ଓଡିଶା

odisha

Chintan Shivir: ଅହମ୍ମଦାବାଦରେ ଆଜିଠୁ ବିଜେପିର ଦୁଇଦିନିଆ ଚିନ୍ତନ ଶିବିର

ଆଜି ଓ ଆସନ୍ତାକାଲି ଗୁଜୁରାଟ ବିଜେପି ପକ୍ଷରୁ ଅହମ୍ମଦାବାଦର ବାଭଲା-ନାଲସରୋଭାର ରୋଡରେ ଦୁଇ ଦିନିଆ ଚିନ୍ତନ ଶିବିର ଅନୁଷ୍ଠିତ ହେବ । ଅଧିକ ପଢନ୍ତୁ

By

Published : May 15, 2022, 11:19 AM IST

Published : May 15, 2022, 11:19 AM IST

ଆଜି ଗୁଜୁରାଟରେ ବିଜେପିର ୨ଦିନିଆ ଚିନ୍ତନ ଶିବିର, ଅଧ୍ୟକ୍ଷତା କରିବେ ଅମିତ ଶାହା
ଆଜି ଗୁଜୁରାଟରେ ବିଜେପିର ୨ଦିନିଆ ଚିନ୍ତନ ଶିବିର, ଅଧ୍ୟକ୍ଷତା କରିବେ ଅମିତ ଶାହା

ଗାନ୍ଧୀନଗର:ଡିସେମ୍ବରରେ ଗୁଜୁରାଟ ବିଧାନସଭା ନିର୍ବାଚନ । ଦଳକୁ ସୁଦୃଢ କରିବାକୁ ଏବେଠୁ କସରତ ଆରମ୍ଭ କଲାଣି BJP । ଏହାକୁ ଦୃଷ୍ଟିରେ ରଖି ଗୁଜୁରାଟରେ ୨ଦିନିଆ ଚିନ୍ତନ ଶିବିର କରିବ ବିଜେପି । ଆଜି ଓ ଆସନ୍ତାକାଲି ଗୁଜୁରାଟ ବିଜେପି ପକ୍ଷରୁ ଅହମ୍ମଦାବାଦର ବାଭଲା-ନାଲସରୋଭାର ରୋଡ୍‌ରେ ଏହା ଅନୁଷ୍ଠିତ ହେବ । ଏହି ଦୁଇ ଦିନିଆ ଚିନ୍ତନ ଶିବିରରେ କେନ୍ଦ୍ର ମନ୍ତ୍ରୀ ଅମିତ ଶାହା ଏବଂ ଭୁପେନ୍ଦର ଯାଦବ ଅଧ୍ୟକ୍ଷତା କରିବେ । ଗୁଜୁରାଟର କୋ-ଇନ୍‌ଚାର୍ଜ ସୁଧୀର ଗୁପ୍ତା, ଦଳର ମୁଖ୍ୟ ସିଆର ପାଟିଲ ଏବଂ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଚିନ୍ତନ ଶିବିରରେ ଯୋଗଦେବେ ।

ଆଗକୁ ରାଜ୍ୟର ବିଧାସଭା ନିର୍ବାଚନ ଥିବାରୁ ଦଳକୁ ମଜଭୁତ କରିବା ପାଇଁ ଆୟୋଜନ କରାଯାଇଥିବା ଜଣେ ଅଧିକାରୀ ସୂଚନା ଦେଇଛନ୍ତି । ଶିବିରରେ ରାଜ୍ୟରେମୁଦ୍ରାସ୍ଫୀତି ଶିକ୍ଷା ଓ ସ୍ବାସ୍ଥ୍ୟ ସମସ୍ୟା ନେଇ ଆଲୋଚନା ହେବ । ଭୂପେନ୍ଦ୍ର ପଟେଲ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଦାୟିତ୍ବ ଗ୍ରହଣ କରିବା ପରେ ଏହା ହେଉଛି ପ୍ରଥମ ଚିନ୍ତନ ଶିବିର । ଚଳିତ ବର୍ଷ ବିଧାନସଭା ନିର୍ବାଚନ ପୂର୍ବରୁ ଏହା ଶେଷ ଶିବିର ହେବାର ସମ୍ଭାବନା ମଧ୍ୟ ରହିଛି ।

ABOUT THE AUTHOR

...view details