ଗାନ୍ଧୀନଗର: ଅହମ୍ମଦାବାଦରେ ସିଲିଣ୍ତର ବିସ୍ଫୋରଣ ଘଟଣା ।ମୃତ୍ୟୁ ସଂଖ୍ୟା ୯କୁ ବୃଦ୍ଧି ଘଟିଛି । ଜଣେ ଗୁରୁତରଙ୍କ ଚିକିତ୍ସା ଚାଲିଛି । ଏହି ଘଟଣା ଦେଖିବାକୁ ମିଳିଛି ଗୁଜୁରାଟର ଅହମ୍ମଦାବାଦର ବାରେଜା ଅଞ୍ଚଳରେ । ସମସ୍ତ ଶ୍ରମିକ ମଧ୍ୟପ୍ରଦେଶର ବୋଲି ଜଣାପଡିଛି । ଏନେଇ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଘଟଣାରେ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି। ଏହାସହ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି । ମୃତ ଶ୍ରମିକଙ୍କ ପିଲାଙ୍କ ପାଠପଢା ଖର୍ଚ୍ଚ ବାବଦକୁ ୨ ଲକ୍ଷ ଟଙ୍କା ସହାୟତା ଘୋଷଣା କରାଯାଇଛି । ଏହାସହ ଆହତଙ୍କୁ ମାଗଣା ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଅହମ୍ମଦାବାଦରେ ସିଲିଣ୍ଡର ବିସ୍ଫୋରଣ: ଆଖି ବୁଜିଲେ 9 ଶ୍ରମିକ
ଅହମ୍ମଦାବାଦରେ ସିଲିଣ୍ତର ବିସ୍ଫୋରଣ । 9 ମୃତ, ଜଣେ ଗୁରୁତର । ୪ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା । ଅଧିକ ପଢନ୍ତୁ...
ଅହମ୍ମଦାବାଦରେ ସିଲିଣ୍ଡର ବିସ୍ଫୋରଣ: ଆଖି ବୁଜିଲେ ୭ ଶ୍ରମିକ
ସୂଚନା ଅନୁସାରେ, ଗୁଜୁରାଟ ଅହମ୍ମଦାବାଦର ବାରେଜା ଅଞ୍ଚଳରେ ଏକ କାରଖାନାରେ କରୁଥିଲେ ଶ୍ରମିକମାନେ । ସେହି କାରଖାନା ନିକଟରେ ୧୦ ଜଣ ଶ୍ରମିକ ଏକ ଘରେ ଭଡା ରହୁଥିଲେ । ହେଲେ ଘରେ ଥିବା ଗ୍ୟାସ ସିଲିଣ୍ତରରୁ ଗ୍ୟାସ ଲିକ ହୋଇ ଫାଟି ଯାଇଥିଲା । ଘଟଣାସ୍ଥଳରୁ ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧିନ ଅବସ୍ଥାରେ ୯ ଜଣଙ୍କ ମୃତ୍ୟୁ ଘଟିଥିଲା । ସମସ୍ତ ଶ୍ରମିକ ମଧ୍ୟପ୍ରଦେଶର ହୋଇଥିବା ବେଳେ ସେମାନେ ଦାଦନ ଖଟିବାକୁ ଗୁଜୁରାଟକୁ ଆସିଥିଲେ ।
ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ
Last Updated : Jul 24, 2021, 11:09 AM IST