ଗାନ୍ଧୀନଗର:ନଦୀ ଜଳରେ କୋରୋନା ଭୂତାଣୁ । ଅହମ୍ମଦାବାଦରେ ପ୍ରବାହିତ ସାବରମତୀ ନଦୀ, କକରିଆ ଏବଂ ଚାନ୍ଦୋଳା ହ୍ରଦ ଜଳରେ କୋରୋନା ଭାଇରସ ଦେଖିବାକୁ ମିଳିଛି । ଗାନ୍ଧୀନଗର IIT ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଛି ।
ଅହମ୍ମଦାବାଦର ନଦୀ-ହ୍ରଦ ଜଳରେ କୋରୋନା ଭୂତାଣୁ - ନଦୀ ଜଳରେ କୋରୋନା
ଅହମ୍ମଦାବାଦରେ ପ୍ରବାହିତ ସାବରମତୀ ନଦୀ, କକରିଆ ଏବଂ ଚାନ୍ଦୋଳା ହ୍ରଦ ଜଳରେ ଦେଖାଗଲା କୋରୋନା ଭାଇରସ । ଅଧିକ ପଢନ୍ତୁ...
େ
ନଦୀ ଜଳରେ କୋରୋନା ଭାଇରସର ଉପସ୍ଥିତି ନେଇ ଗାନ୍ଧୀନଗର IIT ସମେତ ଅନ୍ୟ 8ଟି ଅନୁଷ୍ଠାନ ଦ୍ବାରା ଏକ ଅନୁସନ୍ଧାନ କରାଯାଇଥିଲା । IITର ଭୂବିଜ୍ଞାନ ବିଭାଗର ମନୀଷ କୁମାର ଏହି ରିସର୍ଚ୍ଚ କରିଥିଲେ । ଗତ ସେପ୍ଟମ୍ବରରୁ ଡିସେମ୍ବର ମାସ ମଧ୍ୟରେ ସେହିସବୁ ନଦୀ ଓ ହ୍ରଦ ଜଳର ନମୁନା ସଂଗ୍ରହ କରାଯାଇଥିଲା । ଯେଉଁଥିରେ କୋରୋନା ଭାଇରସର ଉପସ୍ଥିତି ସମ୍ପର୍କରେ ସ୍ପଷ୍ଟ ହୋଇଛି । ଏହି ଅନୁସନ୍ଧାନରେ ଅନ୍ୟ କିଛି ଅନୁଷ୍ଠାନଗୁଡିକ ମଧ୍ୟ ଅଂଶଗ୍ରହଣ କରିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ