ଓଡିଶା

odisha

ETV Bharat / bharat

Gujarat Assembly Polls: ଡିସେମ୍ବର ୧ ଓ ୫ରେ ଗୁଜୁରାଟ ନିର୍ବାଚନ - ଗୁଜୁରାଟ ବିଧାନସଭା ନିର୍ବାଚନ

ଗୁଜୁରାଟ ବିଧାନସଭା ନିର୍ବାଚନ ପାଇଁ ବାଜିଲା ବିଗୁଲ । ଦୁଇଟି ପର୍ଯ୍ୟାୟରେ ହେବ ଗୁଜୁରାଟ ନିର୍ବାଚନ । ଅଧିକ ପଢନ୍ତୁ

Gujarat Assembly Polls: ଡିସେମ୍ବର ୧ ଓ ୫ରେ ଗୁଜୁରାଟ ନିର୍ବାଚନ
Gujarat Assembly Polls: ଡିସେମ୍ବର ୧ ଓ ୫ରେ ଗୁଜୁରାଟ ନିର୍ବାଚନ

By

Published : Nov 3, 2022, 12:31 PM IST

Updated : Nov 3, 2022, 6:47 PM IST

ଗାନ୍ଧୀନଗର:ଗୁଜୁରାଟ ବିଧାନସଭା ନିର୍ବାଚନ ପାଇଁ ବାଜିଲା ବିଗୁଲ । ତାରିଖ ଘୋଷଣା କଲେ ନିର୍ବାଚନ ଆୟୋଗ(Gujarat Assembly elections dates announced) । ଦୁଇଟି ପର୍ଯ୍ୟାୟରେ ହେବ ଗୁଜୁରାଟ ନିର୍ବାଚନ । ଡିସେମ୍ବର ୧ରେ ପ୍ରଥମ ପର୍ଯ୍ୟାୟ ଓ ୫ ତାରିଖରେ ଦ୍ବିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ । ଡିସେମ୍ବର ୮ ତାରିଖରେ ଭୋଟ ଗଣତି କରାଯିବ । ମୋଟ ୫୧ ହଜାର ୭୮୨ ବୁଥରେ ମତଦାନ କରିବେ ମତଦାତା । ୧୪୨ଟି ଆଦର୍ଶ ମତଦାନ କେନ୍ଦ୍ର କରାଯିବ । ୮୦ ବର୍ଷରୁ ଅଧିକ ବୟସ୍କ ଭୋଟରଙ୍କ ପାଇଁ ହୋମ୍ ଭୋଟିଂ ସୁବିଧା କରାଯିବ । ଏନେଇ ଆଜି ସାମ୍ବାଦିକ ସମ୍ମିଳନୀ ଜରିଆରେ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ସୂଚନା ଦେଇଛନ୍ତି ।

Gujarat Assembly Polls: ଡିସେମ୍ବର ୧ ଓ ୫ରେ ଗୁଜୁରାଟ ନିର୍ବାଚନ

ଗୁଜୁରାଟର ୧୮୨ଟି ବିଧାନସଭା ଆସନ ପାଇଁ ନିର୍ବାଚନ ହେବ । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ନଭେମ୍ବର ୫ରୁ ୧୪ ଯାଏଁ ନାମାଙ୍କନ ଦାଖଲ ହେବ । ଦ୍ବିତୀୟ ପର୍ଯ୍ୟାୟ ପାଇଁ ନଭେମ୍ବର ୧୦ରୁ ୧୭ ମଧ୍ୟରେ ନାମାଙ୍କନ ଦାଖଲ କରିପାରିବେ ପ୍ରାର୍ଥୀ । ନଭେମ୍ବର ୧୭ ଓ ୨୧ରେ ନାମାଙ୍କନ ପ୍ରତ୍ୟାହାର ହେବ । ରାଜ୍ୟରେ ସମୁଦାୟ ୪ କୋଟି ୯୦ ଲକ୍ଷ ୮୯ ହଜାର ୭୬୫ ଭୋଟର ରହିଛନ୍ତି ।

ମୁଖ୍ୟ ନିର୍ବାଚନ କମିଶନର କହିଛନ୍ତି, ''ଗୁଜୁରାଟ ସୋମନାଥ ଜିଲ୍ଲାର ଗିର୍‌ରେ ଜଣେ ମାତ୍ର ମତଦାତା (Mahant Bharatdas Bapu)ଙ୍କ ପାଇଁ ଗୋଟିଏ ପୋଲିଂ ବୁଥ୍ ଗଠନ କରାଯିବ । ଏହି ବ୍ୟକ୍ତି ଜଣକ ହେଉଛନ୍ତି ମହନ୍ତ ଭାରତଦାସ ବାପୁ । ସେ ଗିର୍ ଜଙ୍ଗଲ ମଧ୍ୟରେ ବସବାସ କରନ୍ତି । ତାଙ୍କର ମତଦାନ ପାଇଁ ୧୫ ଜଣ ଅଧିକାରୀଙ୍କ ଏକ ଟିମ୍ ସେଠାକୁ ଯିବେ । ସେହିପରି ସୋମନାଥ ଜିଲ୍ଲାରେ ସିଦ୍ଦିମାନଙ୍କ ପାଇଁ ମଧ୍ୟ ପୋଲିଂ ଷ୍ଟେସନ ବ୍ୟବସ୍ଥା କରାଯିବ । ସୋମନାଥ ଜିଲ୍ଲାର ମଧୁପୁର ଜମ୍ବୁରରେ ସିଦ୍ଦି ସମ୍ପ୍ରଦାୟ ପାଇଁ ୩ଟି ପୋଲିଂ ଷ୍ଟେସନ ଗଠନ ହେବ ।'' କହିରଖୁଛୁ କି, ସିଦ୍ଦିମାନେ ପୂର୍ବ ଆଫ୍ରିକୀୟ ବଂଶୋଦ୍ଭବ ହୋଇଥିବା ବେଳେ ସେମାନେ ଭାରତରେ ଆସି ବସବାସ କରୁଛନ୍ତି ।

ଉଲ୍ଲେଖଯୋଗ୍ୟ, ଚଳିତ ଥର ଗୁଜୁରାଟରେ ତ୍ରିମୁଖୀ ଲଢେଇ ଦେଖିବାକୁ ମିଳିବ । ବିଜେପି, କଂଗ୍ରେସ ଓ ଆପ୍ ମଧ୍ୟରେ ହେବ କଡା ଟକ୍କର । ତେବେ ପୂର୍ବଥର ଭଳି ଏଥର ମଧ୍ୟ ବିଜେପି ଗୁଜୁରାଟରେ ସରକାର ଗଠନ କରିବ ବୋଲି ଦମ୍ଭୋକ୍ତି ଦେଖାଇଛି ।

୨୦୧୭ ଗୁଜୁରାଟରେ ବିଧାନସଭା ନିର୍ବାଚନ ହୋଇଥିଲା । ଏଥିରେ ବିଜେପି ବହୁମତ ହାସଲ କରି ସରକାର ଗଠନ କରିଥିଲା । ସମୁଦାୟ ୧୮୨ ଆସନରୁ ବିଜେପି ୯୯ ଆସନ ଜିତିଥିବା ବେଳେ କଂଗ୍ରେସ ଖାତାକୁ ୭୭ଟି ଆସନ ଯାଇଥିଲା । ନିର୍ବାଚନ ଆୟୋଗ ପୂର୍ବରୁ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଥିଲେ । ନଭେମ୍ବର ୧୨ରେ ହିମାଚଳର ୬୮ ବିଧାନସଭା ଆସନରେ ନିର୍ବାଚନ ହେବ । ୮ ଡିସେମ୍ବରରେ ଭୋଟ ଗଣତି ହେବ ।

Last Updated : Nov 3, 2022, 6:47 PM IST

ABOUT THE AUTHOR

...view details