ଗାନ୍ଧୀନଗର:ଗୁଜୁରାଟର ଗାନ୍ଧୀନଗରରେ ଥିବା ଦଳୀୟ ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚିଲେ ପୂର୍ବତନ ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ । ମୁଖ୍ୟମନ୍ତ୍ରୀ ରୂପାଣି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ନୂତନ ମୁଖ୍ୟମନ୍ତ୍ରୀ ଚୟନ ପାଇଁ କାର୍ଯ୍ୟାଳୟରେ ବୈଠକ ବସିବାକୁ ଯାଉଛି । ଏହି ବୈଠକ ପରେ ଗୁଜୁରାଟ ମୁଖ୍ୟମନ୍ତ୍ରୀ କିଏ ହେବ ସେ ନେଇ ସୂଚନା ମିଳିବ ବୋଲି ଜଣାପଡିଛି ।
ଗତକାଲି(ଶନିବାର) ଦଳୀୟ ରାଜ୍ୟ କାର୍ଯ୍ୟାଳୟରେ କେନ୍ଦ୍ରମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ, ଉପମୁଖ୍ୟମନ୍ତ୍ରୀ ନୀତିନ ପଟେଲ, ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣି ଓ ଗୁଜୁରାଟ ବିଜେପି ମୁଖ୍ୟ ସି ଆର ପାଟିଲ ପ୍ରମୁଖ ଆଲୋଚନା କରିଥିଲେ । ଦଳର ସମସ୍ତ ବିଧାୟକଙ୍କୁ ଦଳୀୟ କାର୍ଯ୍ୟାଳୟରେ ଉପସ୍ଥିତ ହେବା ଲାଗି ମଧ୍ୟ ଦଳ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଥିଲା । ଆଜି (ରବିବାର) ସମସ୍ତେ ଦଳୀୟ କାର୍ଯ୍ୟାଳୟ ପହଞ୍ଚିଥିବା ବେଳେ ଗୁଜୁରାଟର ନୂତନ ମୁଖ୍ୟମନ୍ତ୍ରୀ ପଦବୀ ପାଇଁ ନାମ ଆସିପାରେ ବୋଲି ଅନୁମାନ କରାଯାଉଛି ।