ଓଡିଶା

odisha

ETV Bharat / bharat

PM Modi's degree Case: ଆବେଦନ ଖାରଜ, କେଜ୍ରିୱାଲଙ୍କୁ ୨୫ ହଜାର ଜରିମାନା

ପ୍ରଧାନମନ୍ତ୍ରୀଙ୍କ ସ୍ନାତକୋତ୍ତର ଡିଗ୍ରୀ ସାର୍ବଜନୀନ କରିବା ଆବେଦନକୁ ଖାରଜ କଲେ ଗୁଜୁରାଟ ହାଇକୋର୍ଟ । ଏହାସହ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ୨୫ ହଜାର ଜୋରିମାନା ଦେବା ଲାଗି ନିର୍ଦ୍ଦେଶ ଦେଇଛନ୍ତି । ଅଧିକ ପଢନ୍ତୁ

PM Modi's degree Case
PM Modi's degree Case

By

Published : Mar 31, 2023, 4:29 PM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ନାତକୋତ୍ତର ଡିଗ୍ରୀକୁ ସାର୍ବଜନୀନ କରିବା ମାମଲା । ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଅରବିନ୍ଦ କେଜ୍ରିୱାଲଙ୍କୁ ଲାଗିଲା ଗୁଜୁରାଟ ହାଇକୋର୍ଟଙ୍କ ଝଟକା । ଆବେଦନକୁ କୋର୍ଟ ଖାରଜ କରିବା ସହିତ ୨୫ ହଜାର ଟଙ୍କା ଜରିମାନା ଭରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଡିଗ୍ରୀ ସାର୍ଟିଫିକେଟକୁ ସାର୍ବଜନୀନ କରିବାର ଆବଶ୍ୟକତା ନାହିଁ ବୋଲି କୋର୍ଟ କହିଛନ୍ତି ।

ଗୁଜୁରାଟ ହାଇକୋର୍ଟଙ୍କ ଏହି ରାୟ ଶୁଣାଇବା ପରେ ଟ୍ବିଟ୍‌ କରି ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ସେ ଟ୍ବିଟ୍‌ କରି ଲେଖିଛନ୍ତି, "କଣ ଦେଶବାସୀଙ୍କ ଏହା ଜାଣିବାର ଅଧିକାର ନାହିଁ ଯେ ତାଙ୍କ ଦେଶର ପ୍ରଧାନମନ୍ତ୍ରୀ କେତେ ପାଠ ପଢିଛନ୍ତି ? କୋର୍ଟରେ ପ୍ରଧାନମନ୍ତ୍ରୀଙ୍କ ଡିଗ୍ରୀକୁ ସାର୍ବଜନୀନ କରିବା ଦାବିକୁ ଜୋରଦାର ବିରୋଧ କରାଗଲା । ଆଉ ଯିଏ ଏଥିଲାଗି ଦାବି କରିଥିଲା ତା' ଉପରେ ଜରିମାନା ମଧ୍ୟ ଲଗାଗଲା । ଦେଶରେ ଏହା କଣ ଘଟୁଛି ? କମ ପାଠ ପଢିଥିବା ବ୍ୟକ୍ତି ଦେଶର ପ୍ରଧାନମନ୍ତ୍ରୀ ହେବା ବହୁତ ବିପଦଜନକ ।"

ଏହା ବି ପଢନ୍ତୁ-'ସ୍ବାଧୀନତା ପରେ ନରେନ୍ଦ୍ର ମୋଦି ସବୁଠୁ ଅଧିକ ଦୁର୍ନୀତିଗ୍ରସ୍ତ ପ୍ରଧାନମନ୍ତ୍ରୀ'

ସୂଚନା ଥାଉ କି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆରଟିଆଇ ଆକ୍ଟ ଅନୁସାରେ ପ୍ରଶ୍ନ କରିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶିକ୍ଷିତ ନା ତାଙ୍କ ନିକଟରେ କୌଣସି ଡିଗ୍ରୀ ନାହିଁ । କେଜ୍ରିୱାଲ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦିଲ୍ଲୀ ବିଶ୍ବବିଦ୍ୟାଳୟ ଓ ଗୁଜୁରାଟ ବିଶ୍ବବିଦ୍ୟାଳୟରୁ ହାସଲ କରିଥିବା ଡିଗ୍ରୀ ସମ୍ପର୍କରେ ତଥ୍ୟକୁ ସାର୍ବଜନୀନ କରିବା ଲାଗି ଦାବି କରିଥିଲେ । ହେଲେ ଗୁଜୁରାଟ ହାଇକୋର୍ଟ କେଜ୍ରିୱାଲଙ୍କ ଏହି ଆବେଦନକୁ ଖାରଜ କରିଛନ୍ତି । ଗୁଜୁରାଟ ହାଇକୋର୍ଟଙ୍କ ଜଷ୍ଟିସ ବିରେନ ବୈଷ୍ଣବ ଗୁଜୁରାଟ ୟୁନିଭର୍ସିଟି ଆବେଦନ ଉପରେ ଶୁଣାଣି କରି କେଜ୍ରିୱାଲଙ୍କ ଉପରେ ଜରିମାନା ଲଗାଇଛନ୍ତି ।

କେନ୍ଦ୍ରୀୟ ସୂଚନା ଆୟୋଗ ୨୦୧୬ ମସିହାରେ RTI ଆକ୍ଟ ଅନୁସାରେ ଗୁଜୁରାଟ ବିଶ୍ବବିଦ୍ୟାଳୟକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଡିଗ୍ରୀ ଦେବା ଲାଗି ଆଦେଶ ଦେଇଥିଲା । ଆୟୋଗ ବିନା ନୋଟିସରେ ଗୁଜୁରାଟ ବିଶ୍ବବିଦ୍ୟାଳୟକୁ ଆଦେଶ ଦେଇଥିଲା । ଅନ୍ୟପଟେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଗତ କିଛି ଦିନ ଧରି ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଠପଢାକୁ ନେଇ ବେଶ ଚର୍ଚ୍ଚା କରୁଥିବା ଦେଖିବାକୁ ମିଳିଛି । ପ୍ରଧାନମନ୍ତ୍ରୀ ମୋଦି ଅଶିକ୍ଷିତ ବୋଲି ନିକଟରେ ଦିଲ୍ଲୀ ବିଧାନସଭାରେ କହିଥିଲେ କେଜ୍ରିୱାଲ । ଏହାସହିତ ମୋଦି କେବଳ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିଛନ୍ତି । ସ୍ବାଧୀନତା ପରେ ସେ ଭାରତର ସବୁଠୁ ଅଧିକ ଦୁର୍ନୀତିଗ୍ରସ୍ତ ବୋଲି ପ୍ରଧାନମନ୍ତ୍ରୀ ବୋଲି ମଧ୍ୟ ଅଭିଯୋଗ କରିଥିଲେ ଅରବିନ୍ଦ କେଜ୍ରିୱାଲ ।

ABOUT THE AUTHOR

...view details