଭୟ ଟ୍ବିନ ବେବିଙ୍କୁ ମେଡିକାଲ ଅଣାଯାଇଥିଲା। ଅଧିକ ପଢନ୍ତୁ...

କୋରୋନା ସଂକ୍ରମିତ ଟ୍ବିନ ବେବି, ଜନ୍ମର 15 ଦିନରେ ପଜିଟିଭ୍ ଚିହ୍ନଟ
କୋରୋନା ସଂକ୍ରମିତ ଟ୍ବିନ ବେବି, ଜନ୍ମର 15 ଦିନରେ ପଜିଟିଭ୍ ଚିହ୍ନଟ

By

Published : Apr 2, 2021, 9:49 AM IST

ଭଦୋଦରା: କାୟା ମେଲାଉଛି କୋରୋନା। ପିଲାଠୁ ବୁଢା କେହି ନିସ୍ତାର ପାଉନାହାଁନ୍ତି ଏହି ଭାଇରସର କଳାନଜରରୁ। ଭଦୋଦରାର ଯାଆଁନ୍ତି ଶିଶୁ ପଜିଟିଭ୍ ଆସିଛନ୍ତି। ସେମାନେ ଜନ୍ମ ହେବାର ପ୍ରାୟ 15 ଦିନ ପରେ ପଜିଟିଭି ଆସିଥିବା ଜଣାପଡିଛି। ପ୍ରଥମେ ଡାଇରିଆ ଓ ଡିହାଇଡ୍ରେସନ ପାଇଁ ଉଭୟ ଟ୍ବିନ ବେବିଙ୍କୁ ମେଡିକାଲ ଅଣାଯାଇଥିଲା। ଏହା ପରେ ଉଭୟ ପଜିଟିଭି ଆସିଥିବା ଜଣାପଡିଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ ଉଭୟ ଯାଆଁଳା ଶିଶୁଙ୍କୁ ମେଡିକାଲରୁ ଡିସଚାର୍ଜ କରାଯାଇନାହିଁ। ଉଭୟଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ଅଛି ବୋଲି ମେଡିକାଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ମିଳିଛି।

ହସ୍ପିଟାଲ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଶିଶୁବିଭାଗର 5 ଶିଶୁ ଏବେ ପଜିଟିଭ ଆସିଛନ୍ତି। ତେବେ ଏହି ପରିସ୍ଥିତିର ମୁକାବିଲା ପାଇଁ ସମସ୍ତଙ୍କ ଅଧିକ ଯତ୍ନ ନିଆଯାଉଛି। ସେ କହିଛନ୍ତି ଯେ, ଏହି ସଂକ୍ରମଣ ନବଜାତ ଶିଶୁକୁ ତାଙ୍କ ପିତାମାତା କିମ୍ବା ତଦାରଖକାରୀଙ୍କ ଦ୍ବାରା ହୋଇପାରେ। ଜ୍ୱର, ଥଣ୍ଡା, ଗଳା ଯନ୍ତ୍ରଣା ଭଳି ଲକ୍ଷଣ ପିଲାମାନଙ୍କଠାରେ ଦେଖିବାକୁ ମିଳିଛି। ବର୍ତ୍ତମାନ ଶିଶୁମାନଙ୍କୁ ଶିଶୁରୋଗ ବିଶେଷଜ୍ଞମାନେ ଚିକିତ୍ସା କରୁଛନ୍ତି।

କୋରୋନା ସଂକ୍ରମଣ ବଢୁଥିବା ଦେଖି ଗୁଜୁରାଟ ସାୟାଜୀ ହସ୍ପିଟାଲରେ 8 ରୁ 10 ଶଯ୍ୟା ବିଶିଷ୍ଟ ଏକ କୋରୋନା କେନ୍ଦ୍ର ଆରମ୍ଭ ହୋଇଛି। ବର୍ତ୍ତମାନ ସଂକ୍ରମିତ 5 ପିଲାଙ୍କୁ ହୋମ କ୍ବାରେଣ୍ଟାଇନରେ ରଖାଯାଇଛି।

ABOUT THE AUTHOR

...view details