ଓଡିଶା

odisha

ETV Bharat / bharat

ବିଧାୟକ ଦଳ ନେତା ହେଲେ ଭୂପେନ୍ଦ୍ର ପଟେଲ, ସୋମବାର ଶପଥ ପାଠ - ଭୂପେନ୍ଦ୍ର ପଟେଲ

ଆଜି ଗୁଜୁରାଟରେ ବିଜେପି ବିଧାୟକ ଦଳ ବୈଠକ ବସିଛି । ଏଥିରେ ଭୂପେନ୍ଦ୍ର ପଟେଲଙ୍କୁ ବିଧାୟକ ଦଳ ନେତା ଭାବେ ଚୟନ କରାଯାଇଛି । ଅଧିକ ପଢନ୍ତୁ

ବିଧାୟକ ଦଳ ନେତା ହେଲେ ଭୂପେନ୍ଦ୍ର ପଟେଲ, ସୋମବାର ଶପଥ ପାଠ
ବିଧାୟକ ଦଳ ନେତା ହେଲେ ଭୂପେନ୍ଦ୍ର ପଟେଲ, ସୋମବାର ଶପଥ ପାଠ

By

Published : Dec 10, 2022, 6:01 PM IST

ଗାନ୍ଧୀନଗର: ଗୁଜୁରାଟରେ ସପ୍ତମ ଥର ସରକାର ଗଠନ ପାଇଁ ବିଜେପି ପ୍ରସ୍ତୁତି ଆରମ୍ଭ କରିଦେଇଛି । ଐତିହାସିକ ବିଜୟ ପରେ ଆଜି ବିଜେପିର ବିଧାୟକ ଦଳ ବୈଠକ(Gujarat BJP MLAs meeting) ବସିଛି । ଏଥିରେ ଦଳର ନବନିର୍ବାଚିତ ବିଧାୟକମାନଙ୍କ ସର୍ବସମ୍ମତିକ୍ରମେ ଭୂପେନ୍ଦ୍ର ପଟେଲଙ୍କୁ ବିଧାୟକ ଦଳ ନେତା ଭାବେ ଚୟନ କରାଯାଇଛି । ଏହାପରେ ପଟେଲ ଏବଂ ରାଜ୍ୟ ବିଜେପି ମୁଖ୍ୟ ସିଆର ପାଟିଲ ରାଜଭବନ ଅଭିମୁଖେ ଯାଇଛନ୍ତି । ସେଠାରେ ସେ ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରିବେ ।

ଆଜିର ବିଧାୟକ ଦଳ ବୈଠକରେ ପ୍ରଥମେ କାନୁ ଦେଶାଇ ଭୂପେନ୍ଦ୍ର ପଟେଲଙ୍କ ନାଁ ଆଗତ କରିଥିଲେ । ଏହାକୁ ଅନ୍ୟ ବିଧାୟକମାନେ ସମର୍ଥନ କରିଥିଲେ । ୧୫୬ ନବନିର୍ବାଚିତ ବିଧାୟକଙ୍କ ସର୍ବସମ୍ମତିକ୍ରମେ ଭୂପେନ୍ଦ୍ର ପଟେଲ ବିଧାୟକ ଦଳ ନେତା ହୋଇଛନ୍ତି । ଏହାସହିତ ଆସନ୍ତା ସୋମବାର ଦିନ ଭୂପେନ୍ଦ୍ର ପଟେଲ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭାବେ ଦ୍ବିତୀୟ ଥର ଶପଥ ନେବେ । ଏଥିରେ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଯୋଗ ଦେବେ । ଏହାପୂର୍ବରୁ ଗତକାଲି ପଟେଲ ରାଜ୍ୟପାଳଙ୍କୁ ନିଜର ଇସ୍ତଫା ପତ୍ର ପ୍ରଦାନ କରିଥିଲେ ।

ଏହାମଧ୍ୟ ପଢନ୍ତୁ: Gujarat assembly election 2022: ବିରୋଧୀ ଦଳ ମାନ୍ୟତା ହରାଇଲା କଂଗ୍ରେସ, ମିଳିବନି ସ୍ବତନ୍ତ୍ର ସୁବିଧା

ଆଜି ବିଧାୟକ ଦଳ ନେତା ଚୟନ ହେବା ପରେ ଭୂପେନ୍ଦ୍ର ପଟେଲ ଗଣମାଧ୍ୟମକୁ କହିଛନ୍ତି, ''ଗୁଜୁରାଟର ଜନତା ଦେଶକୁ ବିକଶିତ ଦେଶରେ ପରିଣତ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସଂକଳ୍ପ ଉପରେ ମୋହର ମାରିଛନ୍ତି । ମୋର ସଦସ୍ୟ ଓ ସଂଗଠନ ଗୁଜୁରାଟର ବିକାଶ ପାଇଁ କାମ କରିବେ । ବିଜେପି ସରକାର ଓ ମୋଦିଙ୍କ ଉପରେ ଲୋକଙ୍କ ଭରସା ଭାଙ୍ଗିବାକୁ ଦେବେନାହିଁ ବୋଲି ସେ ପ୍ରକାଶ କରିଛନ୍ତି ।

ABOUT THE AUTHOR

...view details