ଓଡିଶା

odisha

ETV Bharat / bharat

Gujarat Assembly polls: ନାମାଙ୍କନ ପାଇଁ ବଳଦ ଗାଡି-ଘୋଡାରେ ଆସିଲେ ପ୍ରାର୍ଥୀ

ଗୁଜୁରାଟ ବିଧାନସଭା ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିବାକୁ ଓଟ, ବଳଦ ଓ ଘୋଡା ପିଠିରେ ଆସିଲେ ପ୍ରାର୍ଥୀ । ଅଧିକ ପଢନ୍ତୁ

ଗୁଜୁଟାର ନିର୍ବାଚନ: ନାମାଙ୍କନ ଦାଖଲ ପାଇଁ ବଳଦ ଗାଡି ଓ ଘୋଡାରେ ଆସିଲେ ପ୍ରାର୍ଥୀ
ଗୁଜୁଟାର ନିର୍ବାଚନ: ନାମାଙ୍କନ ଦାଖଲ ପାଇଁ ବଳଦ ଗାଡି ଓ ଘୋଡାରେ ଆସିଲେ ପ୍ରାର୍ଥୀ

By

Published : Nov 17, 2022, 11:04 AM IST

Updated : Nov 17, 2022, 2:32 PM IST

ଗାନ୍ଧୀନଗର:ଗୁଜୁରାଟ ବିଧାନସଭା ନିର୍ବାଚନ(Gujarat assembly elections)କୁ ମାତ୍ର ଦିନ କେଇଟା ବାକି । ଏଥିପାଇଁ ବର୍ତ୍ତମାନ ରାଜନୈତିକ ଦଳଗୁଡିକର ପ୍ରାର୍ଥୀମାନେ ନିଜର ନାମାଙ୍କନ ପତ୍ର ଦାଖଲ କରିବାରେ ଲାଗିଛନ୍ତି । ତେବେ ରାଜ୍ୟର ବିଧାନସଭା ନିର୍ବାଚନରେ ଏଥର ପ୍ରାର୍ଥୀଙ୍କ ନିଆରା ଅନ୍ଦାଜ ଦେଖିବାକୁ ମିଳିଛି । କେଉଁ ରାଜନୈତିକ ଦଳର ପ୍ରାର୍ଥୀ ବଳଦ ଗାଡିରେ ବସି ପ୍ରାର୍ଥୀପତ୍ର ଦାଖଲ ପାଇଁ ପହଞ୍ଚୁଛନ୍ତି ତ ଆଉ କେହି ଓଟ, ବିଳାସପୂର୍ଣ୍ଣ କାର, ସାଇକେଲ ଓ ଘୋଡା ପିଠିରେ ବସି ଜିଲ୍ଲାପାଳଙ୍କ ଅଫିସକୁ ଯାଉଛନ୍ତି । ଗୁଜୁରାଟ ପ୍ରାର୍ଥୀମାନଙ୍କ ଏହି ନିଆରା ନାମାଙ୍କନ ଯାତ୍ରା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

Gujarat Assembly polls: ନାମାଙ୍କନ ପାଇଁ ବଳଦ ଗାଡି-ଘୋଡାରେ ଆସିଲେ ପ୍ରାର୍ଥୀ

ଗୁଜୁରାଟ ଅହମ୍ମଦାବାଦ ଅମରାଇୱାଡି ବିଧାନସଭା ଆସନ(Amraiwadi seat) ପାଇଁ କଂଗ୍ରେସରୁ ଧର୍ମେନ୍ଦ୍ର ପଟେଲଙ୍କୁ ଟିକେଟ୍ ମିଳିଛି । ତେଣୁ ନାମାଙ୍କନ ଦାଖଲ ପାଇଁ ପଟେଲ ମାମଲତାଦାର ଅଫିସରେ ପହଞ୍ଚିଥିଲେ । ହେଲେ ସେ ଯେଉଁ କାର୍ ଯୋଗେ ଯାଇଥିଲେ, ତାହାକୁ ଦେଖିବାକୁ ଅଫିସ ପରିସରରେ ଆଖପାଖ ଲୋକଙ୍କ ପ୍ରବଳ ଭିଡ ଲାଗିଥିଲା । କାରଣ କଂଗ୍ରେସ ପ୍ରାର୍ଥୀ ଏକ ଅତ୍ୟନ୍ତ ବିଳାସପୂର୍ଣ୍ଣ କାରରେ ସେଠାକୁ ଆସିଥିଲେ ।

ସୁରଟର ପଟିଦାରଙ୍କ ଗଡ ବରାଛା ଆସନ( Varachha seat)ରେ ବିଜେପି ପ୍ରାର୍ଥୀ କୁମାର କନାନୀ ଘୋଡା ଉପରେ ବସି ନାମାଙ୍କନ ଭରିବା ପାଇଁ ପହଞ୍ଚିଥିଲେ । କନାନୀ ନିଜର ସମର୍ଥକଙ୍କ ମେଳରେ ଘୋଡାରେ ସବାର ହୋଇ ବିଜେପି ଜିତିବ...ବିଜେପି ଜିତିବ ନାରା ସହ ଯାଉଥିବାର ନଜର ଆସିଥିଲେ । ତାଙ୍କୁ ଦେଖିବାକୁ ପାଇଁ ରାସ୍ତାର ଉଭୟ ପାର୍ଶ୍ବରେ ଲୋକେ ଭିଡ ଜମାଇଥିଲେ ।

ଏହାମଧ୍ୟ ପଢନ୍ତୁ: ମେଡିକାଲ କଲେଜରେ ଶରୀର ଦାନ: ମୃତଦେହ ସହ ଏମିତି ବ୍ୟବହାର କରନ୍ତି ଡାକ୍ତରୀ ଛାତ୍ରଛାତ୍ରୀ

ୱାଘୋଡିଆ ଆସନ(Waghodia seat) ପାଇଁ କଂଗ୍ରେସର ପ୍ରାର୍ଥୀ ସତ୍ୟଜିତ୍ ସିଂହ ମଧ୍ୟ ନିଆରା ଢଙ୍ଗରେ ନାମାଙ୍କନ ଭରିବା ପାଇଁ ଯାଇଥିଲେ । ସେ ତେଲ ଡବା ଭର୍ତ୍ତି ଏକ ବଳଦ ଗାଡିରେ ବସି ନାମାଙ୍କନ ପାଇଁ ଯାଉଥିବାର ଦେଖିବାକୁ ମିଳିଥିଲା । ଦରିୟାପୁର ଆସନରେ କଂଗ୍ରେସରୁ ଟିକେଟ୍ ପାଇଥିବା ଗ୍ୟାସୁଦ୍ଦିନ ଶେଖ୍ ନିଜ ସମର୍ଥକଙ୍କ ସହ ସାଇକେଲରେ ପ୍ରାର୍ଥୀପତ୍ର ଦାଖଲ ପାଇଁ ଯାତ୍ରା କରିଥିଲେ ।

ସେହିପରି କଂଗ୍ରେସରୁ ଛିଡା ହୋଇଥିବା ଅନ୍ୟ ଜଣେ ପ୍ରାର୍ଥୀ ବିଜୟ ବ୍ରହ୍ମାଭଟ୍ଟ ଓଟ ପିଠିରେ ବସି ନାମାଙ୍କନ ଦାଖଲ ପାଇଁ ଜିଲ୍ଲାପାଳଙ୍କ ଅଫିସରେ ପହଞ୍ଚିଥିବାର ଦେଖିବାକୁ ମିଳିଥିଲା । ଦେଶରେ ଦରଦାମ୍ ବୃଦ୍ଧି ବିରୁଦ୍ଧରେ ପ୍ରତିବାଦ କରି ସେ ନିଜର ଓଟଗାଡିରେ ଏକ ରନ୍ଧନ ଗ୍ୟାସ ସିଲିଣ୍ଡର ଲଦି ଯାଉଥିବାର ନଜର ଆସିଥିଲା । ବ୍ରହ୍ମାଭଟ୍ଟ ଅହମ୍ମଦାବାଦର ଥକ୍କରବାପନଗର ସିଟ୍ ପାଇଁ କଂଗ୍ରେସରୁ ପ୍ରତିଦ୍ବନ୍ଦିତା କରୁଛନ୍ତି ।

Last Updated : Nov 17, 2022, 2:32 PM IST

ABOUT THE AUTHOR

...view details