ଓଡିଶା

odisha

ଗୁଜୁରାଟରେ ଖୁବଶୀଘ୍ର BJPରେ ବିଲୟ ହେବ କଂଗ୍ରେସ: କେଜ୍ରିଓ୍ବାଲ

ଗୁଜୁରାଟରେ କଂଗ୍ରେସକୁ ଟାର୍ଗେଟ କଲେ ଆପ ମୁଖ୍ୟ କେଜ୍ରିଓ୍ବାଲ । କହିଲେ ଶେଷ ହେବାକୁ ଯାଉଛି ଚୋରାପ୍ରେମ । ଖୁବଶୀଘ୍ର ବିଜେପିରେ ମିଶିବ ରାଜ୍ୟ କଂଗ୍ରେସ । ମୁଖ୍ୟ ପ୍ରତିଦ୍ବନ୍ଦ୍ବୀତା ଆପ୍‌ ଓ ବିଜେପି ମଧ୍ୟରେ ହେବ । ଅଧିକ ପଢନ୍ତୁ

By

Published : Aug 7, 2022, 5:42 PM IST

Published : Aug 7, 2022, 5:42 PM IST

ଗୁଜୁରାଟରେ ଖୁବଶୀଘ୍ର ବିଜେପିରେ ମିଶିବାକୁ ଯାଉଛି କଂଗ୍ରେସ: କେଜ୍ରିଓ୍ବାଲ
ଗୁଜୁରାଟରେ ଖୁବଶୀଘ୍ର ବିଜେପିରେ ମିଶିବାକୁ ଯାଉଛି କଂଗ୍ରେସ: କେଜ୍ରିଓ୍ବାଲ

ଗାନ୍ଧୀନଗର: ଗୁଜୁରାଟ ବିଧାନସଭା ନର୍ବାଚନ ପାଖଉଥିବାବେଳେ ନିର୍ବାଚନୀ ଆରୋପ ପ୍ରତ୍ୟାରୋପ ମଧ୍ୟ ଆରମ୍ଭ ହୋଇସାରିଲାଣି । ଆଜି ଗୁଜୁରାଟ କଂଗ୍ରେସକୁ ଆକ୍ରମଣ କରିଛନ୍ତି ଆମ ଆଦ୍‌ମୀ ପାର୍ଟି(AAP) ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । ଗୁଜୁରାଟରେ ଶାସନରେ ଥିବା ବିଜେପି ଓ ବିରୋଧୀ କଂଗ୍ରେସ ମଧ୍ୟରେ ମଧୁଚନ୍ଦ୍ରିକା ଜାରି ରହିଛି । ଖୁବଶୀଘ୍ର କଂଗ୍ରେସ ବିଜେପିରେ ବିଳୟ ହେବା ନେଇ କେଜ୍ରିଓ୍ବାଲ କହିଛନ୍ତି ।

କଂଗ୍ରେସର ଅସ୍ଥିତ୍ବ ଉପରେ ପ୍ରଶ୍ନ କରି କେଜ୍ରିଓ୍ବାଲ କହିଛନ୍ତି, ‘‘ଚଳିତ ବିଧାନସଭା ନର୍ବାଚନରେ ମୁଖ୍ୟ ପ୍ରତିଦ୍ବନ୍ଦ୍ବୀତା ବିଜେପି ଓ ଆମ୍‌ ଆଦମୀ ପାର୍ଟି ମଧ୍ୟରେ ହେବାକୁ ଯାଉଛି । ଗୁଜୁରାଟ କଗ୍ରେସ ବିଜେପିରେ ବିଲୀନ ହେବ । ଗୁଜୁରାଟରେ କଂଗ୍ରେସ ଓ ବିଜେପି ମଧ୍ୟରେ ଚାଲିଆସିଥିବା ଭିତିରିଆ ପ୍ରେମ ସମ୍ପର୍କ ଶେଷ ହେବାକୁ ଯାଉଛି । ରାଜ୍ୟ 27ବର୍ଷ ଧରି କୁଶାସନ ଦେଖିଛି, ଏବେ ରାଜ୍ୟରେ ଆପ ନୂଆ ରାଜନୀତି ସୃଷ୍ଟି କରିବାକୁ ଯାଉଛି ।’’

ଅନ୍ୟପଟେ ବିରୋଧୀଙ୍କୁ ଟାର୍ଗେଟ କରିବା ସହ କେଜ୍ରିଓ୍ବାଲ ଗୁଜୁରାଟବାସୀଙ୍କୁ ତାଙ୍କ ଦିଲ୍ଲୀ ମଡେଲର ଉଦାହରଣ ମଧ୍ୟ ଦେଇଛନ୍ତି । ତାଙ୍କ ପାର୍ଟି ଗୁଜୁରାଟରେ କ୍ଷମତାକୁ ଆସିଲେ, ମାଗଣା ବିଜୁଳି ଓ ଦିଲ୍ଲୀ ମଡେଲରେ ଶିକ୍ଷା ଓ ହସ୍ପିଟାଲ ଯୋଗାଇ ଦେବା ନେଇ ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ । ଚଳିତ ମାସ ଡିସେମ୍ବରରେ ଗୁଜୁରାଟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଏବେ ଠାରୁ ବିଭିନ୍ନ ରାଜନୈତିକ ଦଳ ସେମାନଙ୍କ ରଣନୀତି ଆରମ୍ଭ କରି ସାରିଛନ୍ତି । ଗୁଜୁରାଟ ବିଧାନସଭା ନିର୍ବାଚନରେ ଚଳିତ ଥର ଅଶଂଗ୍ରହଣ କରିବାକୁ ଯାଉଛି କେଜ୍ରିଓ୍ବାଲଙ୍କ ଆମ ଆଦମୀ ପାର୍ଟି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details