ଓଡିଶା

odisha

By

Published : Jul 4, 2023, 10:27 AM IST

ETV Bharat / bharat

ISKP ଆତଙ୍କବାଦୀ ସଂଗଠନ ସହ ଜଡିତ 3ଜଣଙ୍କୁ ଗିରଫ କଲା ଗୁଜୁରାଟ ATS

ତିନି ଆତଙ୍କବାଦୀଙ୍କୁ ଗିରଫ କଲା ଗୁଜୁରାଟ ଆତଙ୍କବାଦ ନିରୋଧୀ ଦଳ। ସମସ୍ତେ ଇସଲାମିକ ଷ୍ଟେଟ ଅଫ ଖୁରାସନ ପ୍ରୋଭିନ୍ସର ସଂଗଠନ ସହ ଜଡିତ। ଅଧିକ ପଢନ୍ତୁ

Islamic State Khorasan Province
Islamic State Khorasan Province

ଗାନ୍ଧୀନଗର: ଆତଙ୍କବାଦୀ ସଙ୍ଗଠନ ଇସଲାମିକ ଷ୍ଟେଟ ଅଫ ଖୁରାସନ ପ୍ରୋଭିନ୍ସର ତିନି ଜଣଙ୍କୁ ଗିରଫ କଲା ଗୁଜୁରାଟ ଆତଙ୍କବାଦ ନିରୋଧୀ ଦଳ । ଗୁଜୁରାଟର ପୋରବନ୍ଦର ଏବଂ ସୁରଟରୁ ଆତଙ୍କୀ ଲିଙ୍କ୍‌ ଥିବା ସୁମେରା ବାନୁକୁ ଗିରଫ କରାଯାଇଥିଲା । କୁଖ୍ୟାତ ଆତଙ୍କୀ ସୁମେରା ବାନୁ ସହ ଆଉ ତିନି ଜଣ ସମ୍ପର୍କରେ ଥିବା ଅଭିଯୁକ୍ତଙ୍କୁ ଉତ୍ତର ପ୍ରଦେଶରୁ ଗିରଫ କରାଯାଇଛି । ଯାହା ପଚରାଉଚରା ସମୟରେ ସାମ୍ନାକୁ ଆସିଛି । ଏହି ମାମଲାରେ ଉତ୍ତରପ୍ରଦେଶ ଲିଙ୍କ ସାମ୍ନାକୁ ଆସିଛି ।

ଏହା ମଧ୍ୟ ପଢନ୍ତୁ-ପୋରବନ୍ଦରରୁ 5 ସନ୍ଦିଗ୍ଧ ISIS ଆତଙ୍କୀଙ୍କୁ ବାନ୍ଧିଲା ATS

ଉତ୍ତରପ୍ରଦେଶରେ ଆଇଏସଆଇ ଆତଙ୍କବାଦୀ ଗତିବିଧି ବିଷୟରେ ସୂଚନା ପାଇବା ପରେ ଗୁଜୁରାଟ ଏଟିଏସ ସେଠାରେ ବିଭିନ୍ନ ସ୍ଥାନରେ ଚଢାଉ କରି ତିନି ଜଣଙ୍କୁ ଉଠାଇ ନେଇଥିଲା । ସମସ୍ତ ଅଭିଯକ୍ତ ସୁମେରା ବାନୁ ସହ ସମ୍ପର୍କରେ ଥିବା ପଚାରଉଚରା ସମୟରେ ଗୁଜୁରାଟ ଏଟିଏସ ଜାଣିବାକୁ ପାଇଛି । ଏଥିସହ ଏମାନେ ଉତ୍ତରପ୍ରଦେଶ ଲିଙ୍କରେ ଥିବା ଜଣାପଡିଥିଲା । ୟୁପିରେ କାର୍ଯ୍ୟ କରୁଥିବା ଆଇଏସ୍ ଆତଙ୍କବାଦୀ ସଂଗଠନ ବିଷୟରେ ସୂଚନା ପାଇବା ପରେ ଗୁଜୁରାଟ ଏଟିଏସ୍ ତିନି ଜଣଙ୍କୁ ଉଠାଇ ନେଇଥିଲା ।

ଆଇଏସକେପି ଆତଙ୍କବାଦୀ ସଂଗଠନର ଅନୁସନ୍ଧାନ ବେଳେ ଗୋରଖପୁରର ତାରିକ ନାମ ସାମ୍ନାକୁ ଆସିଥିଲା। ତାରିକ୍ ଗୁଜରାଟର ଏଟିଏସ୍ ଦ୍ୱାରା ଗିରଫ ହୋଇଥିବା ସୁରଟର ସୁମେରାବାନୁ ସହ ଯୋଗାଯୋଗରେ ଥିଲା। ଏହି ମାମଲାରେ ଗିରଫ ହୋଇଥିବା ତାରିକକୁ ପଚରାଉଚରା ବେଳେ ଜଣାପଡିଛି ​​ଯେ, ସେ ଉତ୍ତରପ୍ରଦେଶରେ ଆଉ ଏକ ସକ୍ରିୟ ଆତଙ୍କବାଦୀ ମଡ୍ୟୁଲ ଗଢ଼ିଛି । ଏହା ପରେ ଗୋରାଖପୁରର ଏଜାଜ ଏବଂ ଅଦନନ୍ ନାମକ ଦୁଇଜଣ ବ୍ୟକ୍ତି ତାରିକ୍ ସହିତ ନିରନ୍ତର ଯୋଗାଯୋଗରେ ଥିବା ଜଣା ପଡ଼ିଥିଲା ।

ଯେତେବେଳେ ଗୁଜୁରାଟ ଏଟିଏସ୍ ଏହି ତିନିଜଣଙ୍କୁ ପଚରାଉଚରା କରିଥଲା, ସେତେବେଳେ ଜଣାପଡିଲା ଯେ ୟୁପିରେ ଆଇଏସଆଇ ଆତଙ୍କବାଦୀ ସଂଗଠନ ସକ୍ରିୟ ରହିଛି, ଯାହାପରେ ତିନିଜଣଙ୍କୁ ୟୁପି ଏଟିଏସକୁ ହସ୍ତାନ୍ତର କରାଯାଇଥିଲା । ୟୁପି ଏଟିଏସ୍ ଏ ସମ୍ପର୍କରେ ଅଧିକ ଅନୁସନ୍ଧାନ କରିବ । ଗୁଜୁରାଟ ଏଟିଏସ୍ ଟିମ୍ ସୁମେରାକୁ ସୁରଟରୁ ଗିରଫ କରିଥିଲା । ଏହାପୂର୍ବରୁ ତାଙ୍କ ସାଥୀମାନେ ଜଳପଥରେ ପୋରବନ୍ଦର ଦେଇ ଆଫଗାନିସ୍ତାନ ଖସି ଯିବାକୁ ସ୍ଥିର କରିଥିଲେ । କିନ୍ତୁ ଗୁଜୁରାଟର ଏଟିଏସ୍ ପୁରା ପ୍ଲାନକୁ ବିଗାଡି ଦେଇଥିଲା।

ଏହା ପୂର୍ବରୁ ଗତ ଜୁନ 10 ତାରିଖରେ ଗୁଜୁରାଟ ପୋରବନ୍ଦରରୁ 5 ଜଣ ସନ୍ଦିଗ୍ଧ ISIS ଆତଙ୍କବାଦୀଙ୍କୁ ଏଟିଏସ ଗିରଫ କରିଥିଲା । ଏହି ସନ୍ଦିଗ୍ଧ ଆତଙ୍କୀଙ୍କ ମଧ୍ୟରେ ଜଣେ ମହିଳା ମଧ୍ୟ ରହିଥିଲେ । କୁଖ୍ୟାତ ଆତଙ୍କୀ ସଂଗଠନ ISISର ଏକ ଶାଖା ସଂଗଠନ ISKP ପାଇଁ ଏମାନେ କାର୍ଯ୍ୟ କରୁଥିବା ଏଟିଏସ ନିକଟରେ ସୂଚନା ଥିଲା ।

ABOUT THE AUTHOR

...view details