ଓଡିଶା

odisha

By

Published : Jun 30, 2021, 8:02 AM IST

ETV Bharat / bharat

ନିୟନ୍ତ୍ରଣାଧିନ ଦ୍ୱିତୀୟ ଲହର: ବିଜୟ ରୂପାନୀ

ଗୁଜୁରାଟରେ ଖସିଛି ସଂକ୍ରମଣ । ବର୍ତ୍ତମାନ ପରିସ୍ଥିତି ନିୟନ୍ତ୍ରଣାଧିନ ରହିଛି । ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ । ଅଧିକ ପଢନ୍ତୁ...

Gujarat has controlled second wave of COVID-19 pandemic: CM Vijay Rupani
ନିୟନ୍ତ୍ରଣାଧିନ ଦ୍ୱୀତିୟ ଲହର; ବିଜୟ ରୂପାନୀ

ଗାନ୍ଧୀନଗର: ଗୁଜୁରାଟରେ ଖସିଛି ସଂକ୍ରମଣ । ବର୍ତ୍ତମାନ ପରିସ୍ଥିତି ନିୟନ୍ତ୍ରଣାଧିନ ରହିଛି । ଏନେଇ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ । 14 ମାସ ପରେ ରାଜ୍ୟରେ 100ରୁ କମ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏବେବି ରାଜ୍ୟ କୋରୋନା ବିରୋଧରେ ଲଢେଇ ଜାରି ରଖିଛି ।

ଗୁଜୁରାଟରେ ସୋମବାର 96 ଟି ନୂଆ ସଂକ୍ରମିତ ଚିହ୍ନଟ ହୋଇଛି । ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ତଥ୍ୟ ଅନୁଯାୟୀ ସଂକ୍ରମିତଙ୍କ ସଂଖ୍ୟା 8 ଲକ୍ଷ 23 ହଜାର 340କୁ ବୃଦ୍ଧି ପାଇଛି । ଗତ ବର୍ଷ ଏପ୍ରିଲ 14 ରେ 78 ଟି କୋଭିଡ ମାମଲା ରହିଥିବା ବେଳେ ଗୋଟିଏ ଦିନ ପରେ 127ଟି ସଂକ୍ରମିତ ଚିହ୍ନଟ ହୋଇଥିଲା ।

ଚଳିତ ବର୍ଷ ଏପ୍ରିଲ 30ରେ, ଯେତେବେଳେ ଦ୍ବିତୀୟ ଲହର ବ୍ୟାପିଥିଲା ଗୁଜୁରାଟରେ ଗୋଟିଏ ଦିନରେ ସର୍ବାଧିକ 14,605 ​​ମାମଲା ରେକର୍ଡ କରାଯାଇଥିଲା। ଦ୍ବିତୀୟ ଲହରରେ ସଂକ୍ରମଣ ବର୍ତ୍ତମାନ ନିୟନ୍ତ୍ରଣରେ ରହିଛି। ହେଲେ ସୋମବାର ଦିନ 100 ରୁ କମ୍ ମାମଲା ସାମ୍ନାକୁ ଆସିଥିଲା। ସଂକ୍ରମିତଙ୍କ ସଂଖ୍ୟା କମିଥିଲେ ମଧ୍ୟ ରାଜ୍ୟରେ ସଂକ୍ରମଣ ରହିଛି । କୋଭିଡ ବିରୋଧରେ ଲଢେଇ ଜାରି ରହିଛି । ଅଙ୍ଗନୱାଡି ଛାତ୍ରଛାତ୍ରୀଙ୍କୁ ୟୁନିଫର୍ମ ବାଣ୍ଟିବା କାର୍ଯ୍ୟକୁ ସମ୍ବୋଧିତ କରିବାବେଳେ ରୂପାନୀ କହିଛନ୍ତି।

ରାଜ୍ୟ ସରକାରଙ୍କ ଦ୍ବାରା ଜାରି କରାଯାଇଥିବା ବିଜ୍ଞପ୍ତି ଅନୁଯାୟୀ ଗୁଜୁରାଟ ଅଙ୍ଗନୱାଡି ଛାତ୍ରଛାତ୍ରୀଙ୍କୁ ୟୁନିଫର୍ମ ଯୋଗାଇବାରେ ଦେଶର ପ୍ରଥମ ତଥା ଏକମାତ୍ର ରାଜ୍ୟ ହୋଇପାରିଛି। ଏହି ପଦକ୍ଷେପ ଅନୁଯାୟୀ ଗୁଜୁରାଟର 53,29 ଅଙ୍ଗନୱାଡି କିମ୍ବା ଶିଶୁ ଯତ୍ନ କେନ୍ଦ୍ରରେ ନାମ ଲେଖାଇଥିବା 14 ଲକ୍ଷ ପିଲାଙ୍କୁ ମାଗଣା ୟୁନିଫର୍ମ ଦିଆଯିବ। ଏହି ପିଲାମାନଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ଏହି ଯୋଜନା ପାଇଁ ରାଜ୍ୟ ସରକାର 36.28 କୋଟି ଟଙ୍କା ଖର୍ଚ୍ଚ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ABOUT THE AUTHOR

...view details