ଗୌହାଟୀ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଟ୍ବିଟ କରି ଗିରଫ ହୋଇଥିବା ଗୁଜୁରାଟର ସ୍ବାଧୀନ ବିଧାୟକ ଜିଗ୍ନେଶ ମେଓ୍ବାନୀଙ୍କୁ ଜାମିନ ମିଳିବାର ମାତ୍ର କିଛି ସମୟ ପରେ ଅନ୍ୟ ଏକ ମାମଲାରେ ପୁଣି ଗିରଫ କରାଯାଇଛି । ଆଜି (ସୋମବାର) ଆସାମର କୋକରାଝର କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଥିବା ବିଧାୟକଙ୍କ ଓକିଲଙ୍କ ପକ୍ଷରୁ ସୂଚନା ମିଳିଥିଲା । ତେବେ ଆଶ୍ଚର୍ଯ୍ୟଜନକ ବିଷୟ ଯେ, ଜାମିନ ପ୍ରଦାନର ମାତ୍ର କିଛି ସମୟ ବ୍ୟବଧାନରେ ପୁଣି ଥରେ ତାଙ୍କୁ ଏକ ନୂତନ ମାମଲାରେ ଗିରଫଦାରୀର ସାମ୍ନା କରିବାକୁ ପଡିଛି ।
ବିଧାୟକଙ୍କ ଓକିଲ ଅଂଶୁମାନ ବୋରାଙ୍କ ପକ୍ଷରୁ ମିଳିିଥିବା ସୂଚନା ଅନୁସାରେ, ଜିଗ୍ନେଶଙ୍କ 3ଦିନିଆ ପୋଲିସ ରିମାଣ୍ଡ ଗତକାଲି (ରବିବାର) ଶେଷ ହୋଇଥିଲା । ଗତକାଲି ସଂନ୍ଧ୍ୟାରେ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା । ଆଜି ତାଙ୍କୁ ଅପରାହ୍ନରେ ବେଲ ମିଳିବା ପରେ ପୁଣି ଗିରଫ କରାଯାଇଛି । ତେବେ କେଉଁ ନୂଆ ମାମଲାରେ ତାଙ୍କୁ ଗିରଫ କରାଯାଇଛି, ତାହା ବର୍ତ୍ତମାନ ସୁଦ୍ଧା ଆସାମ ପୋଲିସ ପକ୍ଷରୁ ସ୍ପଷ୍ଟ ହୋଇପାରିନାହିଁ ।