ଅହମ୍ମଦାବାଦ:କୋରୋନା କୋପ କମିଛି କି ନାହିଁ ବର୍ତ୍ତମାନ ଦେଶରେ ଇନଫ୍ଲୁଏଞ୍ଜା ଏ ସବଟାଇପ H3N2 ଭୂତାଣୁ ଭୟ ସୃଷ୍ଟି ହୋଇଛି । ଦେଶରେ ବିଭିନ୍ନ ସ୍ଥାନରେ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଗୁଜରାଟ ଭଦୋଦରାରେ ଏହି ଭୂତାଣୁରେ ସଂକ୍ରମିତ ଜଣେ 58 ବର୍ଷୀୟ ମହିଳାଙ୍କ ମୃତ୍ୟୁ ହୋଇଛି । ଏହା ରାଜ୍ୟରେ H3N2 ଭୂତାଣୁଜନିତ ପ୍ରଥମ ମୃତ୍ୟୁ ମାମଲା । ଏହାକୁ ମିଶାଇ ଦେଶରେ 3ଜଣଙ୍କ ଜୀବନ ନେଲାଣି ଏହି ଭୂତାଣୁ ।
ମହିଳା ଜଣକ କିଛି ଦିନ ହେବ ଅସୁସ୍ଥ ହୋଇଥିଲେ । ଦୁଇ ଦିନ ତଳେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ମହିଳା ଜଣଙ୍କ ଆଖି ବୁଜିଛନ୍ତି । ଯଦିଓ ମହିଳାଙ୍କ ମୃତ୍ୟୁ ନେଇ ଡାକ୍ତରଖାନା ପକ୍ଷରୁ କିଛି ରିପୋର୍ଟ ଦିଆ ଯାଇନାହିଁ H3N2 ଭୂତାଣୁ ସଂକ୍ରମଣରେ ମହିଳାଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି । ଭଦୋଦରାର ଆଶାସଜୀ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ମହିଳା ଜଣକ । ଏହାର ଦୁଇଦିନ ପରେ ମହିଳାଙ୍କ ମୃତ୍ୟୁ ହୋଇଛି । ମହିଳା ଜଣକ ହାଇପରଟେନସିଭ ରୋଗୀ ହୋଇଥିବା ଭେଣ୍ଟିଲେଟରରେ ଥିବା ଡାକ୍ତର ସୂଚନା ଦେଇଛନ୍ତି । ମହିଳା ନମୂନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିଲା । H3N2 ଭୂତାଣୁ ସଂକ୍ରମିତ ଥିବା ଲକ୍ଷଣ ଦେଖାଯାଇଥିଲା ।