ଗାନ୍ଧୀନଗର:ଶୌଚାଳୟ ଭାଙ୍ଗିଲା ସ୍ବାମୀ ସ୍ତ୍ରୀ ସମ୍ପର୍କ । ଶ୍ବଶୁର ଘରେ ଶୌଚାଳୟ ନଥିବାରୁ ଶେଷରେ ସ୍ବାମୀକୁ ଛାଡ଼ପତ୍ର ଦେଇଛି ସ୍ତ୍ରୀ । ଗୁଜୁରାଟର ଗାନ୍ଧୀନଗର ଘଟିଛି ଏଭଳି କିଛି ଘଟଣା । ପରିବାରର ଆର୍ଥିକ ଅବସ୍ଥା ସ୍ବଚ୍ଛଳ ନ ଥିବାବେଳେ ଶ୍ବଶୁର ଘରେ ଶୌଚାଳୟ ନିର୍ମାଣ କରୁନଥିବାରୁ ମହିଳା ଜଣକ ସ୍ବାମୀକୁ ଛାଡପତ୍ର ଦେଇଥିବା ଜଣାପଡ଼ିଛି ।
ମହିଳା ଜଣକ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ପଢିଥିବାବେଳେ ସେ ଜଣେ ବ୍ୟୁଟିସିଆନ ଭାବେ କାର୍ଯ୍ୟ କରିଥାନ୍ତି । ସେ ମାସକୁ ପ୍ରାୟ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିଥାନ୍ତି । ସେପଟେ ପରିବାରର ଅନ୍ୟ ସଦସ୍ୟମାନେ ମଧ୍ୟ ରୋଜଗାର କରନ୍ତି । ତେବେ ଦମ୍ପତିଙ୍କ ମଧ୍ୟରେ ଶୌଚାଳୟ ନିର୍ମାଣକୁ ନେଇ ଅନେକ ସମୟରେ କଳହ ମଧ୍ୟ ହୋଇଥାଏ । କିନ୍ତୁ ଶ୍ବଶୁର ଘର ଶୌଚାଳୟ ନିର୍ମାଣ ନ କରିବାରୁ ସେ ଅତିଷ୍ଠ ହୋଇ ଶେଷରେ ସ୍ବାମୀଙ୍କୁ ଛାଡ଼ପତ୍ର ଦେଇଥିବା ଜଣାପଡ଼ିଛି ।