ଓଡିଶା

odisha

ETV Bharat / bharat

ଗୁଜୁରାଟ ରାଜନୀତିରେ ହଲଚଲ: ମୁଖ୍ୟମନ୍ତ୍ରୀ ଦୌଡରେ ଏକାଧିକ ମୁହଁ, ରବିବାର ସ୍ପଷ୍ଟ ହେବ ଚିତ୍ର - Chief Minister bijay rupani

ମୁଖ୍ୟମନ୍ତ୍ରୀ ପଦରୁ ବିଜୟ ରୂପାଣିଙ୍କ ଇସ୍ତଫା ପରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ନେଇ ଆରମ୍ଭ ହୋଇଛି ପ୍ରକ୍ରିୟା । ସମସ୍ତ ଦଳୀୟ ବିଧାୟକଙ୍କୁ କାର୍ଯ୍ୟାଳୟରେ ପହଞ୍ଚିବାକୁ ନିର୍ଦ୍ଦେଶ ଦେଲା ବିଜେପି। ଦୌଡରେ ଏକାଧିକ ବରିଷ୍ଠ ଚେହେରା । ଆସନ୍ତାକାଲି ହଟିପାରେ ସସପେନ୍ସ । ଅଧିକ ପଢନ୍ତୁ...

ଗୁଜୁରାଟ ରାଜନୀତିରେ ହଲଚଲ: ମୁଖ୍ୟମନ୍ତ୍ରୀ ଦୌଡରେ ଏକାଧିକ ମୁହଁ, ରବିବାର ସ୍ପଷ୍ଟ ହେବ ଚିତ୍ର
ଗୁଜୁରାଟ ରାଜନୀତିରେ ହଲଚଲ: ମୁଖ୍ୟମନ୍ତ୍ରୀ ଦୌଡରେ ଏକାଧିକ ମୁହଁ, ରବିବାର ସ୍ପଷ୍ଟ ହେବ ଚିତ୍ର

By

Published : Sep 11, 2021, 9:46 PM IST

ଗାନ୍ଧୀନଗର:ମୁଖ୍ୟମନ୍ତ୍ରୀ ପଦରୁ ବିଜୟ ରୂପାଣିଙ୍କ ଇସ୍ତଫା ପରେ ଗୁଜୁରାଟ ରାଜନୀତିରେ ହଲଚଲ ଦେଖାଦେଇଛି । ବିଜେପି ବିଧାୟକମାନେ ଦଳୀୟ ମୁଖ୍ୟାଳୟରେ ପହଞ୍ଚିବା ଆରମ୍ଭ କରିଛନ୍ତି । ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବ ସେ ନେଇ କିଛି ସୂଚନା ଏପର୍ଯ୍ୟନ୍ତ ମିଳି ନ ଥିବାବେଳେ ଖୁବଶୀଘ୍ର ମୁଖ୍ୟମନ୍ତ୍ରୀ ଚୟନ ହେବା ନେଇ ବର୍ତ୍ତମାନର ସ୍ଥିତିରୁ ସ୍ପଷ୍ଟ ସଙ୍କେତ ମିଳିବା ଆରମ୍ଭ କଲାଣି ।

ଆଜି ଦଳୀୟ ରାଜ୍ୟ କାର୍ଯ୍ୟାଳୟରେ କେନ୍ଦ୍ରମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ, ଉପମୁଖ୍ୟମନ୍ତ୍ରୀ ନୀତିନ ପଟେଲ, ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣି ଓ ଗୁଜୁରାଟ ବିଜେପି ମୁଖ୍ୟ ସି ଆର ପାଟିଲ ପ୍ରମୁଖ ଆଲୋଚନା ଜାରି ରଖିଛନ୍ତି । ଦଳର ସମସ୍ତ ବିଧାୟକଙ୍କୁ ଦଳୀୟ କାର୍ଯ୍ୟାଳୟରେ ଉପସ୍ଥିତ ହେବା ଲାଗି ମଧ୍ୟ ଦଳ ପକ୍ଷରୁ ନିର୍ଦ୍ଦେଶ ଜାରି ସରିଥିବା ମଧ୍ୟ ସୂଚନା ରହିଛି । ତେବେ ଆସନ୍ତାକାଲି (ରବିବାର) ସୁଦ୍ଧା ମୁଖ୍ୟମନ୍ତ୍ରୀ ଚୂଡାନ୍ତ ନେଇ ମଧ୍ୟ ଅନୁମାନ କରାଯାଉଛି ।

ମିଳିଥିବା ସୂଚନା ଅନୁସାରେ, ଉପମୁଖ୍ୟମନ୍ତ୍ରୀ ନୀତିନ ପଟେଲ, କେନ୍ଦ୍ରମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ, ମନ୍ତ୍ରୀ ଆର ସି ଫାଲଦୁ, ରାଜ୍ୟ ବିଜେପି ମୁଖ୍ୟ ସି ଆର ପାଟିଲ ପ୍ରମୁଖ ଆଶାୟୀ ମୁଖ୍ୟମନ୍ତ୍ରୀ ପଦ ପାଇଁ ଦୌଡରେ ରହିଛନ୍ତି । ତେବେ ଦୌଡରେ ଏକାଧିକ ବରିଷ୍ଠ ଚେହେରା ଥିବାବେଳେ କୌଣସି ନେତାଙ୍କ ନାଁ ଚୂଡାନ୍ତ କରିନାହିଁ ଦଳ ।

ଆଜି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ପଦରୁ ହଠାତ ଇସ୍ତଫା ଦେଇଥିଲେ ବିଜୟ ରୂପାଣି । ନିଜକୁ ମିଳିଥିବା ଦାୟିତ୍ବ ପାଇଁ ସେ ଦଳକୁ ଧନ୍ୟବାଦ ଦେଇଥିବାବେଳେ ଏହା ଦଳୀୟ ନିଷ୍ପତ୍ତି ବୋଲି କହିଥିଲେ ରୂପାଣି । ସେହିପରି ମୁଖ୍ୟମନ୍ତ୍ରୀ ଯିଏ ବି ହୁଅନ୍ତୁ ନା କାହିଁକି ଗୁଜୁରାଟର ବିକାଶ ଯାତ୍ରାରେ କୌଣସି ବାଧା ନ ଆସିବା ତାଙ୍କ ଦଳର ପ୍ରାଥମିକତା ବୋଲି ମଧ୍ୟ ରୂପାଣି ମତ ରଖିଥିଲେ । ତେବେ ବର୍ତ୍ତମାନ ଚିତ୍ର ସ୍ପଷ୍ଟ ହୋଇ ନ ଥିବାବେଳେ ଆସନ୍ତାକାଲି (ରବିବାର ) ମୁଖ୍ୟମନ୍ତ୍ରୀ ପଦ ଉପରୁ ପରଦା ହଟିବା ନେଇ ଆଶା କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details