ଗାନ୍ଧୀନଗର: କାର୍ଯ୍ୟାନୁଷ୍ଠାନର ପରିଧିରୁ ମୁକୁଳି ପାରୁନାହାନ୍ତି ଗୁଜୁରାଟର ସ୍ବାଧୀନ ବିଧାୟକ ଜିଗ୍ନେଶ ମେଓ୍ବାନୀ(MLA Jignesh Mevani) । ଆଜି (ଗୁରୁବାର) ଗୁଜୁରାଟର ଏକ ମାଜିଷ୍ଟ୍ରେଟାଲ କୋର୍ଟ ୫ବର୍ଷ ପୁରୁଣା ତଥା ୨୦୧୭ରେ ପ୍ରଶାସନର ବିନା ଅନୁମତିରେ ଆଜାଦି ମାର୍ଚ୍ଚ ଆୟୋଜନ କରିବା ମାମଲାର ଶୁଣାଣି କରି ବିଧାୟକ ଜିଗ୍ନେଶଙ୍କ ସମେତ ମୋଟ ୧୦ଜଣଙ୍କୁ ଆର୍ଥିକ ଜୋରିମାନା ସହ ୩ ମାସ ଲେଖାଏଁ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ।
ଅତିରିକ୍ତ ମୁଖ୍ୟ ଜୁଡିସିଆଲ୍ ମାଜିଷ୍ଟ୍ରେଟ୍ ଜେ.ଏ ପାରମାର ଆଜି ଏହି ମାମଲାର ଶୁଣାଣି କରିଥିଲେ । ୫ବର୍ଷ ତଳେ ଅର୍ଥାତ, ଜୁଲାଇ ୨୦୧୭ରେ ଗୁଜୁରାଟର ବିନାଶରେ ମେହସାନାରୁ ଧାନେରା ପର୍ଯ୍ୟନ୍ତ ବିଧାୟକ ଜିଗ୍ନେଶ ମେଓ୍ବାନୀଙ୍କ ନେତୃତ୍ବରେ ଆଜାଦି ମାର୍ଚ୍ଚ ଆୟୋଜିତ ହୋଇଥିଲା ।