ଓଡିଶା

odisha

ଗୁଜୁରାଟ ପଞ୍ଚାୟତ ନିର୍ବାଚନ: କଂଗ୍ରେସର ଖାତା ବନ୍ଦକଲା ବିଜେପି, 31 ଜିଲ୍ଲା ଗେରୁଆମୟ

ଗୁଜୁରାଟ ମହାନଗରନିଗମ ନିର୍ବାଚନ ପରେ ଏବେ ପଞ୍ଚାୟତ ନିର୍ବାଚନରେ ବାଜି ମାରିଛି ବିଜେପି । ଦଳ 31ଟି ଆସନରେ ବିଜୟ ହାସଲ କରି କଂଗ୍ରେସର ଖାତା ବନ୍ଦ କରିଦେଇଛନ୍ତି । ଅଧିକ ପଢନ୍ତୁ...

By

Published : Mar 2, 2021, 10:35 PM IST

Published : Mar 2, 2021, 10:35 PM IST

ଗୁଜୁରାଟ ପଞ୍ଚାୟତ ନିର୍ବାଚନ: କଂଗ୍ରେସର ଖାତା ବନ୍ଦକଲା ବିଜେପି, 31 ଜିଲ୍ଲା ଗେରୁଆମୟ
ଗୁଜୁରାଟ ପଞ୍ଚାୟତ ନିର୍ବାଚନ: କଂଗ୍ରେସର ଖାତା ବନ୍ଦକଲା ବିଜେପି, 31 ଜିଲ୍ଲା ଗେରୁଆମୟ

ଗାନ୍ଧୀନଗର: ଦେଶର 4 ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳ ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟିକୁ ମିଳିଛି ବଡ ସଫଳତା । ଗୁଜୁରାଟ ମହାନଗରନିଗମ ନିର୍ବାଚନ ପରେ ଏବେ ପଞ୍ଚାୟତ ନିର୍ବାଚନରେ ବାଜି ମାରିଛି ବିଜେପି । ଦଳ 31ଟି ଆସନରେ ବିଜୟ ହାସଲ କରି କଂଗ୍ରେସର ଖାତା ବନ୍ଦ କରିଦେଇଛନ୍ତି । 29 ଜିଲ୍ଲା ପଞ୍ଚାୟତରେ ସ୍ଥିତି ଏପରି ଯେ ଏଠାରେ କଂଗ୍ରେସର ଜିତିଥିବା ସଦସ୍ୟଙ୍କ ସଂଖ୍ୟା 2 ଅଙ୍କ ମଧ୍ୟ ଛୁଇଁନାହିଁ ।

ପ୍ରଧାନମନ୍ତ୍ରୀଙ୍କ ଟ୍ବିଟ

ବିଜେପିର ଏହି ଶାନଦାର ବିଜୟକୁ ନେଇ ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ ଗୃହମନ୍ତ୍ରୀ ଅମିତ ଶାହ ।

ବିଜେପି ପାଇଁ ଏହା ପ୍ରଥମ ଅବସର ଯେବେ 31 ଜିଲ୍ଲାରେ ବିଜୟ ଧ୍ବଜା ଉଡାଇବାରେ ସକ୍ଷମ ହୋଇଛି ଦଳ । ଅନ୍ୟପକ୍ଷେ କଂଗ୍ରେସର ସ୍ଥିତି ଏତେ ଖରାପ ଯେ ନକହିଲେ ଭଲ । କିଛି ଜାଗାରେ କଂଗ୍ରେସ ଖାତା ମଧ୍ୟ ଖୋଲିବାରେ ସକ୍ଷମ ହୋଇନାହିଁ । 2015 ନିର୍ବାଚନ କଥା ଯଦି କହିବା, ତାହେଲେ 31 ଜିଲ୍ଲା ପଞ୍ଚାୟତ ମଧ୍ୟରୁ 22ଟିରେ ବିଜୟ ହାସଲ କରିଥିଲା କଂଗ୍ରେସ । ଏହି ବର୍ଷ ବିଜେପି ଖାତାକୁ ଆସିଥିଲା ମାତ୍ର 7 ସିଟ ।

ଗୃହମନ୍ତ୍ରୀଙ୍କ ଟ୍ବିଟ

ପଞ୍ଚାୟତ ନିର୍ବାଚନରେ ନିଜ ଗଡରେ ହିଁ କଂଗ୍ରେସକୁ ଶୋଚନୀୟ ପରାଜୟର ସାମ୍ନା କରିବାକୁ ପଡିଛି । ଏପରିକି ବିଧାନସଭାରେ ବିରୋଧୀ ଦଳର ନେତା ପରେଶ ଧନାନୀ ନିଜ ନିର୍ବାଚନୀ ମଣ୍ଡଳୀ ଅମରେଲୀରେ ମଧ୍ୟ କଂଗ୍ରେସକୁ ବିଜୟ ଦେଇପାରିଲେ ନାହିଁ । ଏଠାରେ କଂଗ୍ରେସକୁ ବଡ ପରାଜୟର ସାମ୍ନା କରିବାକୁ ପଡିଛି । ସେପଟେ କଂଗ୍ରସର ଦବଦବା ରହିଥିବା ଅଞ୍ଚଳ ସାବରକାଣ୍ଠା ଓ ଜାମନଗରେ ମଧ୍ୟ ଦଳ ପରାଜୟ ବରଣ କରିଛି ।

ଜେପି ନଡ୍ଡା ଟ୍ବିଟ

ଏହି ଲଜ୍ଜାଜନକ ପରାଜୟ ପରେ ଇସ୍ତଫା ଦେଇଛନ୍ତି ଗୁଜୁରାଟ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ଅମିତ ଚାୱଡା ।

ଗୁଜୁରାଟ କଂଗ୍ରେସ ଅଧ୍ୟକ୍ଷ ଅମିତ ଚାୱଡା ପରାଜୟର ଦୋଷ ଇଭିଏମ ଉପରେ ଲଦି ଦଳର ହାଇକମାଣ୍ଡ ସୋନିଆ ଗାନ୍ଧୀଙ୍କ ପାଖକୁ ପଠାଇଛନ୍ତି ଇସ୍ତଫା ପତ୍ର । ସେପଟେ କଂଗ୍ରେସ ବିଧାୟକଦଳର ନେତା ପରେଶ ଧନାନୀ ମଧ୍ୟ ଇସ୍ତଫା ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details