ହାଇଦ୍ରାବାଦ: ଗୁଜୁରାଟରେ ଦ୍ବିତୀୟ ତଥା ଅନ୍ତିମ ପର୍ଯ୍ୟାୟ ଭୋଟିଂ ଜାରି ରହିଛି । ତେବେ ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳର ସୂଚନା ଅନୁସାରେ ରାଜ୍ୟରେ ଅପରାହ୍ନ 3ଟା ଯାଏ 50.51 ପ୍ରତିଶତ ଭୋଟିଂ ହୋଇଛି (Gujarat poll phase 2) । ଏବେ ମଧ୍ୟ ଭୋଟିଂ ପ୍ରକ୍ରିୟା ଜାରି ରହିଛି ।
ଏହି ପର୍ଯ୍ୟାୟରେ 14 ଜିଲ୍ଲାର ମୋଟ 93 ଆସନରେ ଭୋଟିଂ ହେଉଛି । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ପ୍ରମୁଖ ଭୋଟ ଦେଇଛନ୍ତି (Gujarat Assembly election phase 2 voting)।