ଗାନ୍ଧୀନଗର: ଗୁଜରାଟର ୧୮୨ରୁ ୧୫୧ ବିଧାୟକ କୋଟିପତି । ଗୁଜୁରାଟ ବିଧାନସଭା ନିର୍ବାଚରେ ଜିତିଥିବା 182 ବିଧାୟକଙ୍କ ମଧ୍ୟରେ 83 ପ୍ରତିଶତ ଆର୍ଥାତ୍ 151 ଜଣ ବିଧାୟକ କୋଟିପତି । 2017 ବିଧାନସଭା ନିର୍ବାଚନରେ କୋଟିପତି ବିଧାୟକଙ୍କ ସଂଖ୍ୟା 141 ଥିଲା । ଖାଲି ସେତିକି ନୁହେଁ 151 ଜଣ ବିଧାୟକଙ୍କ ମଧ୍ୟରୁ 40ଜଣ ବିଧାୟକଙ୍କ ନାମରେ ଅପରାଧିକ ମାମଲା ରହିଛି । ନାମାଙ୍କନ ଭରିଥିବାବେଳେ ସେମାନେ ଦେଇଥିବା ସତ୍ୟପାଠରୁ ଏହା ଜଣାପଡିଥିବା ଆସୋସିଏସନ ଫର ଡେମୋକ୍ରାଟିକ ରିଫର୍ମସ (ଏଡିଆର) (Association for Democratic Reforms) ରିପୋର୍ଟରୁ ଜଣାପଡିଛି ( adr report of gujurat mla) ।
ଏଡିଆର ରିପୋର୍ଟ ଅନୁସାରେ, ବିଜେପି 156 ବିଧାୟକଙ୍କ ମଧ୍ୟରୁ 132 ବିଧାୟକ କୋଟିପତି । କଂଗ୍ରେସର 17 ଜଣ ବିଧାୟକ କୋଟିପତି ହୋଇଥିବା ବେଳେ ସ୍ବାଧୀନର 3 ଜଣ, ଆପ ଏବଂ ସପାର ଜଣେ ଜଣେ ବିଧାୟକ କୋଟିପତି ଅଟନ୍ତି ।
କାହା ପାଖରେ କେତେ ସମ୍ପତ୍ତି...
182 ବିଧାୟକ ମଧ୍ୟରୁ 151 କୋଟିପତି ଅଟନ୍ତି । ସେଥିରୁ 73 ଜଣଙ୍କ ପାଖରେ 5 କୋଟିରୁ ଅଧିକ ସମ୍ପତ୍ତି ଅଛି । ଗୁଜୁରାଟ ପ୍ରତି ବିଧାୟକ ସମ୍ପତ୍ତି ବର୍ତ୍ତମାନ 16.41 କୋଟି । 2017 ତୁଳନାରେ ପାଖାପାଖି ଦ୍ବିଗୁଣା । 2017ରେ ବିଧାୟକଙ୍କ ସମ୍ପତ୍ତି 8.46 କୋଟି ଥିଲା । ରିପୋର୍ଟ ଅନୁସାରେ ସବୁଠୁ ଧନୀ ବିଧାୟକ ହେଉଛନ୍ତି ବିଜେପିକ ଜେଏସ ପଟେଲ । ତାଙ୍କ ସମ୍ପତ୍ତି 661 କୋଟି । ଦ୍ବିତୀୟରେ ବିଧାୟକ ବଲ୍ଲଭ ସିଂ ରାଜପୁତ ରହିଛନ୍ତି । ରିପୋର୍ଟ ଅନୁସାରେ 74 ବିଧାୟକ ପୁଣି ଥରେ ନିର୍ବାଚିତ ହୋଇଛନ୍ତି । ତାଙ୍କ ସମ୍ପତ୍ତି 2.61 କୋଟି ବୃଦ୍ଧି ପାଇଛି । 2017 ତୁଳନାରେ 40 ପ୍ରତିଶତ ଅଧିକ ।
କିଏ କେତେ ଶିକ୍ଷିତ...